Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୫୧ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଶୁଭାରମ୍ଭ, ବିଶ୍ୱଜିତ୍ ଚାଟାର୍ଜୀଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାର
ଜାତୀୟ ଖବର

୫୧ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଶୁଭାରମ୍ଭ, ବିଶ୍ୱଜିତ୍ ଚାଟାର୍ଜୀଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାର

January 16, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
୫୧ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଶୁଭାରମ୍ଭ, ବିଶ୍ୱଜିତ୍ ଚାଟାର୍ଜୀଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାର

ପାନାଜି, ଗୋଆରେ ଅନୁଷ୍ଠିତ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହ ଆଇଏଫଏଫଆଇ ର ୫୧ତମ ସଂସ୍କରଣ ଆରମ୍ଭ ହୋଇଛି। ଏଥିରେ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା, ନିର୍ମାତା, ନିର୍ଦ୍ଦେଶକ ତଥା ଗାୟକ ବିଶ୍ୱଜିତ୍ ଚାଟାର୍ଜୀଙ୍କୁ ବର୍ଷର ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାରରେ ସମ୍ମାନିତ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ମହୋତ୍ସବର ଉଦଘାଟନୀ ସମାରୋହ ଅବସରରେ ପୁରସ୍କାର ଘୋଷଣା କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଏହି ଘୋଷଣା କରି କହିଥିଲେ ଯେ ଏହି ପୁରସ୍କାର ତାଙ୍କୁ ମାର୍ଚ୍ଚ ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଅବସରରେ ଦିଆଯିବ। ‘ବିସ ସାଲ ବାଦ’ ଚଳଚ୍ଚିତ୍ରରେ କୁମାର ବିଜୟ ସିଂ ଭୂମିକା, ‘କୋହରା’ରେ ରାଜା ଅମିତ କୁମାର ସିଂ, ‘ଏପ୍ରିଲ ଫୁଲ୍’ରେ ଅଶୋକା, ‘ମେରେ ସନମ’ରେ ରମେଶ କୁମାର, ‘ନାଇଟ ଇନ ଲଣ୍ଡନ’ରେ ଜୀବନ, ‘ଦୋ କଲିୟାଁ’ରେ ଶେଖର ଏବଂ ‘କିସ୍ମତ’ ଚଳଚ୍ଚିତ୍ରରେ ଭିକ୍କି ଭୂମିକାରେ ଅଭିନୟ ପାଇଁ ବିଶ୍ୱଜିତ୍ ଚାଟାର୍ଜୀ ବିଶେଷ ପ୍ରସିଦ୍ଧି ହାସଲ କରିଛନ୍ତି।

ଆଶା ପାରେଖ, ୱାହିଦା ରେହମାନ, ମୁମତାଜ, ମାଲା ସିହ୍ନା ଓ ରାଜଶ୍ରୀଙ୍କ ବିଶିଷ୍ଟ ଅଭିନେତ୍ରୀଙ୍କ ସହିତ ତାଙ୍କ ଯୋଡ଼ି ବେଶ ଲୋକପ୍ରିୟ ହୋଇଥିଲା। ତାଙ୍କ ଅଭିନୀତ ପ୍ରସିଦ୍ଧ ବଙ୍ଗଳା ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ଚୌରଙ୍ଘୀ (୧୯୬୮) ଏବଂ ଉତ୍ତମ କୁମାରଙ୍କ ସହିତ ଗଡ଼ ନସୀମପୁର ଓ କୁହେଲି । ଏହାପରେ ଶ୍ରୀମାନ ପୃଥ୍ବୀରାଜ (୧୯୭୩), ଜୟ ବାବା ତାରକନାଥ (୧୯୭୭) ଏବଂ ଅମର ଗୀତୀ (୧୯୮୩) ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ। ୧୯୭୫ରେ ବିଶ୍ୱଜିତ୍ ନିଜ ଅଭିନୟ କରିଥିବା ଚଳଚ୍ଚିତ୍ର ‘କେହତେ ହୈ ମୁଝକୋ ରାଜା’ର ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଥିଲେ। ଅଭିନୟ ଓ ନିର୍ଦ୍ଦେଶନା ବ୍ୟତୀତ ସେ ଜଣେ ଗାୟକ ଓ ନିର୍ମାତା ମଧ୍ୟ ରହିଆସିଛନ୍ତି।

୫୧ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ IFFI51
Share. Facebook Twitter LinkedIn Email WhatsApp Copy Link

Related Posts

ଶୁଭାଂଶୁ ଶୁକ୍ଳାଙ୍କ ମିଶନ ଉପରେ ସ୍ୱତନ୍ତ୍ର ଅଧିବେଶନକୁ ବିରୋଧୀଙ୍କ ବର୍ଜନ, କିନ୍ତୁ ଶଶି ଥରୁରଙ୍କ ପ୍ରଶଂସା

August 18, 2025

ଏୟାରଟେଲ୍ ସେବା ବନ୍ଦ!: କଲ୍ ଏବଂ ଇଣ୍ଟରନେଟ୍ ସେବା ମଧ୍ୟ ପ୍ରଭାବିତ

August 18, 2025

ଯଦି ସିପି ରାଧାକୃଷ୍ଣନ୍ ନିର୍ବାଚିତ ହୁଅନ୍ତି, ତେବେ ନୂତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ହେବ?

August 18, 2025

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025
Latest News

ଶୁଭାଂଶୁ ଶୁକ୍ଳାଙ୍କ ମିଶନ ଉପରେ ସ୍ୱତନ୍ତ୍ର ଅଧିବେଶନକୁ ବିରୋଧୀଙ୍କ ବର୍ଜନ, କିନ୍ତୁ ଶଶି ଥରୁରଙ୍କ ପ୍ରଶଂସା

August 18, 2025

ଏୟାରଟେଲ୍ ସେବା ବନ୍ଦ!: କଲ୍ ଏବଂ ଇଣ୍ଟରନେଟ୍ ସେବା ମଧ୍ୟ ପ୍ରଭାବିତ

August 18, 2025

ଗାଧୋଇବା ବେଳେ ନଈରେ ଭାସିଗଲେ ଯୁବକ: ବାଲୁଗାଁ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

August 18, 2025

ଯଦି ସିପି ରାଧାକୃଷ୍ଣନ୍ ନିର୍ବାଚିତ ହୁଅନ୍ତି, ତେବେ ନୂତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ହେବ?

August 18, 2025

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.