Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»ବିଶ୍ବର ଦେବତାଙ୍କୁ କାଠର ଅଭାବ ! ରଥ ନିର୍ମାଣ ପାଇଁ କାଠ ଆସିବ କୋଉଠୁ ?
ସଂସ୍କୃତି

ବିଶ୍ବର ଦେବତାଙ୍କୁ କାଠର ଅଭାବ ! ରଥ ନିର୍ମାଣ ପାଇଁ କାଠ ଆସିବ କୋଉଠୁ ?

June 27, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Where will the wood for Jagannath’s chariot come from
Where will the wood for Jagannath’s chariot come from

ସମୀକ୍ଷା ବ୍ୟୁରୋ

ସାରା ବିଶ୍ବରେ ଜଗନ୍ନାଥଙ୍କ ସଂସ୍କୃତି ଓ ଜଗନ୍ନାଥଙ୍କୁ ନେଇ ବେଶ୍‌ ଚର୍ଚ୍ଚା । ମହାପ୍ରଭୁ ଜଗନ୍ନାଥଙ୍କ ରୀତିନୀତି ତଥା ସଂସ୍କୃତି ବେଶ୍‌ ନିଆରା । ଜଗନ୍ନାଥଙ୍କ ବିଭିନ୍ନ ଯାନିଯାତ୍ରା ଭିତରେ ରଥଯାତ୍ରାକୁ ନେଇ ସାରା ବିଶ୍ବବାସୀ ବେଶ୍‌ ଆଗ୍ରହୀ । ଏହି ରଥଯାତ୍ରାରେ ବ୍ୟବହୃତ ରଥ ସବୁ କାଠରେ ନିର୍ମିତ ହୋଇଥାଏ । ପ୍ରତିବର୍ଷ ନୂଆ କାଠରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ନିର୍ମାଣ କରାଯାଇଥାଏ । ଓଡ଼ିଶାରେ ଦ୍ରୁତ ବେଗରେ ଜଙ୍ଗଲ ହ୍ରାସ ପାଉଥିବାବେଳେ ରଥ ନିର୍ମାଣକୁ ନେଇ ଏବେ ଏକ ବଡ଼ ସମସ୍ୟା ଦେଖାଦେଇଛି । ଜଙ୍ଗଲ ସୃଷ୍ଟି ହେବା ପରିବର୍ତ୍ତେ ଯଦି କ୍ଷୟ ହୁଏ, ତେବେ ଶ୍ରୀଜଗନ୍ନାଥ ଆଗକୁ କେଉଁ ରଥରେ ଯାତ୍ରା କରିବେ, ତାହା ଏକ ବିରାଟ ପ୍ରଶ୍ନ । ଜଙ୍ଗଲ ସୃଷ୍ଟି କରିବା ଆଜିର ସମୟ ପାଇଁ ଏକ ବଡ଼ ଆହ୍ବାନ ପାଲଟିଛି ।

ଜଗନ୍ନାଥ ମନ୍ଦିରର ଅଧିକାରୀଙ୍କ ସୂତ୍ରରୁ ପାଖାପା୍ଖି ୧୨ଟି ପ୍ରଜାତିର ୧,୧୦୦ରୁ ଅଧିକ ବଡ଼ ବଡ଼ କାଠଗଡ଼ର ଆବଶ୍ୟକତା ହୋଇଥାଏ ।  ଫାସି, ବୁଆଁର ଓ ଅସନ ପ୍ରଜାତିର ଆଠ ଫୁଟ ଉଚ୍ଚ ୮୬୫ଖଣ୍ଡ କାଠଗଡ ରଥରେ ବ୍ୟବହୃତ ହୋଇଥାଏ । ରଥ ପାଇଁ ଭିନ୍ନ ଆକାରରେ କାଠଗଡଗୁଡ଼ିକୁ ୪,୦୦୦ ଖଣ୍ଡରେ ପରିବର୍ତ୍ତିତ କରାଯାଇଥାଏ । ଓଡ଼ିଶା ସରକାର ମନ୍ଦିରକୁ କାଠ ଯୋଗାଇଦେଇଥା’ନ୍ତି । ରଥଯାତ୍ରା ପରେ ଏହି କାଠଗୁଡ଼ିକ ମନ୍ଦିରର ରୋଷ ଘରେ ଏହି କାଠ ବ୍ୟବହୃତ ହୁଏ । ମନ୍ଦିରର ପ୍ରସ୍ତୁତ ହେଉଥିବା ଅବଢା ପାଇଁ ମଧ୍ୟ କାଠର ଉପଯୋଗ ହୋଇଥାଏ। ଶ୍ରୀମନ୍ଦିରରେ ପ୍ରତ୍ୟହ ୩୦,୦୦୦ରୁ ଅଧିକ ଭକ୍ତଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ କରାଯାଇଥାଏ ।

କିନ୍ତୁ ଓଡ଼ିଶାରେ ଜଙ୍ଗଲ ଯେଉଁ ପରିମାଣରେ କ୍ଷୟ ହୋଇ ଚାଲିଛି, ରଥ ପାଇଁ କାଠ ମିଳିବା ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି ।

ଜୁନ୍‌ ୧୨ ତାରିଖରେ ପ୍ରଥମ ରଥଯାତ୍ରା ବୈଠକରେ ତିନି ରଥ ନିର୍ମାଣରେ କାଠର ଅଭାବ ସମ୍ପର୍କରେ ଆଲୋଚନା କରାଯାଇଥଲା । ଏହି ବୈଠକରେ ସମିତିର ଜଣେ ସଦସ୍ୟ ରଥ ପାଇଁ କାଠର ଅଭାବ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ‘ ଗତ ବର୍ଷ ନୟାଗଡ଼ ଜିଲ୍ଲାର ୫୦ଜଣ ଶ୍ରଦ୍ଧାଳୁ ଦେବତାଙ୍କ ରଥ ନିର୍ମାଣ ନିମେନ୍ତ କାଠ ଦାନ କରିଥିଲେ । ଚଳିତ ବର୍ଷ କେବଳ ୨୨ ଜଣ ଶ୍ରଦ୍ଧାଳୁ ରଥ ପାଇଁ କାଠ ଦାନ କରିଛନ୍ତି  ।’

ତେବେ ଏହି ସମସ୍ୟା ପ୍ରଥମ ଥର ପାଇଁ ହୋଇନାହିଁ । ଗତ ଏକ ଦଶକ ଭିତରେ ରଥ ପାଇଁ କାଠ ଏକ ଗମ୍ଭୀର ପ୍ରଶ୍ନ ହୋଇ ରହିଆସିଛି ।  ପାରମ୍ପରିକ ଭାବେ ନୟାଗଡ଼ ଜିଲ୍ଲାର ଜଙ୍ଗଲର କାଠକୁ ରଥ ନିର୍ମାଣରେ ବ୍ୟବହୃତ କରାଯାଇଥାଏ, ଯାହା ପୂର୍ବରୁ ଅବିଭକ୍ତ ପୁରୀ ଜିଲ୍ଲାର ଏକ ଅଂଶ ରହିଥିଲା ।

ନୟାଗଡ ଜିଲ୍ଲା ବନ ବିଭାଗ ଅଧିକାରୀ ସୂତ୍ର ଅନୁସାରେ ରଥ ନିର୍ମାଣରେ ବ୍ୟବହୃତ ହେଉଥିବା ତିନି ପ୍ରଜାତିର ବୃକ୍ଷ ଫାସି, ଭୁଆଁର ଓ ଅସନର ସଂଖ୍ୟା ପୂର୍ବ ପରିମାଣରେ ହ୍ରାସ ପାଇବାରେ ଲାଗିଛି ।

ସମ୍ପୃକ୍ତ ଅଧିକାରୀଙ୍କ ମତରେ କାଠର ଅଭାବ କାରଣରୁ ବନ ବିଭାଗ ୨୦୦୦ ମସିହାରେ ୬୫ ଲକ୍ଷଟଙ୍କା ବିନିଯୋଗରେ ‘ଜଗନ୍ନାଥ ବନ ପ୍ରକଳ୍ପର ଯୋଜନା’ର ଆରମ୍ଭ କରିଥିଲେ । ନୟାଗଡ଼, ବୌଦ୍ଧ ସହିତ ମହାନଦୀ ନଦୀର ଡେଲ୍‌ଟାର ପାଞ୍ଚଟି ଜିଲ୍ଲାରେ ୨,୮୦୦ ହେକ୍ଟର ଜମିରେ ଫାସି, ଭୁଆଁର, ଓ ଅସନ ସହିତ ୧୩ ପ୍ରଜାତିର ପାଖାପାଖି ୪୫ ଲକ୍ଷ ବୃକ୍ଷରୋପଣ କରାଯାଇଥିଲା ।

ମନ୍ଦିର ପ୍ରଶାସନ ମଧ୍ୟ ରଥ ନିର୍ମାଣ ପାଇଁ କାଠ ଲାଗି ଶ୍ରଦ୍ଧାଳୁଙ୍କଠାରୁ ଆବଶ୍ୟକୀୟ ବିଶେଷ ବୃକ୍ଷ ଦାନ କରିବାର ଆଗ୍ରହ କରିଥିଲେ। ତେବେ ଏହାକୁ ନେଇ ବିଶେଷ କିଛି ସଫଳତା ମିଳିପାରି ନାହିଁ । ନୟାଗଡ଼ର ଦଶପଲ୍ଲା ଅଞ୍ଚଳକୁ ଛାଡ଼ି ଦେଲ, ଅନ୍ୟାନ୍ୟ ଜାଗାରେ ବୃକ୍ଷରୋପଣ ଆଖିଦୃଶିଆ ହୋଇପାରିନାହିଁ । ତେବେ ଆଉ ଏକ ସମସ୍ୟା ହେଉଛି ଏହି ପ୍ରଜାତିର ବୃକ୍ଷଗୁଡ଼ିକ ପରିପକ୍ବ ହେବା ଲାଗି  ଅଧିକ ସମୟ ନେଇଥାନ୍ତି । ଗୋଟେ ଗଛ ବ୍ୟବହାର ଉପଯୋଗୀ ହେବାଲାଗି ପାଖାପାଖି ୨୦ ବର୍ଷର ସମୟ ଲାଗିଥାଏ ।  ଫାସି ବୃକ୍ଷ ପାଖାପାଖି ୭୦ବର୍ଷରୁ ଅଧିକ ସମୟ ନେଇଥାଏ ।  ବନଅଧିକାରୀଙ୍କ ମତରେ କିଛି ବର୍ଷ ପୂର୍ବରୁ ଜଙ୍ଗଲରେ ଫାସି ବୃକ୍ଷ ବହୁତ ମିଳୁଥିବାବେଳେ ଏବେ ଏହା କ୍ରମାଗତ ଭାବରେ କମ୍‌ ମିଳୁଛି । ତେବେ ଶୀର୍ଷ ବନଅଧିକାରୀ ଜଗନ୍ନାଥ ବନ ପ୍ରକଳ୍ପରେ ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷ ମହଜୁଦ୍‌ ଅଛି ବୋଲି କହିଛନ୍ତି ।  ମହାନଦୀର ଡେଲ୍‌ଟା କ୍ଷେତ୍ରରେ ରୋପଣ କରାଯାଇଥିବା ବୃକ୍ଷ ପରିପକ୍ବ ହୋଇଗଲାଣି, ତେଣୁ ରଥ ନିର୍ମାଣ ପାଇଁ କାଠର ଆଉ ଅଭାବ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛନ୍ତି ।  ରଥ ନିର୍ମାଣ ପାଇଁ ଉଦ୍ଦିଷ୍ଟ କାଠ ନୟାଗଡ଼ ବାଦ୍‌ ଅନ୍ୟ ୧୪ଟି ଜିଲ୍ଲାରେ ଉପଲବ୍ଧ ହେଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛନ୍ତି ।  ତେବେ ସହରୀକରଣ, ଖନନ ଓ ଅନ୍ୟାନ୍ୟ ବିକାଶ ପରିଯୋଜନାର ବିସ୍ତାର କାରଣରୁ ଜଙ୍ଗଲର ଦ୍ରୁତ ହ୍ରାସକୁ ଦେଖିଲେ,  ସେହି ସବୁ ଅଞ୍ଚଳରେ କେତେ ସମୟ ପର୍ଯ୍ୟନ୍ତ ବୃକ୍ଷ ଆଚ୍ଛାଦିତ ହୋଇ ରହିପାରିବ, ତାହା ସମୟ କହିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ଆୟୋଜିତ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.