Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ ଦର୍ଶକେ ନେଉଛନ୍ତି ପାରମ୍ପରିକ ଖାଦ୍ୟର ମଜା
ବିଶେଷ ଖବର

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ ଦର୍ଶକେ ନେଉଛନ୍ତି ପାରମ୍ପରିକ ଖାଦ୍ୟର ମଜା

February 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ToshaliMela
ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ ଦର୍ଶକେ ନେଉଛନ୍ତି ପାରମ୍ପରିକ ଖାଦ୍ୟର ମଜା

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ପଞ୍ଚମ ସନ୍ଧ୍ୟାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ପ୍ରଦୀପ ପ୍ରଜ୍ୱଳନ ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ପୁଷ୍ପଗୁଚ୍ଛ ଦେଇ ସାଂସ୍କୃତିକ ସନ୍ଧ୍ୟାର ଶୁଭାରମ୍ଭ କରିଥିଲେ।

ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତର ନିଖୁଣ କାରୁକାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହ ଶ୍ରୀମତୀ ପାଢ଼ୀ କାରିଗର ଓ ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢ଼ୀ ଏବଂ ମଞ୍ଚରେ ଉପସ୍ଥିତ ଥିବା ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଶ୍ରୀକାନ୍ତ ପୃଷ୍ଟି ସମ୍ମାନିତ କରିଥିଲେ ।

ଆଜି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ବଲିଉଡ୍‌ ଜଗତର ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ଶ୍ରୀ କ୍ରୀଷ୍ଣା ବେଉରା ଓ ସାଥୀ କଳାକାରମାନେ ସଂଗୀତ ପରିବେଷଣ କରିଥିଲେ। ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ। ସୂଚନାଯୋଗ୍ୟ ଯେ ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ମେଳା ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଉଛି।

ଚଳିତ ବର୍ଷ ଏହି ମେଳା ପରିସରରେ ୨୫ଟି ଷ୍ଟଲ ବିଶିଷ୍ଟ ଫୁଡ୍‌ କୋର୍ଟରେ ବିଶେଷ ଗହଳି ଦେଖିବାକୁ ମିଳୁଛି। ଏଠାରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ପିଠା, ମିଠା, ପାରମ୍ପରିକ ତଥା ଅନ୍ତର୍ଦେଶୀୟ ଖାଦ୍ୟପେୟ ସହ ବିନା ପିଆଜ-ରସୁଣର ଖାଦ୍ୟ ବ୍ୟଞ୍ଜନ ଷ୍ଟଲମାନ ଉପଲବ୍ଧ ରହିଛି।

ଗୁଜୁରାଟୀ, ରାଜସ୍ଥାନୀ, ଦିଲ୍ଲୀ, ପଞ୍ଜାବୀ ଏବଂ ବିଭିନ୍ନ ଅନ୍ୟ ରାଜ୍ୟର ଖାଦ୍ୟଦ୍ରବ୍ୟ ସହ ବାରିପଦା ମୁଢ଼ି-ମଟନ, ମାଟିହାଣ୍ଡି ବିରିୟାନି ଏବଂ ବାଉଁଶ ଚିକେନର ଖାଦ୍ୟପସରା ଲୋକମାନଙ୍କୁ ଆକୃଷ୍ଟ କରିଛି। ଦର୍ଶକମାନେ ବିଭିନ୍ନ ପ୍ରକାରର ପାରମ୍ପରିକ ଓ ସୁସ୍ୱାଦୁ ଭୋଜନର ମଜା ଉଠାଉଥିବାବେଳେ ମିଲେଟ୍‌ ଷ୍ଟଲଟି ଅନ୍ୟତମ ଆକର୍ଷଣ ପାଲଟିଛି।

ପିଲାମାନଙ୍କର ଖେଳିବା ପାଇଁ ଚିଲ୍‌ଡ୍ରେନସ୍‌ ପ୍ଲେ ଜୋନ୍‌ରେ ବିଭିନ୍ନ ପ୍ରକାର ଦୋଳିର ବ୍ୟବସ୍ଥା କରାଯାଇଛି । ପିଲାମାନେ ଦୋଳିର ଆନନ୍ଦ ନେବା ସହ ମେଳା ପରିସରକୁ ଏକ ଆନନ୍ଦମୟ ପରିବେଶ ଦେଉଛନ୍ତି। ଏହି ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ଏହା ଫେବୃୟାରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।

Toshali Mela ତୋଷାଳୀ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

Vedanta Odisha Projects: ମୁଖ୍ୟମନ୍ତ୍ରୀଙ୍କ ସହ ବେଦାନ୍ତ ପ୍ରକଳ୍ପ ନେଇ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ଆଲୋଚନା

May 27, 2026

JSW Mega Steel Plant: ପାରାଦୀପରେ ଜେଏସଡବ୍ଲୁର ମେଗା ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

May 27, 2026

ପୁରୀରେ ବ୍ରିକ୍ସ ସମ୍ମିଳନୀ: ଓଡ଼ିଶାର ବିଶ୍ୱ ମଞ୍ଚରେ ଗୌରବମୟ ପରିଚୟ

May 27, 2026

ରାସନ ସମ୍ପର୍କରେ ମୋଦି କ୍ୟାବିନେଟ୍ ର ବଡ଼ ନିଷ୍ପତ୍ତି: ସିଧାସଳଖ ୮୦ କୋଟି ଲୋକଙ୍କୁ କରିବ ପ୍ରଭାବିତ

May 27, 2026
Latest News

Vedanta Odisha Projects: ମୁଖ୍ୟମନ୍ତ୍ରୀଙ୍କ ସହ ବେଦାନ୍ତ ପ୍ରକଳ୍ପ ନେଇ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ଆଲୋଚନା

May 27, 2026

JSW Mega Steel Plant: ପାରାଦୀପରେ ଜେଏସଡବ୍ଲୁର ମେଗା ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

May 27, 2026

ରାଜ୍ୟରେ ସ୍ଥାପନ ହେବ ୬ଟି ହାଇ ୱିଣ୍ଡ ସ୍ପୀଡ ରେକର୍ଡର

May 27, 2026

ମାଆକୁ ପିଟି ମୁଣ୍ଡ ଫଟାଇଲା ପୁଅ

May 27, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.