Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜଗତସିଂହପୁର ଜିଲ୍ଲାପ୍ରଶାସନ ତରଫରୁ ନୂଆଖାଇ ଭେଟଘାଟ୍ ଉତ୍ସବ ପାଳିତ
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାପ୍ରଶାସନ ତରଫରୁ ନୂଆଖାଇ ଭେଟଘାଟ୍ ଉତ୍ସବ ପାଳିତ

September 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ନୁଆଖାଇ ଭେଟ୍‌ଘାଟ୍ ଉତ୍ସବ ପାଳିତ ହୋଇଯାଇଛି। ନୁଆଖାଇ ପର୍ବ ଏକ ଆଧ୍ୟାତ୍ମିକ, ଧାର୍ମିକ, ସାଂସ୍କୃତିକ, ଅର୍ଥନୈତିକ ଚେତନାର ପର୍ବ। ଏହି ପର୍ବରେ ତିନି ଠାକୁରାଣୀ ସମଲେଶ୍ୱରୀ, ପାଟେଣେଶ୍ୱରୀ ଓ ମାଣିକେଶ୍ୱରୀଙ୍କୁ ପୂଜା କରାଯାଏ। ଏହି ଗଣପର୍ବ ୧୫ଦିନ ଧରି ପାଳନ କରାଯାଏ। ରାଜ୍ୟସରକାର ଓ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନୁଆଖାଇ ପର୍ବକୁ ସାରା ରାଜ୍ୟରେ ପାଳନ କରିବାକୁ ଯେଉଁ ପ୍ରୟାସ କରିଛନ୍ତି ଏହାଦ୍ୱାରା ପଶ୍ଚିମ ଓଡିଶା, ଉପକୂଳ ଓଡିଶା ଭେଦଭାବ ଦୂରହେବା ସହ ସାଂସ୍କୃତିକ ଭାଇଚାରା ସୃଷ୍ଟି ହେବ। ଏହି ପର୍ବଦିନ ଚାଷୀ ମାନେ ସେମାନଙ୍କର ଶସ୍ୟକୁ ଆରାଧ୍ୟ ଦେବୀଙ୍କ ପାଖରେ ଅର୍ପଣ କରିବା ପରେ ପରିବାର ସହିତ ନବାନ୍ନ ଭକ୍ଷଣ କରନ୍ତି। ପଶ୍ଚିମ ଓଡିଶାର ଲୋକମାନେ ଅତିଥି ସତ୍କାର କରିବାକୁ ବହୁତ ଭଲ ପାଆନ୍ତି।

ଏହି ଉତ୍ସବରେ ମୁଖ୍ୟବକ୍ତାଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ମହେନ୍ଦ୍ର କୁମାର ଆଚାର୍ଯ୍ୟ କହିଲେ ନୂଆଖାଇ ପର୍ବ ପାଳନ ଦ୍ୱାରା ସାଂସ୍କୃତିକ ଭାବର ଆଦାନପ୍ରଦାନ ହୋଇଥାଏ। ପଶ୍ଚିମ ଓଡିଶାର ଭାଦ୍ରବ ମାସରେ ଧାନ ଅମଳ ହୁଏ ଓ ଦେବୀଙ୍କୁ ଅର୍ପଣ କଲାପରେ ନବାନ୍ନ ଭକ୍ଷଣ କରାଯାଏ। ଏହିପର୍ବ ସମାଜରେ ସାମାଜିକ ଚେତନା ଆଣେ। ସାନମାନେ ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତି, ଜୁହାର ହୁଅନ୍ତି। ଯାହା ମନୋମାଳିନ୍ୟ ଥାଏ ଏହି ପର୍ବ ପାଳନ ଦିନ ତାହା ଦୂରେଇ ଯାଇଥାଏ।

ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଯୋଗଦେଇ କହିଲେ ଓଡିଶା ସରକାରଙ୍କୁ ଧନ୍ୟବାଦ ଦେବି ପଶ୍ଚିମ ଓଡିଶାର ଗଣପର୍ବ ବଦଳରେ ଓଡିଶାର ଗଣପର୍ବ ପାଳନ କରୁଛନ୍ତି। ଏହା ଏକ କୃଷି ଭିତ୍ତିକ ପର୍ବ। ସମ୍ବଲପୁରୀ ନୃତ୍ୟ,ଗୀତ,ପୋଷାକ ପରିପାଟୀ ଅତ୍ୟନ୍ତ ଆକର୍ଷନୀୟ। ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଚିନ୍ମୟୀ ବିଶ୍ୱାଳ ସମ୍ମାନୀତ ଅତିଥିଭାବେ ଯୋଗଦେଇ କହିଲେ ନୂଆଖାଇ ପର୍ବ ପାଳନ ବେଳେ ଉପକୂଳ ଓଡିଶାରେ ନୂଆ ଚୁଡା ଭୋଗ କରାଯାଏ। ଜିଲ୍ଲା ସଂସ୍କୃତି ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

ପ୍ରଥମେ ଅତିଥିମାନେ ମା ସମଲାଇ ଓ ମା’ଶାରଳାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଜିଲ୍ଲାପାଳ ପ୍ରଦୀପ ପ୍ରଜ୍ୱଳନ କରି ନୁଆଖାଇ ଭେଟ୍ ଘାଟର ଶୁଭ ଉଦ୍‌ଘାଟନ କରିଥିଲେ। କଳାକାର ମାନେ ସମ୍ବଲପୁରୀ ସ୍ୱାଗତସଙ୍ଗୀତ ପରିବେଷଣ କରିଥିଲେ।

ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ର ଅଧ୍ୟକ୍ଷତା କରି ନୂଆଖାଇ ପର୍ବ ପାଳନ ଅବସରରେ ଏକ ପୋଡପିଠା କାଟି ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ, ବୁଦ୍ଧିଜୀବୀ, ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି, କଳାକାର, ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ସମେତ ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ଜଗତସିଂହପୁର ଜିଲ୍ଲାପ୍ରଶାସନ
Share. Facebook Twitter LinkedIn Email WhatsApp Copy Link

Related Posts

ତୁଳସୀକ୍ଷେତ୍ରରେ ରାଧାଗୋବିନ୍ଦଙ୍କ ଦିବ୍ୟ ଝୁଲଣ ଲୀଳା ଦର୍ଶନ ପାଇଁ ଭକ୍ତଙ୍କ ସମାଗମ

August 23, 2026

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ଓଡ଼ିଆ ସଙ୍ଗୀତ ଆକାଶର ଅସ୍ତମିତ ସୂର୍ଯ୍ୟ: ପ୍ରଣବ ପଟ୍ଟନାୟକ

August 21, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026
Latest News

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ହାତାହାତି

August 23, 2026

ନକଲି ଇ-ଚାଲାଣ ନାଁରେ ବଡ଼ ସାଇବର ଠକେଇ: ଖାଲି ହୋଇପାରେ ବ୍ୟାଙ୍କ ଖାତା

August 23, 2026

ଆସନ୍ତାକାଲି ନବରଙ୍ଗପୁରରେ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

August 23, 2026

ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ବାମୀ

August 23, 2026

ତୁଳସୀକ୍ଷେତ୍ରରେ ରାଧାଗୋବିନ୍ଦଙ୍କ ଦିବ୍ୟ ଝୁଲଣ ଲୀଳା ଦର୍ଶନ ପାଇଁ ଭକ୍ତଙ୍କ ସମାଗମ

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.