Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୃନ୍ଦାବନ ମହୋତ୍ସବ ଅନୁଷ୍ଠିତ ସଂଗୀତ ସମଗ୍ର ବିଶ୍ୱକୁ ଏକାଠି କରିଛି: ରାଜ୍ୟପାଳ
ଆଜିର ଖବର

ବୃନ୍ଦାବନ ମହୋତ୍ସବ ଅନୁଷ୍ଠିତ ସଂଗୀତ ସମଗ୍ର ବିଶ୍ୱକୁ ଏକାଠି କରିଛି: ରାଜ୍ୟପାଳ

March 9, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସହଯୋଗରେ ବୃନ୍ଦାବନ ଗୁରୁକୁଳ ତରଫରୁ ପ୍ରମୁଖ ଭାରତୀୟ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ ୮ମ ବୃନ୍ଦାବନ ମହୋତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର କଳିଙ୍ଗନଗର, ଘାଟିକିଆସ୍ଥିତ ବୃନ୍ଦାବନ ଗୁରୁକୁଳ ଆୟୋଜନରେ ଅନୁଷ୍ଠିତ ଏହି ମହୋତ୍ସବରେ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ।

ବୃନ୍ଦାବନ ଗୁରୁକୁଳର ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରଖ୍ୟାତ ବଂଶୀ ବାଦକ ପଦ୍ମବିଭୂଷଣ ପଣ୍ଡିତ ହରି ପ୍ରସାଦ ଚୌରାସିଆଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସଙ୍ଗୀତ ମହୋତ୍ସବରେ ମାନ୍ୟବର ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଆମର ଧର୍ମଶାସ୍ତ୍ର ସାମବେଦରେ ସୁନ୍ଦର ସଂଗୀତ ଗାନ କଥା କୁହାଯାଇଛି। ଯୁଗେ ଯୁଗେ ସଂଗୀତର ମହାତ୍ମ୍ୟ ରହିଆସିଛି। ବିଶ୍ୱରେ ସବୁଠାରେ ସଂଗୀତ ଭରି ରହିଛି। ସଂଗୀତର ସୀମା ନାହିଁ। ସଂଗୀତ ଦେଶର ଭୌଗୋଳିକ ସୀମା ସରହଦକୁ ଡେଇଁ ସମଗ୍ର ବିଶ୍ୱକୁ ପରିବ୍ୟାପ୍ତ ହୋଇପାରେ।

ନୈସର୍ଗିକ ସ୍ତରରେ ସଂଗୀତ ଅହରହ ଗାନ ହୋଇ ଚାଲିଛି। ସଂଗୀତଜ୍ଞମାନେ ସଂଗୀତର ‘ପରୀ’ ସଦୃଶ। ସଂଗୀତ ବ୍ୟକ୍ତି ଜୀବନରେ ଆଧ୍ୟାତ୍ମିକତା ଭରିଦେବା ସହ ଅତି ମାନବୀୟ ଗୁଣର ନିକଟତର କରାଇଥାଏ। ଯନ୍ତ୍ର ସଙ୍ଗୀତ ବା ସୁନ୍ଦର କଣ୍ଠ ସଗୀତ ପରିବେଷଣ କରୁଥିବା ପ୍ରତ୍ୟେକ କଳାକାର ସଂଗୀତର ରାଜଦୂତ ସଦୃଶ। ପଣ୍ଡିତ ହରି ପ୍ରସାଦ ଚୌରାସିଆ ବଂଶୀ ବାଦନ କରୁଥିବା ବେଳେ ସତେ ଯେପରି ସେ ଭଗବାନ ଶ୍ରୀକୃଷ୍ଣଙ୍କର ବଂଶୀ ବାଦନ କରୁଛନ୍ତି ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ। ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସଂଗୀତ ସମଗ୍ର ବିଶ୍ୱକୁ ଏକାଠି କରିଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସଂଗୀତ ବିଶାରଦ ଓ ଯୁବ ସଂଗୀତ ଶିଳ୍ପୀମାନଙ୍କୁ ମାନ୍ୟବର ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ପରିଚାଳକ ଚନ୍ଦ୍ର ଶେଖର ଶର୍ମା, ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି ଏବଂ ସଚିବ ପ୍ରବୋଧ ରଥଙ୍କ ଉପସ୍ଥିତ ଥିବା ବେଳେ ବୃନ୍ଦାବନ ଗୁରୁକୁଳ, କଳିଙ୍ଗ ନଗରର ସଭାପତି ଅନିକେତ ମହାରଣା ଓ ସମ୍ପାଦକ ଦିଗବିଜୟ ସିଂ ଚୌହାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଡଃ ନାଜିଆ ଆଲାମ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ବୃନ୍ଦାବନ ଗୁରୁକୁଳ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଯୋଗଦେଇଥିବା ବୃନ୍ଦାବନ ଗୁରୁକୂଳର ଶିକ୍ଷାନବୀଶମାନେ ଚିତ୍ତାକର୍ଷକ ବଂଶୀ ବାଦନ କରିଥିଲେ। ପରେ ପରେ ଭାରତୀୟ ଶାସ୍ତ୍ରୀୟ ସରୋଦ ବାଦକ ପଦ୍ମବିଭୂଷଣ ଉସ୍ତାଦ ଅମଜାଦ ଅଲୀ ଖାନ୍ ସରୋଦ ବାଦନ କରିଥିବା ବେଳେ ଶାସ୍ତ୍ରୀୟ ସଂଗୀତ ବିଶାରଦ ପଦ୍ମଶ୍ରୀ ମାଳିନୀ ଅଓ୍ୱସ୍ତି ଶାସ୍ତ୍ରୀୟ କଣ୍ଠ ସଂଗୀତ ପରିବେଷଣ କରିଥିଲେ। ପ୍ରତିବର୍ଷ ବର୍ଷ ହୋଲିରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ଚଳିତ ବର୍ଷ ସରୋଦ ବାଦକ ପଦ୍ମବିଭୂଷଣ ଉସ୍ତାଦ ଅମଜାଦ ଅଲୀ ଖାନଙ୍କ ଦ୍ୱାରା ସରୋଦ ବାଦନ ଏବଂ ପଦ୍ମଶ୍ରୀ ମାଲିନୀ ଅଓ୍ୱସ୍ତିଙ୍କ ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ଆଧାରିତ ଏବଂ ହୋଲି ଉତ୍ସବ ଉପରେ ପର୍ଯ୍ୟବସିତ ଭକ୍ତି ରସାତ୍ମକ ଶାସ୍ତ୍ରୀୟ କଣ୍ଠ ସଂଗୀତ ପରିବେଷଣ ଦର୍ଶକମାନଙ୍କୁ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିପାରିଥିଲା। ତତ୍ ସହିତ ଶାସ୍ତ୍ରୀୟ ତବଲା ବାଦକ ପଣ୍ଡିତ ଅରବିନ୍ଦ କୁମାର ଆଜାଦ ଏବଂ ଅନ୍ୟ ଶାସ୍ତ୍ରୀୟ ସଂଗୀତ ବାଦକମାନଙ୍କ ଦ୍ୱାରା ଯନ୍ତ୍ରସଂଗୀତ ପରିବେଷଣ ଦର୍ଶକମାନଙ୍କୁ ମନ୍ତ୍ର ମୁଗ୍ଧ କରିବା ସହ ରବୀନ୍ଦ୍ର ମଣ୍ଡପରେ ଏକ ଦିବ୍ୟ ପରିବେଶ ସୃଷ୍ଟି କରିଥିଲା।

ପ୍ରକାଶ ଥାଉକି, ବୃନ୍ଦାବନ ଗୁରୁକୁଳର ପ୍ରତିଷ୍ଠାତା ସଭାପତି ଖ୍ୟାତନାମା ବଂଶୀବାଦକ ପଦ୍ମ ବିଭୂଷଣ ପଣ୍ଡିତ ଚୌରାସିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଭାରତୀୟ ସଂଗୀତ, କଳା ଓ ସଂସ୍କୃତିର ଜୀବନ୍ତ ଐତିହ୍ୟ। ଏହି ଭଳି ଗୁରୁକୁଳ ଗୋଟିଏ ମୁମ୍ବାଇରେ ଥିବା ବେଳେ ଅନ୍ୟଟି ଭୁବନେଶ୍ୱର ସ୍ଥିତ କଳିଙ୍ଗନଗର, ଘାଟିକିଆଠାରେ ୧୩ ବର୍ଷ ହେଲା ସ୍ଥାପିତ ହୋଇ ପ୍ରତିଷ୍ଠା ଲାଭ କରିଛି। ଏହା ସଂଗୀତ, ବଂଶୀ ଓ ଅନ୍ୟ ଶାସ୍ତ୍ରୀୟ ସଂଗୀତ ଶିକ୍ଷା କରୁଥିବା ଦେଶବିଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୈସର୍ଗିକ ପରିବେଶ ସ୍ଥଳୀ ହୋଇଛି।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଓଡିଶା ଖଣି ନିଗମ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଇଣ୍ଡିଆନ ଅଏଲ୍, ବେଦାନ୍ତ, ଜିନ୍ଦଲ ଷ୍ଟିଲ ଓ ପାଓ୍ୱାର , ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଭୁବନେଶ୍ୱର ମହାନଗର ନିଗମ, ବୟନିକା, ସୋଆ ବିଶ୍ୱ ବିଦ୍ୟାଳୟ ସମେତ ଆତିଥେୟତା ପାଇଁ ମେ ଫେୟାର ହୋଟେଲ ଓ ରିସୋର୍ଟ, ସ୍ୱସ୍ତି ଗ୍ରୁପସ୍ ଓ ମିଡିଆ ପାର୍ଟନର ଭାବେ ପ୍ରମେୟ,ନ୍ୟୁଜ୍-୭ ସହାୟତା କରିଛନ୍ତି। ଡିଡି ଭାରତୀରେ ଏହି କାର୍ଯ୍ୟକ୍ରମ ସିଧା ପ୍ରସାରଣ ହୋଇଥିଲା।

ଓଡିଶା ସଂଗୀତ ନାଟକ ଏକାଡେମୀ ବୃନ୍ଦାବନ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026
Latest News

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026

ଜଗମରା ଫୁଡ କୋର୍ଟରେ ଅଗ୍ନିକାଣ୍ଡ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.