Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରବିନ୍ଦ୍ର ମଣ୍ଡପରେ ଆରମ୍ଭ ହେଲା ତିନିଦିନିଆ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ
ବିଶେଷ ଖବର

ରବିନ୍ଦ୍ର ମଣ୍ଡପରେ ଆରମ୍ଭ ହେଲା ତିନିଦିନିଆ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ

May 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରବିନ୍ଦ୍ର ମଣ୍ଡପରେ ଆରମ୍ଭ ହେଲା ତିନିଦିନିଆ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ଏକାଦଶ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆଜିଠାରୁ ତିନିଦିନ ଧରି ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେଉଛି। ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହାୟତାରେ ଏହି ନୃତ୍ୟ ମହୋତ୍ସବ ଆଜି ସନ୍ଧ୍ୟରେ ଓଡ଼ିଶାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି।

ଉଦ୍‌ଘାଟନୀ ଉତ୍ସବରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସାରକା ବିଭିନ୍ନ ଜନଜାତିଙ୍କ ମଧ୍ୟରେ ଥିବା ପ୍ରଦର୍ଶନ କଳାର ଏକତ୍ର ପରିବେଷଣରେ କଳାଗ୍ରହୀତାମାନଙ୍କ ଭିତରେ କୌଶଳଗୁଡ଼ିକର ଭାବଗତ ତଥା ମୁଦ୍ରାଗତ ବିନିମୟ ହୋଇଥିବାର ସୂଚନା ଦେଇଥିଲେ। ଓଡ଼ିଶା ରାଜ୍ୟର ୬୨ ଜନଜାତିଙ୍କ ମଧ୍ୟରେ ବହୁବିଧ ନୃତ୍ୟ ସମ୍ଭାର ରହିଛି ଏବଂ ମହାଭାରତୀୟ ଜନଜାତିଙ୍କ ନୃତ୍ୟ ସମ୍ଭାରର ଉତ୍କର୍ଷ ଦେଶବିଦେଶରେ ଖ୍ୟାତି ଲାଭ କରିଛି । ଏସବୁ ଗୋଟିଏ ମଂଚରେ ପରିବେଷିତ ହେବା ଦ୍ୱାରା ପ୍ରତ୍ୟେକ ପ୍ରତ୍ୟେକଙ୍କର ଶୈଳୀ, ମୁଦ୍ରା ସହ ପରିଚିତ ହେଉଛନ୍ତି ଏବଂ ପରସ୍ପର ମଧ୍ୟରେ ଭାବଗତ ଆଦାନପ୍ରଦାନ ବାଣ୍ଟୁଛନ୍ତି । ରାୟଗଡ଼ାର ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଜନଜାତିଙ୍କ ସମୃଦ୍ଧ ନୃତ୍ୟପରମ୍ପରା ନେଇ ତାଙ୍କର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ଡ. ନୱଲଜିତ୍‌ କପୁର ଭାରତୀୟ ଜନଜାତି ନୃତ୍ୟକଳାର ବିବିଧତା ଏବଂ ମୌଳିକତା ଉପରେ ଅଲୋକପାତ କରିବା ସହ ଜନଜାତି ଲୋକପରମ୍ପରାର ସଂରକ୍ଷଣ ଓ ପରିପ୍ରସାର କରାଇବାର ଉଦ୍ଦେଶ୍ୟ ସୂଚାଇଥିଲେ । ଓଡ଼ିଶାର ଆଦିବାସୀ ଗବେଷଣା ସଂସ୍ଥାନ ଦେଶର ସର୍ବଶ୍ରେଷ୍ଠ ଓ ଏହା ଅନ୍ୟ ଗବେଷଣା ସଂସ୍ଥାନକୁ ମାର୍ଗଦର୍ଶନ ଦେବ ବୋଲି ସେ କହିଥିଲେ ।
ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆୟୋଜନରେ ଓଡ଼ିଶାର ଅଗ୍ରଣୀ ଭୂମିକା ରହିଥିବା ପ୍ରକାଶ କରିବା ସହ ସାଂସ୍କୃତିକ ସମନ୍ୱୟ ସ୍ଥାପନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏସ୍‌ସିଏସ୍‌ଟିଆର୍‌ଟିଆଇର ଉପଦେଷ୍ଟା ତଥା ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଏସ୍‌ସିଆର୍‌ଟିଆଇ ଏହି ଉତ୍ସବକୁ ଏକ ପରମ୍ପରା ହିସାବରେ ପାଳନ କରିବାର ବିଧିବଦ୍ଧ ପ୍ରୟାସ ଜାରି ରଖିଛି ଏବଂ ଏ ପରମ୍ପରାକୁ ଓଡ଼ିଶାବାସୀଙ୍କ ପୂର୍ବାଗ୍ରହ ପୂର୍ତ୍ତି କରିବା ସହ ସାରା ଭାରତର ଜନଜାତିଙ୍କ ପ୍ରତିଛବି ଭୁବନେଶ୍ୱରବାସୀଙ୍କୁ ଦେଖାଇବା ଗୌରବର ବିଷୟ ହୋଇ ରହିଥିବା ସେ ସୂଚନା ଦେଇଥିଲେ । ଉଦ୍‌ଘାଟନୀ ଉତ୍ସବରେ ବିଭାଗୀୟ ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ‘କୋଲି’ ଓ ‘କୋରୁଆ’ ଜନଜାତିଙ୍କ ପରିଚିତି ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ଆଜି ସନ୍ଧ୍ୟାରେ ଓଡ଼ିଶାର କୋୟା ଓ ଧୁରୁଆମାନଙ୍କ ୱିଜାପାଣ୍ଡୁମ୍‌ ଏବଂ ବିର୍‌ଲି ନୃତ୍ୟ ସହ ଆସାମର ବିହୁ ନୃତ୍ୟ, ଗୁଜୁରାଟର ଡାଙ୍ଗି ନୃତ୍ୟ, ମଣିପୁରର ବି. ମେଟିଙ୍ଗ୍‌ ନୃତ୍ୟ, ହିମାଚଳ ଡାନ୍‌ଡାରାସ୍‌ ନୃତ୍ୟ, ଝାରଖଣ୍ଡର କୁଆରୀ ଲହସୁୱା ନୃତ୍ୟ, ଅନ୍ଧ୍ରପ୍ରଦେଶର ମୟୂର ନୃତ୍ୟ, ସିକିମ୍‌ର ଡେନ୍‌ଜୋଙ୍ଗ୍‌ ନେୟ ନୃତ୍ୟ ତଥା ମିଜୋରାମର ସାର୍‌ଲାମକାଇ ନୃତ୍ୟ ବେଶ୍‌ ମନୋରଞ୍ଜକ ହୋଇଥିଲା ।

Tribal Dance ଆଦିବାସୀ ନୃତ୍ୟ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଝାନ୍ସୀ–ଖୋର୍ଦ୍ଧା ରୋଡ୍ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ସେବାର ସମ୍ପ୍ରସାରଣ

August 27, 2026

ଖେଲୋ ଇଣ୍ଡିଆ ମତ ବିନିମୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

August 27, 2026

ଭାରତରେ ବ୍ରିକ୍ସ ଶିଖର ସମ୍ମିଳନୀ: ଥିମ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

August 27, 2026

ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ ଦୁଇଟି ପର୍ବ: ଜାଣନ୍ତୁ କଣ

August 27, 2026
Latest News

ଝାନ୍ସୀ–ଖୋର୍ଦ୍ଧା ରୋଡ୍ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ସେବାର ସମ୍ପ୍ରସାରଣ

August 27, 2026

ଖେଲୋ ଇଣ୍ଡିଆ ମତ ବିନିମୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

August 27, 2026

ଭାରତଠାରୁ ବିଜୟ ଛଡ଼ାଇ ନେଲେ ଶ୍ରୀଲଙ୍କାର ସୋନଲ ଦିନୁଷା: ଡ୍ର ରେ ଶେଷ ହେଲା ଦ୍ୱିତୀୟ ଟେଷ୍ଟ

August 27, 2026

ଗଙ୍ଗା ବ୍ୟାରେଜରେ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ: ଉଭୟ ପାଇଲଟଙ୍କ ମୃତ୍ୟୁ

August 27, 2026

ମହଙ୍ଗା ପଡ଼ିପାରେ ଗାଡ଼ି ଚଲାଇବା ସମୟରେ ଫୋନ୍ ବ୍ୟବହାର କରିବା: ଜାଣନ୍ତୁ ଜରିମାନା 

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.