Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାଭାରତ ଯୁଦ୍ଧ ବେଳେ ସେହି ଟିକି ଚଢେଇ ଆଉ ତା’ ବସାରେ ସୁରକ୍ଷିତ ଥିବା ପୁରା ପରିବାର କଥା
ଆଜିର ଖବର

ମହାଭାରତ ଯୁଦ୍ଧ ବେଳେ ସେହି ଟିକି ଚଢେଇ ଆଉ ତା’ ବସାରେ ସୁରକ୍ଷିତ ଥିବା ପୁରା ପରିବାର କଥା

January 2, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ମହାଭାରତର ଅନ୍ତିମ ପଯ୍ୟାୟ। ମହାଯୁଦ୍ଧର ସ୍ଥାନ ଚୁଡାନ୍ତ ସରିଛି। କୁରୁକ୍ଷେତ୍ରର ବିଶାଳ ପ୍ରାନ୍ତରକୁ ରଣକ୍ଷେତ୍ର ପାଇଁ ନିର୍ମାଣ ଚାଲିଥାଏ। ବୃକ୍ଷ ଗୁଡ଼ିକୁ ଛେଦନ କରି ଭୂମିକୁ ସମତଳ କରାଯାଉଥାଏ। ମହାଯୁଦ୍ଧର ପୂର୍ବ ଦିନ ଘଟଣା। ବିଶ୍ୱ ନିୟନ୍ତା ଲୀଳାମୟ ଶ୍ରୀକୃଷ୍ଣ ସାଥିରେ ଅର୍ଜୁନଙ୍କୁ ନେଇ ରଣକ୍ଷେତ୍ର ପରିଦର୍ଶନ କରିବାକୁ ଯାଇଥିଲେ। ବଡ ବଡ଼ ବୃକ୍ଷ ଗୁଡିକୁ ଧରାଶାୟୀ କରିବାକୁ ହସ୍ତୀ ମାନଙ୍କୁ ନିୟୋଜିତ ହୋଇଥାଏ। ଏକ ବିଶାଳ ବଟ ବୃକ୍ଷର ଶାଖାରେ ଭରତିଆ ଚଢେଇଟିଏ ବସା ବାନ୍ଧି ଶାବକ ମାନଙ୍କୁ ପାଳନ କରୁଥାଏ।

ଶାବକମାନଙ୍କ ପକ୍ଷ ବିକଶିତ ହୋଇ ନଥିବାରୁ ସେମାନେ ଉଡିବା ଯୋଗ୍ୟ ନଥିଲେ। ଏହି ସମୟରେ ଏକ ବିଶାଳ ହସ୍ତୀ ଆସି ସେହି ବଟ ବୃକ୍ଷଟିକୁ ଧରାଶାୟୀ କଲା। ମାଆ ଚଢେଇର ବସାଟି ମଧ୍ୟ ବୃକ୍ଷ ସହିତ ଧରାପୃଷ୍ଠରେ ପଡି ଭାଙ୍ଗିଗଲା। ହେଲେ ସୌଭାଗ୍ୟ ବଶତଃ ଚାରିଟି ଶାବକ ପିଲା ଅକ୍ଷତ ଅବସ୍ଥାରେ ପଡିଗଲେ। ମା ଚଢେଇଟି କାନ୍ଦି କାନ୍ଦି ଅତ୍ୟନ୍ତ ହତାଶ, ନିରାଶ ହୋଇ ଶ୍ରୀକୃଷ୍ଣଙ୍କ ରଥ ଉପରେ ବସିଗଲା। ମାୟାଧର ତାକୁ ବକ୍ରଦୃଷ୍ଟିରେ ଅନାଇ ଦେଲେ।

ବିଚରା ନିରୁପାୟ ପକ୍ଷୀଟି ଅଶୃତ ନୟନରେ ଆତୁର ହୋଇ ଶ୍ରୀକୃଷ୍ଣଙ୍କ ଶରଣ ପଶିଲା। ବିକଳରେ ଗୁହାରି କଲା, “ହେ ମହାଭାଗ, ବଟ ବୃକ୍ଷରେ ଥିବା ମୋ ଶ୍ରମରେ ତିଆରି ନୀଡ଼ଟି ଭାଙ୍ଗି ଯାଇଛି। ମୋର ଛୋଟ ଛୋଟ ପିଲାମାନେ ଅସହାୟ ହୋଇ ଭୂମି ଉପରେ ପଡିଛନ୍ତି। ଏବେ ତୁରନ୍ତ ନୀଡ଼ଟିଏ କରିବାକୁ ମୁଁ ଅକ୍ଷମ। କାଲି ଯୁଦ୍ଧ ଆରମ୍ଭ ହେଲେ ମୋ ପିଲାମାନେ ଅଶ୍ଵ ,ଗଜ ମାନଙ୍କ ପାଦ ତଳେ ବା ରଥ ଚକ ତଳେ ଚାପି ହୋଇ ପ୍ରାଣତ୍ୟାଗ କରିବେ। ମୁଁ ଏବେ କଣ କରିବି ପ୍ରଭୁ।”

ମାୟାଧର ପକ୍ଷୀଟିକୁ ସାନ୍ତ୍ୱନା ଆଳରେ କହିଲେ “ କାଳ ତା ବାଟରେ ଯିବ। ବିଧାତା ସମସ୍ତଙ୍କ ପାଇଁ ବିଧାନ ନିଶ୍ଚୟ କରିଛି। ତାହା ତ ଫଳିବ। ତାକୁ କେହି ଅଟକାଇ ପାରିବେ ନାହିଁ। ତାକୁ ମୁଁ ବା କିପରି ଅଟକାଇବି?

ଏହା ଶୁଣି ମା ଚଢେଇଟିର ଆଖିରୁ ଲୋତକର ଧାର ବୋହି ଚାଲିଲା। ନମ୍ର ଓ ବିନୟ ଭାବରେ ପାର୍ଥନା କଲା “ପ୍ରଭୁ ମୁଁ କାଳ, ବିଧାନ, ବିଧାତା କିମ୍ବା ଭାଗ୍ୟର କଥା ଜାଣି ନାହିଁ। ତେବେ ଏତିକି ନିଶ୍ଚୟ ଜାଣେ, ଆପଣ ହିଁ କାଳ ଚକ୍ରକୁ ନିୟନ୍ତ୍ରଣ କରନ୍ତି। ଆପଣ ହି ଭାଗ୍ୟର ନିଆନ୍ତା। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଆପଣ ଚାହିଁଲେ ମୋ ପିଲାମାନଙ୍କୁ ରକ୍ଷା କରି ପାରିବେ। ମୁଁ ନିଶ୍ଚିତ ହୋଇ ମୋର ପିଲାମାନଙ୍କ ଭାଗ୍ୟ ଡୋରି ଆପଣଙ୍କ ହାତରେ ଅର୍ପଣ କରୁଛି ଓ ଆପଣଙ୍କ ଶରଣ ପଶୁଛି। ମୋ ଜୀବନ ପଛେ ଯାଉ ମୋ ପିଲାମାନଙ୍କୁ ରକ୍ଷାକର। ଏହି ଦାଇତ୍ୱ ଆପଣଙ୍କୁ ଦେଲି।

ମୃଦୁ ହାସ୍ୟରେ ଶ୍ରୀକୃଷ୍ଣ, ଭରତିଆ ଚଢେଇକୁ କହିଲେ “ ତୁମକୁ ଏଥିପାଇଁ ବହୁ ପରିଶ୍ରମ କରିବାକୁ ପଡିବ। ମୋ କଥାରେ ଯଦି ରାଜି ତେବେ ମୁଁ କିଛି ସାହାଯ୍ୟ କରିବି। ଯେତେ କଷ୍ଟ ହେଲେ ବି ମୁଁ ସବୁ କରିବାକୁ ରାଜି ଅଛି ପ୍ରଭୁ, ଚଢେଇ କହିଲା। ଏହାପରେ ଶ୍ରୀକୃଷ୍ଣ ଚଢ଼େଇଟିକୁ କହିଲେ। ପିଲା ମାନଙ୍କୁ ଛାଡି ଆଜି କେବଳ ଗୋଟିଏ କାମ କର। ୨୦ ରୁ ୨୧ ଦିନ ପାଇଁ ଯଥେଷ୍ଟ ଖାଦ୍ୟ ଓ ଜଳ ସଞ୍ଚୟ କରି ରଖ। ବାକି କଥା ମୋ ହାତ ରେ ଛାଡି ଦିଅ।

ରଥ ନେଇ ଶ୍ରୀକୃଷ୍ଣ ଶିବିରକୁ ଚାଲିଗଲେ ଅନ୍ୟାନ୍ୟ ପ୍ରସ୍ତୁତି ତଦାରଖ ପାଇଁ। ପରଦିନ ଯୁଦ୍ଧ ଆରମ୍ଭ ସମୟ ଉପନୀତ ହେଲା। ପ୍ରଭାତ ସମୟରେ ରଣକ୍ଷେତ୍ର ର ଉଭୟ ପାର୍ଶ୍ଵ ରେ ଅଗଣିତ ସୈନ୍ୟ ସାମନ୍ତ, ରଥାରୋହୀ, ଅଶ୍ଵାରୋହୀ, ପଦାତିକ ବାହୀନି ସହ ସୁସଜ୍ଜିତ ରଥ ଗୁଡିକରେ କୁରୁ ଓ ପାଣ୍ଡବ ପକ୍ଷର ଅନେକ ସେନା ଓ ସେନାପତି ମାନେ ଅବତୀର୍ଣ।

ଉଭୟ ପକ୍ଷରୁ ରଣଭେରୀ, ତୁରୀ ଓ ଶଙ୍ଖ ନାଦ ରେ ଗଗନ ପବନ ପ୍ରକମ୍ପିତ ହେବାକୁ ଲାଗିଲା। ଠିକ୍ ଏହି ସମୟରେ ସାରଥି ଶ୍ରୀକୃଷ୍ଣ ରଥରୁ ଅବତରଣ କରି ଦଣ୍ଡାୟମାନ ହେଲେ। ସେ ଅର୍ଜୁନ ଙ୍କୁ କହିଲେ “ପାର୍ଥ, ତୁମର ଗାଣ୍ଡୀବ ଧନୁ ଓ ଶରଟିଏ ମୋତେ ଦିଅ। ଅର୍ଜୁନ ହତ ଚକିତ ହୋଇଗଲେ, ଇୟେ କଣ ଶୁଣୁଛନ୍ତି! ଶ୍ରୀକୃଷ୍ଣ ଯେ ଆଦୌ ଅସ୍ତ୍ର ଧାରଣ କରିବେ ନାହିଁ କିମ୍ବା ଯୁଦ୍ଧରେ ପ୍ରତ୍ୟକ୍ଷ ଭାଗ ନେବେ ନାହିଁ ବୋଲି ସର୍ତ ରଖିଥିଲେ! ନିରୁତ୍ତର ହୋଇ ଅର୍ଜ୍ଜୁନ ଧନୁ ଓ ଶରକୁ ବଢେଇ ଦେଲେ।

ଶ୍ରୀକୃଷ୍ଣ ଧନୁରେ ଶର ସଂଯୋଗ କରି ସୁଦୂରରେ ଥିବା କୌରବ ପକ୍ଷର ଏକ ବିଶାଳ ଗଜ ଆଡକୁ ଶର ନିକ୍ଷେପ କଲେ। ଶରଟି ଯାଇ ଗଜ ର ମସ୍ତକରେ ନ ବାଜି ତାର ବେକରେ ଝୁଲୁ ଥିବା ବିଶାଳକାୟ ଧାତବ ନିର୍ମିତ ଘଣ୍ଟିରେ ବାଜିଲା ଓ ତାହା ଛିଣ୍ଡି ଭୂମିରେ ପଡ଼ିଲା। ଏହା ଦେଖି ଅର୍ଜୁନ ଆଉ ସମ୍ଭାଳି ପରିଲେ ନାହିଁ। ପଚାରିଲେ “ ସଖା ଆପଣ ଏ କଣ କଲେ ? ମତେ କହିଥିଲେ ମୁଁ ଗଜ ଟିକୁ ଅନାୟାସ ରେ ନିହତ କରି ଦେଇଥାନ୍ତି। ଆପଣତ ଲକ୍ଷ୍ୟଚ୍ୟୁତ ହେଲେ?

ଶ୍ରୀକୃଷ୍ଣ ମୃଦୁ ହାସ୍ୟରେ ଅର୍ଜୁନ ଙ୍କୁ କହିଲେ “ପାର୍ଥ, ମୁଁ ନା ଯୁଦ୍ଧ କରୁଥିଲି ନା ଗଜକୁ ମାରିବାକୁ ଚେଷ୍ଟା କରୁଥିଲି? ଯୁଦ୍ଧ ତ ତୁମେ କରିବ। ଏବେ ମୁଁ କଣ କଲି ତାହା ତୁମେ ଯୁଦ୍ଧର ପରିସମାପ୍ତି ପରେ ଜାଣିବ। ତୁମେ ଯୁଦ୍ଧରେ ମନୋନିବେଶ କର।

୧୮ ଦିନ ର ମହାଭାରତ ଯୁଦ୍ଧ ସରିଲା। କୌରବମାନେ ପରାସ୍ତ ହେଲେ। ଯୁଧ୍ୟ ଶେଷ ହୋଇଗଲେ। ଯୁଧିଷ୍ଠିର ଏବେ ହସ୍ତିନାପୁର ର ସମ୍ରାଟ ହେବାକୁ ପଥ ପରିଷ୍କାର ହୋଇଗଲା। ତାହା ପରେ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ ନେଇ କୁରୁକ୍ଷେତ୍ର ଯୁଦ୍ଧ ସ୍ଥଳ ରେ ଉପନୀତ ହେଲେ। ଯେଉଁ ବିଶାଳ କୁରୁକ୍ଷେତ୍ର ପ୍ରାନ୍ତର ହଜାର ହଜାର ସୈନ୍ୟ, ରଥ, ହସ୍ତୀ, ଗଜ ମାନଙ୍କ ଚିତ୍କାର ରେ ପ୍ରକମ୍ପିତ ହଉଥିଲା ଏବେ ସେଠାରେ ଶ୍ମଶାନ ତୁଲ୍ୟ ଦୃଶ୍ୟ। କୁରୁକ୍ଷେତ୍ରର ଭୂମି ରକ୍ତ ରଞ୍ଜିତ ଖାଲି ଶବ, ଭଗ୍ନ ରଥ, ବର୍ଜିତ ଅସ୍ତ୍ର ଶସ୍ତ୍ର ଦୃଶ୍ୟମାନ।

ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସେହି ବାଟରେ କଢେଇ ନେଲେ, ଯେଉଁଠି ସେଇ ବିଶାଳ ଧାତବ ଘଣ୍ଟିଟି ହସ୍ତୀର ବେକରୁ ଛିଡି ପଡିଥିଲା। ତାକୁ ଉଠେଇବାକୁ କହିଲେ ଅର୍ଜୁନଙ୍କୁ। ଅର୍ଜୁନ ତାହା ଉଠେଇଲା ମାତ୍ରେ ତାହା ଭିତରୁ ସେଇ ମା ଚଡେଇ ଟି ଓ ତାର ଚାରି ଶାବକ ଡେଣା ଝାଡ଼ି ଫୁଡ଼ ଫାଡ ହୋଇ ଉଡି ଆସିଲେ। ୧୮ ଦିନ କାଳ ଯୁଦ୍ଧର ବିଭୀଷିକା ମଧ୍ୟରେ ମଧ୍ୟ ସେମାନେ ସୁରକ୍ଷିତ ଥିଲେ ସେଇ ଘଣ୍ଟି ଭିତରେ! ଇତି ମଧ୍ୟରେ ଶାବକ ମାନଙ୍କ ଡେଣା ବି ବିକଶିତ ହୋଇ ସାରିଥାଏ। ସେମାନେ ଶ୍ରୀକୃଷ୍ଣଙ୍କ ପାଦ ତଳେ ପ୍ରଣାମ କରି କୃତଜ୍ଞତା ଜଣେଇ ମୁକ୍ତ ଆକାଶକୁ ଉଡି ଗଲେ ନୂତନ ଜୀବିକା ଓ ବାସ ସ୍ଥାନ ସନ୍ଧାନରେ।

ସାଂପ୍ରତିକ କରୋନା ଭଳି ମହା ଵିପତ୍ତି ସମୟରେ ଏହି ଶିକ୍ଷା ନେବା। ଏକ ମହାଯୁଦ୍ଧର ଅବତୀର୍ଣ ସାରା ପୃଥିବୀର ମାନବ ଜାତି। ଆମେ କାହିଁକି ଭାବିବା ନାହିଁ ଯେ ଘର ରୂପକ ଘଣ୍ଟି ଭିତରେ ସୁରକ୍ଷିତ ରହି ଆମେ ନିଜେ, ନିଜ ପରିବାର , ନିଜ ଗ୍ରାମ ଓ ଦେଶର ତଥା ସମସ୍ତ ମାନବ ଜାତିକୁ ସୁରକ୍ଷିତ ରଖିପାରିବା। ଏହି ଯୁଦ୍ଧ ନିଶ୍ଚିତ ସମାପ୍ତ ହେବ ଧର୍ମର ବିଜୟ ହେବ।

କୁରୁକ୍ଷେତ୍ର ଟିକି ଚଢେଇ ମହାଭାରତ ଶ୍ରୀକୃଷ୍ଣ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026
Latest News

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.