Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»ଫନି ବାତ୍ୟାରେ ଶ୍ରୀମନ୍ଦିର ଏବଂ କୋଣାର୍କ ବିଶେଷ କ୍ଷତି ହୋଇ ନାହିଁ, ସ୍ଥିତି ପରଖିବା ପରେ କହିଲେ ଏଏସଆଇର ଏକ ବରିଷ୍ଠ ଦଳ
ସଂସ୍କୃତି

ଫନି ବାତ୍ୟାରେ ଶ୍ରୀମନ୍ଦିର ଏବଂ କୋଣାର୍କ ବିଶେଷ କ୍ଷତି ହୋଇ ନାହିଁ, ସ୍ଥିତି ପରଖିବା ପରେ କହିଲେ ଏଏସଆଇର ଏକ ବରିଷ୍ଠ ଦଳ

May 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ASI Team visit both Puri and Konark temple after Fani.
ASI Team visit both Puri and Konark temple after Fani.

ପୁରୀ ଓ କୋଣାର୍କ ମନ୍ଦିରର ବାତ୍ୟା ଫନି ଯୋଗୁଁ ବିଶେଷ କ୍ଷତି ହୋଇ ନାହିଁ ବୋଲି ଆଜି ଭାରତ ପ୍ରତ୍ନତତ୍ବ ବିଭାଗର ଏକ ବରିଷ୍ଠ ଦଳ ଉଭୟ ମନ୍ଦିର ଯାଞ୍ଚ କରି କହିଛନ୍ତି। ଏହି ଦଳ ଫନି ବାତ୍ୟାରେ ପ୍ରାଚୀନ କିର୍ତ୍ତୀରାଜିର ସ୍ଥିତି ଏବଂ ପରବର୍ତ୍ତି ପଦକ୍ଷେପ ଉପରେ ଆଲୋଚନା ମଧ୍ୟ କରିଛନ୍ତି। ତେବେ ଉଭୟ ମନ୍ଦିର ଫନି ବାତ୍ୟାରେ ବିଶେଷ କିଛି କ୍ଷତି ଘଟି ନାହିଁ ବୋଲି ଏହି ଦଳ ନିଶ୍ଚିତ ହୋଇଛନ୍ତି। କୋଣାର୍କ ମନ୍ଦିରର ପୂର୍ବବତ ଯେପରି ଥିଲା ତାହା ରହିଛି। ହେଲେ ତଳେ ଥିବା କେତେକ ପଥର ଘୁଞ୍ଚି ଯାଇଛି। ଏଥିସହିତ ଏହି ମନ୍ଦିର ଚାରିପଟେ ଥିବା ପ୍ରାୟ 200 ଶହ ଗଛ ଭାଙ୍ଗି ଯାଇଛି। ତେବେ ମୂଳ ଢାଞ୍ଚାରେ କୌଣସି କ୍ଷତି ଘଟି ନାହିଁ ବୋଲି ଏହି ଟିମ ଯାଞ୍ଚ କରି କହିଛନ୍ତି। ମନ୍ଦିରର କାରୁକାର୍ଯ୍ୟକୁ ସଂରକ୍ଷଣ କରିବା ପାଇଁ ଯେଉଁ ରାସାୟନିକ ପ୍ରଲେପ ଦିଆଯାଇଥିଲା ତାହା ଛାଡି ଯାଇଛି। ଯାହକୁ ପୁଣି ଥରେ ଦିଆଯାଇପାରିବ। ବର୍ତ୍ତମାନ ଗଛଗୁଡିକ ବାହାର କରାଯାଇ ରାସ୍ତା ସଫା କରାଯାଇଛି। ତେଣୁ ପର୍ଯ୍ୟଟକଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି ଏହି ଦଳ କହିଛି। ସେହିପରି ପୁରୀ ମନ୍ଦିରରେ ମଧ୍ୟ କୌଣସି ବଡ କ୍ଷତି ଘଟି ନାହିଁ। ତେବେ ଗଛପଡି ମନ୍ଦିରର ଚଟାଣ ଖରାପ ହୋଇଯାଇଛି ବୋଲି ଯାଞ୍ଚ ପରେ ଏହି ଟିମ କହିଛି। ଏଏସଆଇ ଡିଜି ଶ୍ରୀମତୀ ଉଷା ଶର୍ମାଙ୍କ ନେତୃତ୍ୟରେ ଆସିଥିବା 6 ଜଣିଆ ଦଳ ଗୋଟିଏ ଦିନରେ ଉଭୟ ମନ୍ଦିର ଯାଞ୍ଚ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026

ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର: ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା

April 10, 2026

ସେପଟେ ପାକିସ୍ଥାନରେ ଯୁଦ୍ଧ ରୋକିବାକୁ ବୈଠକ, ଏପଟେ ଭାରତ ଏବଂ ଆମେରିକା ମଧ୍ୟରେ ହେଲା ବଡ଼ ଚୁକ୍ତି

April 10, 2026
Latest News

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026

ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

April 10, 2026

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.