Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କାଠରେ ଶ୍ରୀମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ବ୍ରହ୍ମପୁର ବାଳକ ଦିଲ୍ଲୀପ ମହାରଣା, ଯେ ଦେଖୁଛି ହେଉଛି ଆଶ୍ଚର୍ଯ୍ୟ
ଜାତୀୟ ଖବର

କାଠରେ ଶ୍ରୀମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ବ୍ରହ୍ମପୁର ବାଳକ ଦିଲ୍ଲୀପ ମହାରଣା, ଯେ ଦେଖୁଛି ହେଉଛି ଆଶ୍ଚର୍ଯ୍ୟ

July 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କାଠରେ ଶ୍ରୀମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ବ୍ରହ୍ମପୁର ବାଳକ ଦିଲ୍ଲୀପ ମହାରଣା, ଯେ ଦେଖୁଛି ହେଉଛି ଆଶ୍ଚର୍ଯ୍ୟ

ବ୍ରହ୍ମପୁର, ବର୍ତ୍ତମାନ କରୋନା ପରିସ୍ଥିତିରେ କେହି ଶ୍ରୀମନ୍ଦିର ଯିବା ସମ୍ଭବ ହୋଇପାରୁ ନାହିଁ। ହେଲେ ଘରେ ବସି କିମ୍ବା ପାଖ ମନ୍ଦିରକୁ ଯାଇ ଭକ୍ତମାନେ ନିଜର ଅଭିଳାଷାକୁ ପରିପୂରଣ କରୁଛନ୍ତି। ତେବେ ଏସବୁଥିରୁ ଯେଉଁମାନେ ବଞ୍ଚିତ ସେମାନେ ଘରେ ବସି ଧ୍ୟାନ କରୁଛନ୍ତି। ଏସବୁ ଘଡିଷନ୍ଧି ମୂହୁର୍ତ୍ତରେ ଘରେ ବସି ଅନେକ ଲୋକ ନିଜନିଜ ମାଧ୍ୟମରେ ଭକ୍ତି ଅର୍ଘ ଦେଉଛନ୍ତି।

ସେମିତି ଜଣେ ବାଳକ ହେଉଛନ୍ତି ବ୍ରହ୍ମପୁର ସହରର ସାନ ରେଡ୍ଡିକା ସାହିର ଦିଲୀପ ମହାରଣା। ଯାହାର ବୟସ ୧୮ ବର୍ଷ। ପିତା ଭଗବାନ ମହାରଣା ଏବଂ ମାତା ଝୁନୁ ମହାରଣା ସେ ବର୍ତ୍ତମାନ ଖଲ୍ଲିକୋଟ କଲେଜରେ ଯୁକ୍ତତିନି ବାଣିଜ୍ୟର ପ୍ରଥମ ବର୍ଷର ଛାତ୍ର। ଦିଲୀପ ଚଳିତ ରଥଯାତ୍ରା ଅବସରରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ଏକ କାଠରେ ତିଆରି ୪ ଇଞ୍ଚି ମୂଳ ପୀଠ ସହ ୫.୬ ଇଞ୍ଚର, ଏକ ଜଗନ୍ନାଥଙ୍କର ଶ୍ରୀମନ୍ଦିର ନିର୍ମାଣ କରିଛନ୍ତି।

ଏହି ମନ୍ଦିରଟିକୁ ଯେ କେହି ଦେଖିଛୁ ସେ ଆଶ୍ଚର୍ଯ୍ୟ ହେଉଛି। କାରଣ ଦୂରରୁ ଯେ କେହି ଦେଖିବ ଅବିକଳ  ଶ୍ରୀମନ୍ଦିରର ଭ୍ରମ ସୃଷ୍ଟି କରୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ମନ୍ଦିର ଭିତରେ ଛୋଟଛୋଟ ମନ୍ଦିର ମଧ୍ୟ ସେ କାଠରେ ନିର୍ମାଣ କରିଛନ୍ତି। ଶ୍ରୀ ମନ୍ଦିରର ଭିତରେ ମେଘନାଦ ପାଚେରୀ ମୁଖ୍ୟ ମନ୍ଦିର ଜଗମୋହନ ଭୋଗ ମଣ୍ଡପ ତା ସହ ନୀଳଚକ୍ର ଏବଂ ପତିତ ପାବନ ବାନା।

ମନ୍ଦିର ବେଢା ଭିତରେ ଭିତର ବେଢା ଛୋଟ ବଡ଼ ୧୦ ରୁ ଅଧିକ ମନ୍ଦିର ଚାରି ଦ୍ୱାର ସିଂହ ଅଶ୍ୱ ବ୍ୟାଘ୍ର ଏବଂ ହସ୍ତୀ ଦ୍ୱାର ତା ସହ ଅରୁଣ ସ୍ତମ୍ବ ଏବଂ ଏକ ଇଞ୍ଚର ପତିତ ପାବନ ବିଗ୍ରହ ବି ଖୋଦିତ ହେଇଚି। ଏହି ମନ୍ଦିର ତିଆରି କରିବା ପାଇଁ ଦିଲୀପକୁ ପ୍ରାୟ ଏକ ମାସରୁ ଉର୍ଦ୍ଧ ସମୟ ଲାଗିଥିଲା।

ଆଗରୁ ସେ ଏକ ଇଞ୍ଚର ଦୁର୍ଗାଙ୍କର ମୂର୍ତ୍ତି ରାମ ମନ୍ଦିର କରି ଇଣ୍ଡିଆ ଏବଂ ଏସିଆ ବୁକ ଅଫ ରେକର୍ଡ୍ସରେ ନିଜକୁ ଗ୍ରାଣ୍ଡ ମାଷ୍ଟର ଭାବରେ ସ୍ଥାନୀୟ କରିଛନ୍ତି। ଆଜି ଶ୍ରୀମନ୍ଦିର ତିଆରି ପଛରେ ତାଙ୍କୁ ତାଙ୍କ ମାମୁଁ ବାସ୍ତୁବିତ ସାନ୍ୟାସୀ ମହାରଣା ପ୍ରେରଣା ଦେଇଥିବା ସହ ତାଙ୍କ ବାପା ଭଗବାନ ମହାରଣା ଏବଂ ଭାଇ ମନୋଜ ମହରାଣ ସହଯୋଗ କରିଥିଲେ।

କରୋନା ମହାମାରୀ ଭିତରେ ଲୋକ ମାନେ ମହାପ୍ରଭୁଙ୍କୁ ଦେଖିବା ପାଇଁ ସୁଯୋଗ ନ ପାଉଥିବା ବେଳେ। ତାଙ୍କ ହାତରେ ତିଆରି ଏହି କୀର୍ତିରାଜିକୁ ସେ ଆମ ରାଜ୍ୟ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

ଦିଲୀପ ମହାରଣା ବ୍ରହ୍ମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026

ଭାରତ ପାଇଁ ଆଶ୍ବସ୍ତିକର ଖବର: ହର୍ମୁଜ୍ ପାର ହୋଇ ଭାରତରେ ପହଞ୍ଚିଲା ଆଉ ଏକ ଏଲପିଜି ଟ୍ୟାଙ୍କର

May 17, 2026

ପହଲଗାମରେ ଦୁର୍ଘଟଣା: ଦମ୍ପତି ମୃତ

May 17, 2026

ସମ୍ବଲପୁର ବୁର୍ଲାରେ ଏନକାଉଣ୍ଟର

May 17, 2026
Latest News

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026

ଭାରତ ପାଇଁ ଆଶ୍ବସ୍ତିକର ଖବର: ହର୍ମୁଜ୍ ପାର ହୋଇ ଭାରତରେ ପହଞ୍ଚିଲା ଆଉ ଏକ ଏଲପିଜି ଟ୍ୟାଙ୍କର

May 17, 2026

POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ

May 17, 2026

ବଢିଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା

May 17, 2026

ପୁଣି ବଢିଲା ସିଏନଜି ମୂଲ୍ୟ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.