Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଆ ପାଂଜି ଓ ଶେଖ୍ ଅମିନୁଲ୍ ଇସଲାମ୍; ସମନ୍ବୟ ଓ ସଂହତିର ଜୀବନନାମା
ବିଶେଷ ଖବର

ଓଡିଆ ପାଂଜି ଓ ଶେଖ୍ ଅମିନୁଲ୍ ଇସଲାମ୍; ସମନ୍ବୟ ଓ ସଂହତିର ଜୀବନନାମା

December 3, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଓଡିଆ ପାଞ୍ଜିର କଥା ଉଠିଲେ ଆଉ ଦୁଇଟି ନାଁ ଆପେ ଆପେ ଚର୍ଚାକୁ ଚାଲିଆସେ- ଚନ୍ଦ୍ରଶେଖର ସିଂହ ସାମନ୍ତ ଓରଫ୍ ପଠାଣୀ ସାମନ୍ତ ଓ ଓଡିଶା କୋହିନୂର୍ ପ୍ରେସ୍ ।  ପାଂଜିର ଗଣକ ଓ ସଂକଳକ ନୈଷ୍ଠିକ ହିନ୍ଦୁ ହୋଇଥିବାବେଳେ ଏହାର ପ୍ରକାଶକ ଜଣେ ଉଦାରବାଦୀ ମୁସଲମାନ। କୋହିନୂର୍ ପାଞ୍ଜି ଓଲଟାଇଲେ ଏହାର ପ୍ରତିଷ୍ଠାତା ଭାବରେ ଯାହାଂକ ନାମ ଆଖିରେ ପଡେ ସେ ହେଉଛନ୍ତି ଶେଖ୍ ଅମିନୁଲ୍ ଇସଲାମ୍।ଧର୍ମର ସଂକୀର୍ଣତା ଓ ସୀମା ବିଷୟରେ ଆମେ ଅନେକ କଥା ଶୁଣିଛୁ ଓ ଜାଣିଛୁ , ହେଲେ ଧର୍ମର ଉଦାର ସ୍ବରୂପ ଦେଖିବାକୁ ଶେଖ୍ ଅମିନୁଲ୍ ଇସଲାମଂକ ପରି ଚରିତ୍ରଂକ ବିଷୟରେ ଜାଣିବା ନିହାତି ଜରୁରୀ। ଅମିନୁଲ୍ ଇସଲାମ୍ କେବଳ ପାଞ୍ଜିର ପ୍ରକାଶକ ନଥିଲେ, ବହୁ ହିନ୍ଦୁ ଧର୍ମଶାସ୍ତ୍ର ଓ ସଂସ୍କୃତ ଗ୍ରନ୍ଥର ସେ ଥିଲେ ଆଗ୍ରହୀ ପ୍ରକାଶକ । ଭାରତୀୟ ଜୀବନବୋଧରେ ସମନ୍ବୟ ଓ ସହାବସ୍ଥାନର ଏକ ଅନନ୍ୟ ଉଦାହରଣ ପ୍ରସ୍ତୁତ କରିଥିବା ଓଡିଶା କୋହିନୂର ପ୍ରେସ୍ ଓ ଏହାର ପ୍ରତିଷ୍ଠାତା ଶେଖ ଅମିନୁଲ୍ ଇସଲାମଂକ ବିଷୟରେ ଓଡିଶାରେ ଖୁବ ବେଶୀ ଚର୍ଚ୍ଚା ହୁଏନାହିଁ, ସେଇଟା ବିଡମ୍ବନା। ଆଜି ଯେତେବେଳେ ଧର୍ମକୁ ନେଇ ଆମ ଭିତରେ ବିଭେଦ ଓ ବିଭାଜନର ରାଜନୈତିକ ମଞ୍ଜି ବୁଣା ଯାଉଛି, ସେତେବେଳେ ଶେଖ ଅମିନୁଲ ଇସଲାମ ଆମ ଆଗରେ ସାହାବସ୍ଥାନ, ସଂପ୍ରୀତି ଓ ସଂହତି ର ଦେବଦୂତ ଭାବରେ ଠିଆ ହୋଇଛନ୍ତି। ଓଡିଶାର ସମନ୍ବୟବାଦୀ ଇତିହାସରେ ସେ ଆମ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ଚରିତ୍ର।

– ଗତ ୮୦ ବର୍ଷ ଧରି ପ୍ରକାଶ ପାଉଥିବା ଓଡିଶା କୋହିନୂର ପ୍ରେସର ପାଞ୍ଜି ପଠାଣୀ ସାମନ୍ତଂକ “ସିଦ୍ଧାନ୍ତ ଦର୍ପଣ” ର ତତ୍ତ୍ବ ଓ ସୂତ୍ର ଆଧାରରେ ପ୍ରସିଦ୍ଧ ଖଡିରତ୍ନ ପରିବାର ପ୍ରସ୍ତୁତ କରିଥାନ୍ତି। ୮୩ ବର୍ଷ ତଳେ କଟକର ଜଣେ ତରୁଣ ମୁସଲମାନ ପ୍ରକାଶକ ଶେଖ୍ ଅମିନୁଲ୍ ଇସଲାମ୍ ଏହି ପାଞ୍ଜିର ପ୍ରକାଶନ ଆରମ୍ଭ କରିଥିଲେ , ଯାହାକି ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଦ୍ବାରା ଅନୁମୋଦନ ଲାଭ କରିଥିଲା । ଗତ ୮୩ ବର୍ଷ ଧରି କୋହିନୂର ପାଞ୍ଜି ଓଡିଶାର ଅନ୍ୟତମ ବିଶୁଦ୍ଧ ଓ ନିର୍ଭୁଲ ପଂଜିକା ଭାବରେ ସ୍ବୀକୃତି ହାସଲ କରିଛି ।

– ଶେଖ୍ ଅମିନୁଲ୍ ଇସଲାମ୍ ୫ ଅଗଷ୍ଟ ୧୯୦୦ ରେ କଟକ ସୂତାହାଟ ରେ ଜନ୍ମଗ୍ରହଣ କରିଥିଲେ। ପ୍ରକାଶନ ସହିତ ତାଂକର ପାରିବାରିକ ସମ୍ପର୍କ ରହିଥିଲେ ମଧ୍ୟ ଧାର୍ମିକ ପୁସ୍ତକ ପ୍ରକାଶନ କଥା ସେତେବେଳେ କେହି ଚିନ୍ତା କରୁନଥିଲେ । ୧୯୨୮ ରେ ଅଳ୍ପ କେତେଜଣ ଉତ୍ସାହୀ ପ୍ରକାଶକଂକ ଭିତରୁ ଅମିନୁଲ୍ କଟକରେ ଏକ ପ୍ରେସ୍ ପ୍ରତିଷ୍ଠା କରିଥିଲେ। ଏହି ପ୍ରେସ୍ ର ଯଶଗାନ କରି  ସଂସ୍କୃତ ପଣ୍ଡିତ ମାନେ କହନ୍ତି – “ ବିଦ୍ବତବିଷ୍ଣୁ ଯୁତପ୍ରସାଦ

ଗଣନା ଶୁଦ୍ଧା….ତାଂ କୋହେନୂରମୁଦ୍ରଣାଳୟପତିନିର୍ମାତି ..

– ଜଣେ ମୁସଲମାନ୍ ପ୍ରକାଶକଂକ ଦ୍ବାରା ପ୍ରକାଶିତ ଏହି ପାଞ୍ଜିକୁ ହିନ୍ଦୁ ଶାସନୀ ବ୍ରାହ୍ମଣ ମାନଙ୍କର  ସବୁଠୁ ବଡ ସଭା ଶ୍ରୀ ମନ୍ଦିର ମୁକ୍ତି ମଣ୍ଡପ ସଭା ସ୍ବୀକୃତି ପ୍ରଦାନ କରିବା ଏକ ବିରାଟ ଅବଦାନ ।ଶ୍ରୀ ମନ୍ଦିର ର ପୂଜା ପାର୍ବଣ ଓ ଯାନୀ ଯାତ୍ରା ର ଦିନ ଘଡି ନିର୍ଣ୍ଣୟରେ କୋହିନୂର ପାଂଜିର ଗୁରୁତ୍ବପୂର୍ଣ ଭୂମିକା ରହି ଆସିଛି ।

– ଅମିନୁଲ୍ କେବଳ ପାଂଜିର ପ୍ରକାଶକ ନଥିଲେ, ବହୁ ସଂସ୍କୃତ ଧର୍ମଗ୍ରନ୍ଥ ର ସମ୍ପାଦନ ଓ ପ୍ରକାଶନ କାର୍ୟ ସେ କରିଛନ୍ତି । ପଣ୍ଡିତ କୁଂଜବନ ତ୍ରିପାଠୀ ଓ ପଣ୍ଡିତ ରଘୁନାଥ ମିଶ୍ରଂକ  ସମ୍ପାଦନାରେ ବହୁ ଗ୍ରନ୍ଥ ସେ ଛାପିଥିଲେ ।

– ସଂସ୍କୃତ ବ୍ୟତୀତ ସେ ଥିଲେ ଓଡିଶାର ପ୍ରଥମ ସାନ୍ତାଳୀ ଭାଷାର  ପ୍ରକାଶକ । ୧୯୩୨ ମସିହାରେ ସାନ୍ତାଳି ଭାଷା ର ମହାନ ସାରଥୀ ଓ ଅଲଚିକି ଲିପିର ସ୍ରଷ୍ଟା ରଘୁନାଥ ମୁର୍ମୂଂକ ନାଟକ “ବିଦୁ ଚାଦାନ” କୁ ଅମିନୁଲ୍ ପ୍ରକାଶ କରିଥିଲେ। ସାନ୍ତାଳୀ ଆଜି ଏକ ପୂର୍ଣ୍ଣାଙ୍ଗ ଭାଷାର ସାମ୍ବିଧାନିକ ମର୍ୟଦା ପାଇଲା ପରେ ମଧ୍ୟବଡ  ସାନ୍ତାଳୀ ପ୍ରକାଶକ ବାହାରି ନାହାନ୍ତି  ।ଅଥଚ ୮୬ ବର୍ଷ ପୂର୍ବେ ଏକ ଆଦିବାସୀ ଭାଷାର ବହି ଛାପିବାର ସାହସ  ଅମିନୁଲଂକ ପାଖରେ ଥିଲା ।

– ସ୍ବାଧିନତା ଆନ୍ଦୋଳନକୁ ସମର୍ଥନ କରି ବହୁ ଗୀତ, କବିତା ଓ ରଚନା ପ୍ରକାଶ କରି ସେ ବ୍ରିଟିଶ ସରକାରର ବିଷ ଦୃଷ୍ଟିରେ ମଧ୍ୟ ପଡିଥିଲେ।୧୯୩୦ ରେ ତାଂକ ରଚିତ ଓ ପ୍ରକାଶିତ “ଦାଣ୍ଡି ଯାତ୍ରା “ କବିତା ବହି ବ୍ରିଟିଶ ସରକାର ଜବତ କରିଥିଲେ।

– ୧୦,ଅଗଷ୍ଟ ୧୯୮୫ ରେ ଏହି ବିଶିଷ୍ଟ ପ୍ରକାଶକ ମୃତ୍ୟୁବରଣ କରିଥିଲେ ଓ ଜଣେ ମୁସଲମାନ୍ ର ବିୟୋଗରେ ପ୍ରଥମ ଥର ଲାଗି ଶ୍ରୀ ମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ସଭା ଶୋକ ପ୍ରସ୍ତାବ ରଖିଥିଲେ। ଆଜି ଯେତେବେଳେ ସାମ୍ପ୍ରଦାୟିକତା ଓ ଧାର୍ମିକ ସଂକୀର୍ଣତା କୁ ନେଇ ଦେଶର ରାଜନୀତି ପ୍ରବଳ, ସେହି ସମୟରେ ଶେଖ ଅମିନୁଲ୍ ଇସ୍ଲାମ୍ ଆମ ଆଗରେ ସମନ୍ବୟର ଏକ ଐତିହାସିକ  ପ୍ରତୀକ ଭାବରେ ପ୍ରେରଣା ଦିଅନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

“ଶାନ୍ତି ଦୂତ”ର ଖୋଲିବ ମୁଖା: ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ବଡ଼ ଯୋଜନା

June 30, 2026

ଆଜିଠାରୁ ଅଣସର ଦର୍ଶନ: ବ୍ରହ୍ମଗିରିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଅଲାରନାଥ

June 30, 2026

ବିକଶିତ ଗ୍ରାମ-ବିକଶିତ ଭାରତ’ ପାଇଁ ପ୍ରସ୍ତୁତ ହେଲା ସହଭାଗୀ ରୋଡମ୍ୟାପ୍

June 30, 2026

Puri News: ମହାପ୍ରଭୁଙ୍କ ଗଜାନନ ବେଶ ଦେଖି ଭକ୍ତ ବିଭୋର, ମଙ୍ଗଳବାରଠାରୁ ପଟ୍ଟିଦିଅଁ ଦର୍ଶନ

June 29, 2026
Latest News

ଏସୀୟ କ୍ରୀଡ଼ା ପାଇଁ ଘୋଷଣା ହେଲା ଭାରତୀୟ ମହିଳା କ୍ରିକେଟ୍ ଦଳ: ଜାଣନ୍ତୁ ତାଲିକା

June 30, 2026

ଦିଲ୍ଲୀରେ ନୂତନ EV କିଣିବା ଉପରେ କେତେ ସବସିଡି ମିଳିବ?: ଜାଣନ୍ତୁ ନୂତନ ନୀତି

June 30, 2026

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଇଣ୍ଡିଆ ମେଣ୍ଟ: ସିଜେଆଇ ଙ୍କୁ ଚିଠି ଲେଖିଲେ ୨୩ଟି ଦଳ

June 30, 2026

ତିନି ବର୍ଷ ପାଇଁ ନିଯୁକ୍ତ ହେବେ HDFC ବ୍ୟାଙ୍କର ନୂତନ ଅଧ୍ୟକ୍ଷ: ଜାଣନ୍ତୁ ସେ  କିଏ?

June 30, 2026

“ଶାନ୍ତି ଦୂତ”ର ଖୋଲିବ ମୁଖା: ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ବଡ଼ ଯୋଜନା

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.