Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ପାଳିତ ହେଲା ସପ୍ତମ ବିଶ୍ୱ ଯୋଗ ଦିବସ
ଆଜିର ଖବର

ସୋଆରେ ପାଳିତ ହେଲା ସପ୍ତମ ବିଶ୍ୱ ଯୋଗ ଦିବସ

June 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୂବନେଶ୍ଵର: ସୋଆ ଏନଏସଏସ, ୱେଲନେସ ସେଣ୍ଟର ତଥା ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଏକ ୱେବିନାର ଆୟୋଜିତ ହୋଇଯାଇଛି। ଗତ ଜୁନ ୭ ତାରିଖରୁ ପନ୍ଦର ଦିନ ଧରି ପ୍ରତ୍ୟହ ସକାଳ ସାତରୁ ଆଠଟା ପର୍ଯ୍ୟନ୍ତ ଏକ ଘଣ୍ଟା ଧରି ଚାଲିଥିବା ଅନଲାଇନ ପାକ୍ଷିକ ଯୋଗ ଶିବିରର ଉଦ୍ ଯାପନୀ ଉତ୍ସବ ମଧ୍ୟ ସୋମବାର ଅନୁଷ୍ଠିତ ହୋଇ ଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ଼.ଏଚ୍.ଆର୍. ନଗେନ୍ଦ୍ର, କୁଳାଧିପତି, ଏସ୍ -ଭ୍ୟାସା ତାଙ୍କ ଭିଡ଼ିଓ ସମ୍ବାଦରେ କିପରି ସମସ୍ତ ରୋଗର ମୁକାବିଲା ପାଇଁ ଭଗବାନ ଆମକୁ ରୋଗ ପ୍ରତିରୋଧକ ଶକ୍ତି ଦେଇଛନ୍ତି ଓ ଏହା ବିଗିଡ଼ି ଗଲେ ଆମ ଶରୀର ସକଳ ରୋଗର ଶିକାର ହୋଇଥାଏ ସେ ସମ୍ପର୍କରେ ଅବଗତ କରାଇଥିଲେ।

ଶାରିରୀକ, ମାନସିକ ଓ ଆଧ୍ୟାତ୍ମିକ ସମନ୍ଵୟ ହିଁ ଯୋଗ । ଅନ୍ୟତମ ଅତିଥି ସ୍ଵାମୀ ସୁଧାନନ୍ଦ ମହାରାଜ ଶରୀରରକ୍ଷାର ତିନୋଟି ପ୍ରମୁଖ ସ୍ତମ୍ଭ ଆହାର, ନିଦ୍ରା, ମୈଥୁନ ବିଷୟରେ କହିଥିଲେ। ଏହି ତିନୋଟିର ଅସଂଯମତାହିଁ ରୋଗର କାରଣ ହୋଇଥାଏ। ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ସମଗ୍ର ଜୀବନ ଓ ଯୋଗ ର ମହାତ୍ମ୍ୟ ଗୀତା ଓ ମହାଭାରତରୁ ଉଦାହରଣ ଦେଇ ବୁଝାଇଥିଲେ।

ଡିନ ଛାତ୍ର ମଙ୍ଗଳ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଅତିଥି ପରିଚୟ ଦେଇଥିଲେ। ଯୋଗ ଶିକ୍ଷକ ଶ୍ରୀ ଅଖିଳ ଚନ୍ଦ୍ର ରଣା ଆବାହନୀ, ଶାନ୍ତିପାଠ ସହିତ ସାଧାରଣ ଯୋଗ ପ୍ରୋଟୋକଲ ବିଷୟରେ କହିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏନଏସଏସ ପ୍ରୋଗ୍ରାମ ସଂଯୋଜକ ତଥା ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ର. ନଚିକେତା ଶର୍ମା ଅନଲାଇନ ପାକ୍ଷିକ ଯୋଗ ଶିବିରର ବିବରଣୀ ସହିତ ଲକ୍ ଡ଼ାଉନ ସମୟରେ ବିଶ୍ଵବିଦ୍ୟାଳୟରେ ହୋଇଥିବା ଅନଲାଇନ କାର୍ଯ୍ୟକ୍ରମ ସମୂହର ସମ୍ୟକ ସୂଚନା ଦେଇଥିଲେ।

ଗୁଗୁଲ ମିଟ୍ ଓ ୟୁଟିଉବ୍ ରେ ପ୍ରସାରିତ କାର୍ଯ୍ୟକ୍ରମରେ ଡିନ୍, ପ୍ରୋଗ୍ରାମ ଅଫିସର, ଅଧ୍ୟାପକ, ଅଧ୍ୟାପିକା, ବିଶ୍ଵବିଦ୍ୟାଳୟ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ବିଶ୍ଵବିଦ୍ୟାଳୟର ବହୁସଂଖ୍ୟକ ଏନଏସଏସ ଛାତ୍ରଛାତ୍ରୀ ନିଜ ଘରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପ୍ରଣିତ କମନ୍ ଯୋଗ ପ୍ରୋଟୋକଲ ଭିତ୍ତିରେ ଆସନ ଓ ପ୍ରାଣାୟମ କରି ଯୋଗ ଦିବସ ପାଳନ କରିଥିଲେ।

ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ: ଶିଶୁ କନ୍ୟା ମୃତ, ୩ ଗୁରୁତର

October 11, 2026

ପ୍ରେସକ୍ରିପସନ୍ ଔଷଧ ବିଜ୍ଞାପନ ଉପରେ କେନ୍ଦ୍ରର କଟକଣା! ଅନୁମତି ବିନା ପ୍ରଚାର କଲେ ଅଡୁଆରେ ପଡ଼ିପାରନ୍ତି ଔଷଧ ବ୍ୟବସାୟୀ

October 11, 2026

ଧ୍ରୁବ ରାଠିଙ୍କୁ ମୁକ୍ତ କଲା ଦିଲ୍ଲୀ ପୋଲିସ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହାଇଭୋଲଟେଜ୍ ଆନ୍ଦୋଳନ

October 11, 2026

ପେନସନଭୋଗୀଙ୍କ ପାଇଁ ବଡ଼ ଖବର, ୫୦୦ ଟଙ୍କା ବଢ଼ିପାରେ ମାସିକ ପେନସନ

October 11, 2026
Latest News

ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ: ଶିଶୁ କନ୍ୟା ମୃତ, ୩ ଗୁରୁତର

October 11, 2026

Jio AI Glasses: ଏହି ଚଷମା ରେ କରିହେବ ୟୁପିଆଇ ପେମେଣ୍ଟ, ମିଳିବ ଲାଇଭ କ୍ରିକେଟ କମେଣ୍ଟ୍ରି

October 11, 2026

ପ୍ରେସକ୍ରିପସନ୍ ଔଷଧ ବିଜ୍ଞାପନ ଉପରେ କେନ୍ଦ୍ରର କଟକଣା! ଅନୁମତି ବିନା ପ୍ରଚାର କଲେ ଅଡୁଆରେ ପଡ଼ିପାରନ୍ତି ଔଷଧ ବ୍ୟବସାୟୀ

October 11, 2026

ଧ୍ରୁବ ରାଠିଙ୍କୁ ମୁକ୍ତ କଲା ଦିଲ୍ଲୀ ପୋଲିସ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହାଇଭୋଲଟେଜ୍ ଆନ୍ଦୋଳନ

October 11, 2026

ପେନସନଭୋଗୀଙ୍କ ପାଇଁ ବଡ଼ ଖବର, ୫୦୦ ଟଙ୍କା ବଢ଼ିପାରେ ମାସିକ ପେନସନ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.