Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱାସ୍ଥ୍ୟକର ଓ ହର୍ଷଉଲ୍ଲାସରେ ପାଳନ ହେବ ‘ଫଲ୍ ରସିଆ’ ନାମକ ଏକ ସ୍ପେସାଲ ହୋଲି ଇଭେଣ୍ଟ
ଆଜିର ଖବର

ସ୍ୱାସ୍ଥ୍ୟକର ଓ ହର୍ଷଉଲ୍ଲାସରେ ପାଳନ ହେବ ‘ଫଲ୍ ରସିଆ’ ନାମକ ଏକ ସ୍ପେସାଲ ହୋଲି ଇଭେଣ୍ଟ

March 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ହୋଲି ହେଉଛି ରଙ୍ଗ, ବନ୍ଧୁତା ଏବଂ ସମ୍ପର୍କର ଏକ ଅନନ୍ୟ ପର୍ବ। ଆଉ ସାତ ଦିନ ପରେ ଆସିବ ଖୁସିର ପର୍ବ ହୋଲି। ଯାହାକୁ ନେଇ ସମସ୍ତେ ଅନେକ ଦିନ ଧରି ଅପେକ୍ଷା କରିଥାନ୍ତି। ରଙ୍ଗରେ ସମସ୍ତେ ରଙ୍ଗେଇ ହେବା ପାଇଁ ଅପେକ୍ଷା କରିଥାନ୍ତି। ଆଉ ଚଳିତ ବର୍ଷର ହୋଲି ପର୍ବକୁ ଆଉଟିକେ ଅଧିକ ମଜାଦାର ଓ ବନ୍ଧୁତାର ରଙ୍ଗକୁ ନେଇ ହେଲ୍ପ ହ୍ୟାଣ୍ଡସ୍ ଫାଉଣ୍ଡେସନ୍ ଆପଣଙ୍କୁ ଖେଳାଇବ ଏକଦମ ସ୍ପେସାଲ ହୋଲି।

ଏକ ସ୍ୱାସ୍ଥ୍ୟକର ଓ ହର୍ଷଉଲ୍ଲାସରେ ହୋଲି ପାଳନ ପାଇଁ ଆୟୋଜନ କରୁଛି ‘ଫଲ୍ ରସିଆ’ ନାମକ ଏକ ସୁନ୍ଦର ଓ ସ୍ପେସାଲ ହୋଲି ଇଭେଣ୍ଟ। କ୍ଷତିକାରକ ରାସାୟନିକ ପଦାର୍ଥରେ ମିଶ୍ରିତ ରଙ୍ଗ ସହିତ ହୋଲି ପାଳନ କରିବା ପରିବର୍ତ୍ତେ, ‘ଫଲ୍ ରସିଆ’ ହେଉଛି ହେଉଛି ଏକ ଅଦ୍ଭୁତ ଚିନ୍ତାଧାରାର ଇଭେଣ୍ଟ ଯେଉଁଠାରେ ଆପଣ କେବଳ ଅର୍ଗାନିକ୍ ଫଳର ପ୍ରାକୃତିକ ରଙ୍ଗ ସହିତ ଏକ ସୁସଜ୍ଜିତ ଓ ଅନୁକୂଳ ପରିବେଶରେ ହୋଲି ପାଳନ କରିପାରିବେ।

ଏହି ଇଭେଣ୍ଟ ଦୁଇଦିନ ଧରି ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭରେ ଥିବା ଓଡ଼ିଶା ନମ୍ବର ୱାନ “ବ୍ଲୁ ସ୍ପ୍ଲାସ୍ ୱାଟରପାର୍କ” କ୍ୟାମ୍ପସରେ ଅନୁଷ୍ଠିତ ହେବ। ଏଥିରେ ବଲିଉଡ କଳାକାର ତଥା ବିଗ୍ ବସ୍ ବିଜେତା ତେଜସ୍ୱୀ ପ୍ରକାଶ, ଏଲଏସଡି ଗାର୍ଲସ ବ୍ୟାଣ୍ଡ, ଡିଜେ ଏବଂ ଓଲିଉଡ୍ କଳାକାର ମାନେ ମଧ୍ୟ ରହିବେ, ଯେଉଁମାନଙ୍କ ମଧ୍ୟରେ ପ୍ରିୟା ଚୌଧୁରୀ, ସୁପ୍ରିୟା ନାୟକ, ସସ୍ମିତା ପଣ୍ଡା, ମନସ୍ୱିନୀ, କୁକିଜ୍, ଗୁଡୁ, ଅଭିଜିତ୍ ଦାଶ ଓ ଅନ୍ୟମାନେ ମଧ୍ୟ ସାମିଲ୍ ହେବେ।

କେବଳ ରଙ୍ଗ ନୁହେଁ, ଏହି ଇଭେଣ୍ଟରେ ଆହୁରି ଅନେକ ପ୍ରକାରର ମନୋରଞ୍ଜନ ରହିବ। ଗାୟକ, ଡକ୍ଟର ଜି ଶ୍ରୀନିବାସ ପଟ୍ଟନାୟକଙ୍କ ସହ ଏକ ଏଥିନିକ୍ ଫ୍ୟାଶନ୍ ସୋ’ ବ୍ୟତୀତ ପାରମ୍ପରିକ ଓଡିଆ ଖାଦ୍ୟ, ଡିଜେ, ମ୍ୟୁଜିକ୍, ବ୍ୟାଣ୍ଡ, ଗେମ୍ସ, କମେଡି ଏବଂ ଅନ୍ୟାନ୍ୟ ମନୋରଞ୍ଜନରେ ପୂର୍ଣ୍ଣ ରହିବ ଏହି ଇଭେଣ୍ଟ।

ଏହି ଇଭେଣ୍ଟକୁ ଆୟୋଜନ କରୁଛନ୍ତି ‘ଗ୍ଲାମର୍ ୭୭’ ର ସଞ୍ଜୟ ମହାକୁଡ଼, ହେଲ୍ପ ହ୍ୟାଣ୍ଡସ ଫାଉଣ୍ଡେସନର ରୁଦ୍ର ନାରାୟଣ ବେହେରା, ୱାଟର ପାର୍କର ମ୍ୟାନେଜିଙ୍ଗ ଡାଇରେକ୍ଟର ରାଜୀବ ପୂଜାରୀ, ମିଡିଆ ପ୍ଲାନର୍ ର ପ୍ରଣୟ ଜେଠୀ ଏବଂ ଡାକ୍ତର ଉପାସନା ମହାନ୍ତି (ଡେଣ୍ଟାଲ ସର୍ଜନ ଓ କସମେଟୋଲୋଜିଷ୍ଟ)।

ଆମ ଟିଭି ଇଭେଣ୍ଟର ଗଣମାଧ୍ୟମ ସଂଯୋଜନା କରୁଥିବା ବେଳେ କହିଛନ୍ତି ଆପଣଙ୍କ ପରିବାର, ବନ୍ଧୁବର୍ଗ ଏବଂ ସହକର୍ମୀମାନଙ୍କ ସହିତ ଆମର ଏହି ଅନନ୍ୟ ହୋଲି ଉତ୍ସବରେ ଭାଗ ନେବାକୁ ଆମେ ସମସ୍ତଙ୍କୁ ସ୍ୱାଗତ କରୁଛୁ।

ରାସାୟନିକ ପଦାର୍ଥ ସ୍ୱାସ୍ଥ୍ୟକର
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.