Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ମକର ସଂକ୍ରାନ୍ତି ଦିନ ଆୟୋଜିତ ହେବ ବିଶ୍ୱବ୍ୟାପୀ ସୂର୍ଯ୍ୟ ନମସ୍କାର
ଧର୍ମ

ମକର ସଂକ୍ରାନ୍ତି ଦିନ ଆୟୋଜିତ ହେବ ବିଶ୍ୱବ୍ୟାପୀ ସୂର୍ଯ୍ୟ ନମସ୍କାର

January 9, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ସୂର୍ଯ୍ୟ ନମସ୍କାର
ସୂର୍ଯ୍ୟ ନମସ୍କାରରେ ଲୁଚି ରହିଛି ଏହି ୧୦ ଟି ଆସନ: ଏହା ଦ୍ଵାରା ଆପଣଙ୍କୁ ମିଳିବ ଅନେକ ଲାଭ

ନୂଆଦିଲ୍ଲୀ: ଆୟୁଷ ମନ୍ତ୍ରଣାଳୟ  ଜାନୁୟାରୀ ୧୪ତାରିଖ ମକର ସଂକ୍ରାନ୍ତି ଦିନ ବିଶ୍ୱବ୍ୟାପୀ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ ଆୟୋଜନ କରୁଛି। ଏହି ପ୍ରଦର୍ଶନ କାର୍ଯ୍ୟକ୍ରମରେ ୭୫ ଲକ୍ଷ ଲୋକ ଯୋଗ ଦେବେ।

ଏହି ଦିନ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ଉତ୍ତମ ସ୍ୱାସ୍ଥ୍ୟ, ଧନ ଓ ସୁଖମୟ ଜୀବନ ପାଇଁ ପ୍ରକୃତି ମାତାଙ୍କୁ ଏହିଦିନ ଧନ୍ୟବାଦ ଅର୍ପଣ କରାଯାଇଥାଏ। ପ୍ରକୃତିର ସମସ୍ତ ଜୀବନ୍ତ ପଦାର୍ଥ ଏବଂ ପ୍ରାଣୀଜଗତ ଉପରେ ସୂର୍ଯ୍ୟଙ୍କର କିରଣ ପଡି ସେମାନଙ୍କୁ ପ୍ରାଣବନ୍ତ କରୁଥିବାରୁ ସୂର୍ଯ୍ୟ ନମସ୍କାର ମାଧ୍ୟମରେ ସୂର୍ଯ୍ୟଙ୍କୁ କୃତଜ୍ଞତା ପ୍ରକାଶ କରାଯାଏ।  ସୂର୍ଯ୍ୟ ସମସ୍ତ ଶକ୍ତିର ମୌଳିକ ଉତ୍ସ ହୋଇଥିବାରୁ ଜଟିଳ ଖାଦ୍ୟ ଶୃଙ୍ଖଳର ପରିଚାଳନା ସହିତ ମନୁଷ୍ୟମାନଙ୍କ ଶରୀର ଓ ମନକୁ ଶକ୍ତି ଯୋଗାଇଥାଏ। ବୈଜ୍ଞାନିିକ ଦୃଷ୍ଟି କୋଣରୁ ଦେଖାଯୋଏ ଯେ ସୂର୍ଯ୍ୟ ନମସ୍କାର ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଗତ ମହାମାରୀ ସମୟରେ ଏହାର ଗୁରୁତ୍ୱ ଉପଲବ୍‌‌ଧି କରାଯାଇଥିଲା। ଶରୀରରେ ସୂର୍ଯ୍ୟକିରଣ ପଡିଲେ ଭିଟାମିନ୍ ଡି’ ସୃଷ୍ଟି ହୋଇଥାଏ। ବିଶ୍ୱବ୍ୟାପୀ ସମସ୍ତ ଚିକିତ୍ସା ଶାସ୍ତ୍ର ଓ ପଦ୍ଧତି ଏହାକୁ ସ୍ୱୀକାର କରିଛନ୍ତି।

ସାମୂହିକ ଭାବରେ ସୂର୍ଯ୍ୟ ନମସ୍କାର ଦ୍ୱାରା ଏହି ବାର୍ତ୍ତା ବିଶ୍ୱକୁ ଦିଆଯାଉଛି ଯେ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଘଟୁଛି। ଆଜିର ବିଶ୍ୱର ତାପମାତ୍ରା ବୃଦ୍ଧି ଦୃଷ୍ଟିରୁ ଦୈନନ୍ଦିନ ଜୀବନରେ ସୌରଶକ୍ତି ବ୍ୟବହାର କରି ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ଛାଡିବା ପ୍ରକ୍ରିୟା ହ୍ରାସ କରାଯିବା ଉଚିତ। ଅଙ୍ଗାରକାମ୍ଳ ପୃଥିବୀ ପ୍ରତି ବିପଦ ସୃଷ୍ଟି କରିଛି।

ମକର ସଂକ୍ରାନ୍ତି ଦିନଟିର ଗୁରୁତ୍ୱ ଆମର ସାଂସ୍କୃତିକ, ପରମ୍ପରା ଏବଂ ଅଧ୍ୟାତ୍ମିକ ଜୀବନରେ ରହିଛି। ସୂର୍ଯ୍ୟ ନମସ୍କାରରେ ୮ଟି ଆସନକୁ ୧୨ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ କରାଯାଇଥାଏ। ଏହାଦ୍ୱାରା ଶରୀର ଓ ମନ ମଧ୍ୟରେ ସମନ୍ୱୟ ସ୍ଥାପନ ହୋଇଥାଏ। ଏହାକୁ ପ୍ରତ୍ୟୁଷରୁ ଅଭ୍ୟାସ କରାଯିବା ଉଚିତ।

ଆୟୁଷ ମନ୍ତ୍ରଣାଳୟ ଉତ୍ତରାୟଣ ଗତି ମକର ସଂକ୍ରାନ୍ତି ସୂର୍ଯ୍ୟ ନମସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026
Latest News

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.