Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»DurgaPujaNews»ମା’ ଭଗବତୀ ମନ୍ଦିରରେ ବଳି ପ୍ରଥା ଓ ତାହାର କିମ୍ବଦନ୍ତୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
DurgaPujaNews

ମା’ ଭଗବତୀ ମନ୍ଦିରରେ ବଳି ପ୍ରଥା ଓ ତାହାର କିମ୍ବଦନ୍ତୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

September 18, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମା' ଭଗବତୀ
ମା' ଭଗବତୀଙ୍କ ଚାପ କ୍ରୀଡ଼ା ଆରମ୍ଭ: ତିନି ଦିନ ଧରି ଚାଲିବ ପ୍ରସିଦ୍ଧ ଭଉଁରୀଯାତ୍ରା

ଦିବ୍ୟରଂଜନ ପରିଡା

ଲୋକକଥା ଓ କିମ୍ବଦନ୍ତୀର ସହର ଆମ ବାଣପୁର। ଯେଉଁ ଭୂଖଣ୍ଡ ଉପରେ ଆମେ ଛିଡା ହେଇଛେ, କେତେ ଇତିହାସର କଥାସବୁ ତା ଭିତରେ ଲୁପ୍ତଭାବେ ସାଇତା ରହିଛି, ଆମେ କଳ୍ପନା ବି କରିପାରିବାନି। ଭାଲେରୀ, ଘଣ୍ଟଶିଳା, ସୋଲରୀ, ମାମୁଁଭଣଜା, ବରକନ୍ୟା ଓ ଶୂଳିଆ ପାହାଡ ପରି ଅନେକ ପାହାଡର ପଥର ଦେହରେ ଲୁପ୍ତ ରହିଛି ଆମର ଇତିହାସ।

ସତ୍ୟ, ତ୍ରେତୟା, ଦ୍ବାପର ପରେ ଆମେ କଳିଯୁଗର ବସତି ସ୍ଥାପନ କରିଛେ। ଆମର ଗୋଟିଏ ଯୁଗ ପୂର୍ବ ଅର୍ଥାତ୍ ଦ୍ବାପର ଯୁଗର ପ୍ରବଳ ପ୍ରତାପୀ ଶିବଭକ୍ତ ବାଣାସୁରର ବଣଘେରା ରାଜ୍ୟ ବାଣପୁରରେ ଯେଉଁ ସୋଲରୀ ପାହାଡ ଅଛି, ଗବେଷଣାରୁ ଅନେକ ଆଚମ୍ବିତ କଲାପରି ତଥ୍ୟ ମିଳେ। ଅଦ୍ଭୁତଭାବରେ ସେଠାରେ ପାହାଡ ଉପରେ ପୋଖରୀ ଦେଖିବାକୁ ମିଳେ। ଆଉ ସେଠାରେ ଥିବା ରହସ୍ୟମୟୀ ଅଭେଦ୍ୟ ଗୁମ୍ଫାରୁ ବାଣାସୁର ସମ୍ପର୍କରେ ଆହୁରି ଠୋସ୍ ପ୍ରମାଣ ମିଳିବାର ଆଶଙ୍କା କରାଯାଉଛି। ଜଣେ ଶୈବ ହେଇଗଲେ ଆପେ ଶାକ୍ତ ହେବାକୁ ଇଚ୍ଛା ଜାଗ୍ରତ ହୁଏ। କାରଣ ଶକ୍ତି ବିନା ଶିବ ଯେ ଶବ! ତେଣୁ ଶିବପୂଜା ସଙ୍ଗେସଙ୍ଗେ ବାଣାସୁର ମାଆ ଭଗବତୀଙ୍କୁ ଆରାଧନା କରୁଥିବାର କିମ୍ବଦନ୍ତୀ ରହିଛି।

ଚତୁର୍ଦ୍ଦଶ ଶତାବ୍ଦୀର କଥା। ସେତେବେଳର ରାଜା ଜଗନ୍ନାଥ ହରିଚନ୍ଦନ ବାଣପୁରକୁ ଶାସନ କରୁଥାଆନ୍ତି। ସେତେବେଳେ ଆମର ଏ ଭଗବତୀଙ୍କ ମନ୍ଦିର କିମ୍ବା କଳାମୁଗୁନିପଥରର ପ୍ରତିମା ନଥିଲା। କାଳକ୍ରମେ ମନ୍ଦିର ଭାଙ୍ଗି ପ୍ରତିମାଟି ମାଟିରେ ପୋତି ହେଇ ରହିଥିଲା। ରାଜକାର୍ଯ୍ୟ ପାଇଁ ଦେବୀ ଆଶୀର୍ବାଦ ଅବଶ୍ୟମ୍ଭାବୀ। ତେଣୁ ଆଦିଶକ୍ତି ଭଗବତୀ ରାଜାଙ୍କୁ ସ୍ବପ୍ନାଦେଶ ଦେଇ ପୁନଶ୍ଚ ବାଣପୁରରେ ନିଜର ଲୀଳାଖେଳା କରିବାକୁ ମନ ବଳେଇଲେ। ଅବଶ୍ୟ ପରେ ଏକ ତପସ୍ବୀ ସାଧୁଙ୍କ ସଙ୍କେତ ପାଇବା କ୍ଷଣି ରାଜା ଭଗବତୀ ମୁର୍ତ୍ତିଟି ଉଦ୍ଧାରକରି ମନ୍ଦିର ତୋଳି ମାଆଙ୍କୁ ସ୍ଥାପନା କରାଇଲେ।

ଆଶ୍ବିନମାସରେ ମାଆଙ୍କର ଷୋଡଶ ଉପଚାର ପୂଜାରେ ନରବଳି ପକେଇବାର ଏକ ଅନ୍ଧଭାବନା ରାଜାଙ୍କ ମନରେ ଆସିବା କ୍ଷଣି ସେ ଏକ ଅତ୍ୟନ୍ତ ଗରିବ ପରିବାରର ସହମତି କ୍ରମେ କିଛି ଧନ ଓ ଜମି ପ୍ରଦାନ କରି ନରବଳିର ପ୍ରଥା ଆରମ୍ଭ କରିଥିଲେ। ପ୍ରତିବର୍ଷ ଭଗବତୀଙ୍କ ଶାରଦୀୟ ଉପଚାରରେ ଗୋଟିଏ ପୁରୁଷର ବଳି ପଡିବ ବୋଲି କଥା ହେଇଥିଲା। ସମୟକ୍ରମେ ଉକ୍ତ ପରିବାର ପୁରୁଷ ଶୂନ୍ୟ ହେବାକୁ ବସିଲା। ଶେଷକୁ ମାତ୍ର ପୁରୁଷ ଛୁଆଟେ ବାକି ଥିଲା। ସେ ବର୍ଷ ମଧ୍ୟ ଭଗବତୀଙ୍କ ଶାରଦୀୟ ପୂଜାରେ ନରବଳିର ଆବଶ୍ୟକତା ଥିଲା। ହେଲେ କୋଉ ଜନ୍ମକଲା ମାଆ ସହିବ ତା ପୁଅର ଗଣ୍ଡିରୁ ମୁଣ୍ଡକୁ ଅଲଗା କରାଯାଉ ବୋଲି! ତେଣୁ ପୂଜାର ଅବ୍ୟବହିତ ପୂର୍ବ ରାତିରେ ସେ ମାଆଟି ଛୁଆଟିକୁ ସାଙ୍ଗରେ ଧରି ବଣ ଜଙ୍ଗଲ ରାସ୍ତାରେ ଖଲ୍ଲିକୋଟ ରାଜ୍ୟକୁ ଯିବାକୁ ମନସ୍ଥ କଲା।

ରଣପୁରକୁ ଲାଗି ବାଣପୁର ଓ ବାଣପୁରକୁ ଲାଗି ଖଲ୍ଲିକୋଟ ରାଜ୍ୟ ରହିଥାଏ। ଏ ସବୁ ରାଜ୍ୟର ସୀମାନ୍ତକୁ ପାହାଡମାନେ ବିଚ୍ଛିନ୍ନ କରୁଥିଲେ ଯାହା। ଏପଟେ ସନ୍ତାନର ମନର କଥା ବୁଝୁଥିବା ଭଗବତୀ ବ୍ୟଥିତ ହେଲା। ନିଜ ପୀଠରେ ଏ ଅନ୍ଧବିଶ୍ବାସ ପାଇଁ ପ୍ରତିବର୍ଷ ଜଣକର ଜୀବନ ଯାଉଛି। ଆଉ ଆଜି କଅଁଳା ଛୁଆଟିର ଜୀବନ ବଞ୍ଚେଇବାକୁ ଗୋଟେ ମାଆ ଆଉ ଗୋଟେ ମାଆକୁ ଡାହାଣୀ ସମ୍ବୋଧନ କରି ଭତ୍ସନା କରୁଛି। ଆଉ ଧୈର୍ଯ୍ୟଧରି ମନ୍ଦିରରେ ରହିପାରିଲାନି ଭଗବତୀ। ଏକ ନବଯୌବନା ଯୁବତୀର ବେଶ ଧରି ଉକ୍ତ ମାଆପୁଅଙ୍କ ରାସ୍ତାରେ ଆସିଲା। ସେତେବେଳକୁ ସେମାନେ ଭାଲେରୀ ପାହାଡର ପାଦଦେଶରେ ଥିବା ଛତ୍ରଗଡ ଜଙ୍ଗଲରାସ୍ତାରେ ପହଞ୍ଚିସାରିଥାଆନ୍ତି। ଆଉ କିଛି ରାସ୍ତା ଅତିକ୍ରମ କଲା ପରେ ଆରମ୍ଭ ହେବ ଖଲ୍ଲିକୋଟ ରାଜ୍ୟର ସୀମା।

ଜନାକୀର୍ଣ୍ଣ କଣ୍ଟକିତ ରାସ୍ତାରେ ମାଆଟି ପୁଅକୁ କୋଳେଇ କାନ୍ଦିକାନ୍ଦି ଆଗକୁ ବଢୁଥାଏ। ଯୁବତୀଟିକୁ ସେ ରାସ୍ତାରେ ଦେଖି ମାଆଟି ଡରିସାରିଥିଲା। ହେଲେ ଅସାମାନ୍ୟା ସୌନ୍ଦର୍ଯ୍ୟର ଅଧିକାରିଣୀ ସେ ଯୁବତୀର ଦେହର ଆଭା ଆଉ ତା ମିଠା କଥାରେ ସେ ଦୀର୍ଘଶ୍ବାସଟେ ମାରି ସବୁ କଥା ତା’ ଆଗରେ କହିଲା। ଯୁବତୀଟି ସେ ଛୁଆଟିର ମୁଣ୍ଡକୁ ଆଉଁସି ଅଭୟ ଦେଲାପରି ମନେମନେ ହସୁଥାଏ। ଏଥର ଆଉ ସମ୍ଭାଳି ରହିପାରିଲାନି ଯୁବତୀରୂପି ଭଗବତୀ। ଏତେବାଟର ଚାଲିବା ଫଳରେ ମୁଣ୍ଡବିନ୍ଧା ଯୋଗୁଁ ମୁଣ୍ଡଟି ଟିକିଏ ଚିପିଦେବାକୁ ସେ ମାଆକୁ ଅନୁରୋଧ କଲା। ହେଲେ ଇଏ କ’ଣ ! ମୁଣ୍ଡଟି ଚିପିବା ସମୟରେ ସେ ମାଆଟି ଯାହା ଦେଖିଲା, ତା’ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା।

ଯୁବତୀଟିର ମୁଣ୍ଡରେ ଏକାଧିକ ଆଖି! ଛିଟିକିପଡି ନିଜ ଛୁଆକୁ ଜାବୁଡି ଧରିଲା ମାଆଟି। ଅଳ୍ପହସି ମାଆ ସ୍ବୟଂ ସେଠାରେ ପ୍ରକଟ ହେଲା। ଆଉ ସେ ଛୁଆଟିକୁ ଅଭୟ ଦେଇ ସେ ବାଣପୁରରେ ପ୍ରସିଦ୍ଧ ହେଇ ଭଗବତୀର ମହିମା ବିସରଣ କରିବ ବୋଲି ବର ପ୍ରଦାନ କରି ସେଠାରୁ ଉଭେଇଗଲା।

ସେହିଦିନଠାରୁ ବାଣପୁରରେ ନରବଳିପରି କୁତ୍ସିତ ପ୍ରଥାର ବିଲୋପ ହେଲା। ଆଉ ବଳିପ୍ରଥାରୁ ମୁକ୍ତି ପାଇଥିବା ପିଲାଟିର ନାଆଁ ହେଲା ‘ବଳିଜିଣା’। ପ୍ରତିବର୍ଷ ଶାରଦୀୟ ଉତ୍ସବର ଷୋଡଶ ଉପଚାରରେ ବଳି ବେକରେ ଭଗବତୀର ଆଜ୍ଞାମାଳଟେ ପଡିବା କ୍ଷଣି ସେ ମୂର୍ଚ୍ଛାଯାଏ। ଆଉ ସେହି ସମୟରେ ମାଆ ତା’ ସନ୍ତାନର ଗର୍ବ ଅହଙ୍କାର ପରି ଖରାପ ସ୍ବଭାବସବୁର ବଳି ଗ୍ରହଣ କରେ। ପରେ ସେ ସତେଜ ହେଇ ଆଗପରି ସ୍ବାଭାବିକ ହୁଏ।

ଆଜି ମଧ୍ୟ ଦଶହରାରେ ସେହି ବଳି ଜେନାର ପୁରଷ ଦାୟାଦମାନେ ସେହି ନୀତିକୁ ମାନି ଭଗବତୀ ନିକଟରେ ନିଜକୁ ସମର୍ପଣ କରୁଛନ୍ତି। ଆଉ ସେହି ସମୟରେ ତାଙ୍କ ପରିବାର ମୃତ ବ୍ୟକ୍ତିର ଶୋକ କରିବା ସହ ପତ୍ନୀ ବିଧବା ବେଶରେ ରୁହନ୍ତି।

ବି.ଦ୍ର – କୌଣସି ନୀରିହ ଜୀବନ୍ତ ପ୍ରାଣୀର ବଳି କେବେବି ଜଣେ ଶକ୍ତିସ୍ବରୂପା ମାଆ ଚାହେଁନି। ଆମମାନଙ୍କର ଅଜ୍ଞାନତା କାରଣରୁ ପରମ୍ପରା ଆଳରେ ଆମେ ଏମିତି କରୁ। ଯଦି ବଳି ଦେବାର ଅଛି, ତେବେ ନିଜ ଭିତରର ଥିବା ଆତ୍ମବଡିମା, ଗର୍ବ, ଅହଙ୍କାର, ପରଶ୍ରୀକାତରତା ପରି ଖରାପ ଗୁଣସମୂହର ଦିଅ।

ଦିବ୍ୟରଂଜନ ପରିଡା, ଓଡଗାଁ, ବାଣପୁର, ଖୋର୍ଦ୍ଧା

ଯୋଗାଯୋଗ ନଂ- ୯୯୩୮୬୮୪୭୦୬

କିମ୍ବଦନ୍ତୀ ବଳି ପ୍ରଥା ବାଣପୁର ମା’ ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିର ଦାନ ମାମଲାରେ SIT ର ବଡ ପଦକ୍ଷେପ: ପ୍ରମାଣ ପାଇଁ AAP ସାଂସଦଙ୍କୁ ସମନ

June 24, 2026

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ: ବାତିଲ ହେଲା ଏହି ସବୁ ଟ୍ରେନ

June 24, 2026

ଆସନ୍ତାକାଲି ବିଜେଡିରେ ମିଶିବେ ସୁଜାତା କାର୍ତ୍ତିକେୟନ, ଶ୍ରୀମୟୀଙ୍କ ସୂଚନା ପରେ ଚର୍ଚ୍ଚା ଜୋରଦାର

June 24, 2026

ଭୁବନେଶ୍ୱରରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ ବୈଠକ ଉଦ୍‌ଘାଟିତ

June 24, 2026
Latest News

ଅଶୋଧିତ ତୈଳ ଦର ୭୫ ଡଲାର ତଳେ, ଯୁଦ୍ଧ ପରଠାରୁ ସର୍ବନିମ୍ନ ସ୍ତରରେ କ୍ରୁଡ୍ ଅଏଲ୍

June 24, 2026

ବାଣ ଭିଡିବା ବେଳେ ବିସ୍ଫୋରଣ : ପୁଅ ମୃତ

June 24, 2026

ଆର୍ନ୍ତଜାତିକ ଅଲିମ୍ପିକ୍ କମିଟିର ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଭାବେ ସୋଆର ଡାକ୍ତର ମନୋନୀତ

June 24, 2026

ରାମ ମନ୍ଦିର ଦାନ ମାମଲାରେ SIT ର ବଡ ପଦକ୍ଷେପ: ପ୍ରମାଣ ପାଇଁ AAP ସାଂସଦଙ୍କୁ ସମନ

June 24, 2026

ପାକିସ୍ତାନରେ ପ୍ରବେଶ କଲା ଦିଲ୍ଲୀରୁ ଅମୃତସର ଯାଉଥିବା ବିମାନ: ଇସଲାମାବାଦରେ ଆତଙ୍କ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.