Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ, ପ୍ରତି ମାଘ ପୂର୍ଣ୍ଣିମାରେ ହୋଇଥାଏ ଏହି ବେଶ
ଆଜିର ଖବର

ଆଜି ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ, ପ୍ରତି ମାଘ ପୂର୍ଣ୍ଣିମାରେ ହୋଇଥାଏ ଏହି ବେଶ

February 5, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ,  ଆଜି ମାଘ ପୂର୍ଣ୍ଣିମା ଉପଲକ୍ଷ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁ ଗଜ ଉଦ୍ଧାରଣ ବେଶରେ ସଜ୍ଜିତ ହେବେ। ମଧ୍ୟାହ୍ନ ଧୂପ ଓ ସର୍ବାଙ୍ଗ ନୀତି ପରେ ଏହି ବେଶ ଅନୁଷ୍ଠିତ ହୁଏ। ଗବେଷକ ପଦ୍ମଶ୍ରୀ ସଦାଶିବ ରଥଶର୍ମାଙ୍କ ମତରେ ଭୌମ ବଂଶର ରାଣୀ ବକୁଳ ମହାଦେବୀ ଏହି ବେଶ ପ୍ରଥମେ ପ୍ରଚଳନ କରାଇଥିଲେ। ଏହାପରେ କିଛି ବର୍ଷ ପାଇଁ ଏ ବେଶ ହୋଇନଥିଲା। ଖ୍ରୀଷ୍ଟାବ୍ଦ ୧୫୭୫ରେ ରାମଚନ୍ଦ୍ର ଦେବ ଏହି ବେଶର ପୁନଃ ପ୍ରଚଳନ କରାଇଥିଲେ। ମାଘ ପୂର୍ଣ୍ଣମୀ ଦିନ ଶ୍ରୀଜୀଉମାନଙ୍କ ମଧ୍ୟାହ୍ନ ଧୂପ ସରି ମଇଲମ ହେବା ପରେ ତିନି ବାଡ଼ରେ ଗଜ ଉଦ୍ଧାରଣ ବେଶ ହୁଏ।

ଭିତରଛୁ, ତଳିଛୁ, ପୁଷ୍ପାଳକ, ନିଯୋଗୀ ଖୁଣ୍ଟିଆ ଓ ମେକାପମାନଙ୍କ ସହଯୋଗରେ ଏହି କାର୍ଯ୍ୟ ସମ୍ପାଦିତ ହୁଏ। ଠାକୁରମାନେ ଏହି ବେଶରେ ଚୁଳ, କିରୀଟ, କର୍ଣ୍ଣକୁଣ୍ଡଳ, ସୂର୍ଯ୍ୟଚନ୍ଦ୍ର, ଅଣ୍ଟାପଟି, ହାତ, ଦାରୁବନ୍ଧ, ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ ଓ ମୂଷଳ ପ୍ରଭୃତି ଲାଗି ହୁଅନ୍ତି। ବିଶ୍ୱାସ କରାଯାଏ, ଗଜ ଉଦ୍ଧାରଣ ବେଶ ଦର୍ଶନ କରି ଭକ୍ତିର ସହିତ ଗଜେନ୍ଦ୍ର ସ୍ତୁତି ପାଠ କଲେ ଅପାର ପୁଣ୍ୟ ଲାଭ ହୁଏ।

ଗଜ ଉଦ୍ଧାରଣ ବେଶ ମହାପ୍ରଭୃ ମାଘ ପୂର୍ଣ୍ଣିମା ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ମୌସୁମୀ ଅଧିବେଶନ ପୂର୍ବରୁ ରାଜନୀତି ସରଗରମ : ଆଜି ସର୍ବଦଳୀୟ ବୈଠକ

September 21, 2026

ଟିଏମସିର ନିର୍ବାଚନ ଚିହ୍ନ ଫ୍ରିଜ୍ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କପିଲ ସିବଲ

September 21, 2026

କବାଡିରେ ଭାରତର ଚମତ୍କାର ଆରମ୍ଭ: ଜାପାନକୁ ପରାସ୍ତ କଲା ଟିମ ଇଣ୍ଡିଆ

September 21, 2026

Online Betting App Fraud: ଗଞ୍ଜାମରେ ସାଇବର ପୁଲିସର ବଡ଼ ଚଢ଼ଉ, ୩ ଗିରଫ

September 21, 2026
Latest News

ମୌସୁମୀ ଅଧିବେଶନ ପୂର୍ବରୁ ରାଜନୀତି ସରଗରମ : ଆଜି ସର୍ବଦଳୀୟ ବୈଠକ

September 21, 2026

ଟିଏମସିର ନିର୍ବାଚନ ଚିହ୍ନ ଫ୍ରିଜ୍ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କପିଲ ସିବଲ

September 21, 2026

କବାଡିରେ ଭାରତର ଚମତ୍କାର ଆରମ୍ଭ: ଜାପାନକୁ ପରାସ୍ତ କଲା ଟିମ ଇଣ୍ଡିଆ

September 21, 2026

Online Betting App Fraud: ଗଞ୍ଜାମରେ ସାଇବର ପୁଲିସର ବଡ଼ ଚଢ଼ଉ, ୩ ଗିରଫ

September 21, 2026

ଭାରତ ଠାରୁ ପାକିସ୍ତାନର ଶୋଚନୀୟ ପରାଜୟ: ଧୂଳି ଚଟାଇଲେ ଦେଶର ଝିଅ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.