Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»ରଥଯାତ୍ରାକୁ ନେଇ କେତୋଟି ଅନାଲୋଚିତ ଓ ଅଜଣା ତଥ୍ୟ
ସଂସ୍କୃତି

ରଥଯାତ୍ରାକୁ ନେଇ କେତୋଟି ଅନାଲୋଚିତ ଓ ଅଜଣା ତଥ୍ୟ

July 4, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link
ରଥଯାତ୍ରାକୁ ନେଇ କେତୋଟି ଅନାଲୋଚିତ ଓ ଅଜଣା ତଥ୍ୟ
ରଥଯାତ୍ରାକୁ ନେଇ କେତୋଟି ଅନାଲୋଚିତ ଓ ଅଜଣା ତଥ୍ୟ

କେଦାର ମିଶ୍ର

ରଥଯାତ୍ରା ସହିତ ଓଡିଶାର ଜନଜୀବନ ଓ ସାଂସ୍କୃତିକ ଭାବପ୍ରବଣତାର ଏକ ଦୀର୍ଘକାଳୀନ ଇତିହାସ ରହିଛି । କେବଳ ଧାର୍ମିକ ବା ସାଂସ୍କୃତିକ ଜୀବନବୋଧ ନୁହଁ, ବରଂ ଓଡିଶାର ରାଜନୀତି ଓ ଅର୍ଥନୀତି ସହ ରଥଯାତ୍ରା ର ନିବିଡ ସମ୍ପର୍କ ରହିଛି। ଅର୍ଥନୈତିକ ଭାବରେ ଏହା ସାମନ୍ତବାଦ କବଳିତ ଓଡିଶାର ସବୁଠୁ ଅଧିକ ତୀର୍ଥକର ଦେଉଥିବା ଯାତ୍ରା ଭାବେ ପରିଗଣିତ ହେଉଥିଲା । ମୋଗଲ ଓ ମରାଠା ମାନେ ରଥଯାତ୍ରା ସମୟରେ ଯାତ୍ରୀ ମାନଂକଠାରୁ ବିପୁଳ କର ବା ଟିକସ ଆଦାୟ କରୁଥିଲେ । ଅନ୍ୟ ଏକ ଘଟଣା କ୍ରମରେ ଓଡିଶାରେ ନିଜର ରାଜନୈତିକ ପତିଆରା ବରକରାର ରଖିବାକୁ ଖୁର୍ଦ୍ଧା ର ଗଜପତି ରାଜାମାନେ ମହାପ୍ରଭୁ ଜଗନ୍ନାଥଂକ ଆଦ୍ୟ ସେବକ ଭାବରେ ଶ୍ରୀମନ୍ଦିର ର ମୁଖିଆ ପଦ ମଣ୍ଡନ କରିଥିଲେ।  ଐତିହାସିକ ଦୃଷ୍ଟିରୁ ରଥଯାତ୍ରା ସହିତ ରାଜନୈତିକ କ୍ଷମତା ପ୍ରଦର୍ଶନର ଏକ ସୂକ୍ଷ୍ମ ଧାର୍ମିକ ସମ୍ପର୍କ ରହିଆସିଛି ।ରଥଯାତ୍ରାର ଐତିହାସିକ ଓ କିମ୍ବଦନ୍ତି ମୂଳକ ଆଲୋଚନା ରୁ କେତୋଟି ଅଳ୍ପ ଆଲୋଚିତ କିମ୍ବା ଅଜଣା ରହିଥିବା ତଥ୍ୟର ଆଲୋଚନା କରିବା ଆସନ୍ତୁ-

୧.  ୧୬ଶ ଶତାବ୍ଦୀରେ ରଚିତ କପିଳ ସଂହିତାରେ ମହାପ୍ରଭୁ ଜଗନ୍ନାଥ ନିଜେ ରତ୍ନ ସିଂହାସନ ତ୍ୟାଗ କରି ନିଜ ଭକ୍ତ ମାନଂକୁ ସକଳ ପାପ ତାପରୁ ମୁକ୍ତି ଦେବାକୁ ରଥରେ ବସି ବଡ ଦାଣ୍ଡରେ ବିଜେ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଏହା ମହାପ୍ରଭୁଂକ ନିଜ ଇଚ୍ଛା ର ଯାତ୍ରା । ଏହି ଯାତ୍ରା ରେ ଭକ୍ତର ଭୁମିକା ସବୁଠୁ ଆଗରେ । ତେଣୁ ଏହାକୁ ନବଦିନାତ୍ମକ ପତିତପାବନ ଯାତ୍ରା ବୋଲି ମଧ୍ୟ କୁହାଯାଏ।

୨. ଶ୍ରୀ ମନ୍ଦିର ଠାରୁ ତିନି କିଲୋମିଟର ଦୂର ଗୁଣ୍ଡିଚା ମନ୍ଦିର କୁ ଶ୍ରୀ ଜଗନ୍ନାଥଂକ ଜନ୍ମବେଦୀ ବୋଲି ମଧ୍ୟ କୁହାଯାଇଥାଏ ।ସ୍କନ୍ଦ ପୁରାଣ ର ଉତ୍କଳ ଖଣ୍ଡରେ ଜଗନ୍ନାଥ ନିଜେ କହୁଛନ୍ତି –  ଆଷାଢ଼ ଶୁକ୍ଲ  ଦ୍ବିତୀୟା ଦିନ ଆମ୍ଭଂକୁ ବଳଭଦ୍ର ଓ  ସୁଭଦ୍ରାଙ୍କ ସହ ସେଇ ମହାବେଦୀ କୁ ରଥରେ ବସାଇ ଘେନିଯିବ । ସେହି ମହାବେଦୀ ଆମ୍ଭର ଆଦ୍ୟ ପୀଠ ଓ ସେଠାରେ ତୁମେ ରାଜା ଇନ୍ଦ୍ରଦ୍ୟୁମ୍ଣ ହଜାରେ ଅଶ୍ବମେଧ ଯଜ୍ଞ କରିଛ । (ଉତ୍କଳ ଖଣ୍ଡ-୨୯/୩୪)

୩. କପିଳ ସଂହିତା, ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ ଓ ନିଳାଦ୍ରୀ ମହୋଦୟ ଇତ୍ୟାଦି ଗ୍ରନ୍ଥରେ ରଥଯାତ୍ରା ର ପ୍ରାଚୀନ ବିବରଣୀ ଲିଖିତ ହୋଇ ରହିଛି। ସେହି ପରି ମାଦଳା ପାଂଜୀ ରେ ମଧ୍ୟ ରଥ ଯାତ୍ରା ଓ ତାର ବିଭିନ୍ନ ସମୟର ସମସ୍ୟା-ସଂକଟ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି।

୪. ପ୍ରଥମ ରଥଯାତ୍ରା ସମ୍ପର୍କିତ ତଥ୍ୟ ମାଦଳା ପାଂଜିରେ କେଶରୀ ବଂଶ ର ଆଲୋଚନା ରୁ ମିଳିଥାଏ ।ମୁରାରୀ କବିଙ୍କର “ଅନର୍ଘ ରାଘବ” ( ଦଶମ ଶତାବ୍ଦୀ ) ନାଟକରେ ମଧ୍ୟ ରଥ ଯାତ୍ରାର ଉଲ୍ଲେଖ ରହିଛି । କେତେକଙ୍କ ମତରେ ରଥଯାତ୍ରାରେ ବୌଦ୍ଧ ଓ ଜୈନ ପରମ୍ପରା ଓ କିଛି କିଛି ତନ୍ତ୍ର ପରମ୍ପରାର ପ୍ରଭାବ ରହିଛି ବୋଲି ମଧ୍ୟ କୁହାଯାଏ ।

୫. ଧାର୍ମିକ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ରଥକୁ ଶରୀର ଓ ଚଳନ୍ତି ଦେଉଳ ସହ ତୁଳନା କରାଯାଇଛି । ତେବେ ସାମାଜିକ ଇତିହାସ ଦୃଷ୍ଟିରୁ ଏହା ଓଡିଶାର ସବୁଠୁ ବଡ ରାଜନୈତିକ ଯାତ୍ରା । ଏହାର ଏକମାତ୍ର କାରଣ ହେଉଛି ମହାପ୍ରଭୁ ଶହ ଶହ ବର୍ଷ ଧରି ଓଡିଶାର ରାଜାଧିରାଜ ଓ ଓଡିଶାର ଗଜପତି ତାଂକର ରାଉତ ବୋଲି ସ୍ବୀକାର କରିବା । ତେଣୁ ମହାପ୍ରଭୁଂକ ଉପରେ ବାହ୍ୟ ଆକ୍ରମଣକାରୀ ଓ ଲୁଂଠନକାରୀ ସବୁବେଳେ ଦାଉ ସାଧିଛନ୍ତି ।

୬. ଶ୍ରୀ ମନ୍ଦିର ଉପରେ ଯବନ ରକ୍ତବାହୁ ଠାରୁ ଆରମ୍ଭ କରି ତକି ଖାନ୍ ପର୍ଯନ୍ତ ବହୁ ଆକ୍ରମଣକାରୀ ଲୋଳୁପ ନଜର ପକାଇଛନ୍ତି। ତେବେ ୧୬୦୯ ମସିହାରେ ମୋଗଲ ଦରବାରରେ ସେନାପତି ଥିବା ହିନ୍ଦୁ ରାଜପୁତ୍ କେଶୋଦାସ୍ ମାରୋ ରଥଯାତ୍ରା ସମୟରେ ପୁରୀ ଆକ୍ରମଣ କରିଥିଲା ।

୭. କେସୋଦାସ ମାରୋ ର ରଥଯାତ୍ରା ଆକ୍ରମଣ ବିଷୟ ଉଲ୍ଲେଖ କରି ମାଦଳା ପାଂଜୀ ରେ ଲେଖା ଅଛି- “ଏ ମହାରାଜାଂକ ଯାତ୍ରୀ ପଣେ କେଶୋଦାସ ମାରୁ ଆସି ଗୁଣ୍ଡିଚା ଯାତ୍ରା ଦେଖି ଦୁଇ ଦେଉଳ ଧଇଲା ।ପରମେଶ୍ବର ଗୁଣ୍ଡିଚା ଘରେ ବିଜେ କରିଥିଲେ।ତିନି ରଥ ପୋଡି ଦେଲା ।++++ଗୁଣ୍ଡିଚା ଘରେ ଅନେକ ମାଇଲା”   ରଥ ଯାତ୍ରା ସମୟରେ ଏହା ବୋଧ ହୁଏ ସବୁଠୁ ବଡ ଆକ୍ରମଣ ଯାହା ଜଣେ ହିନ୍ଦୁ ସେନାପତିଂକ ଦ୍ବାରା ସଂଗଠିତ ହୋଇଥିଲା ।

୮. ସେହିପରି ଗଜପତି ପଦକୁ ନେଇ ମଧ୍ୟ ଅନେକ ସମୟରେ ଖୁର୍ଦ୍ଧା ଓ  ପାରଲାଖେମଣ୍ଡି ରାଜ ପରିବାର ମଧ୍ୟରେ କଳହ ରଥଯାତ୍ରା ସମୟରେ ଦେଖିବାକୁ ମିଳିଛି । ୧୨ ଜୁଲାଇ ୧୭୫୩ ମସିହା ରେ ପାରଳା ରାଜା ଜଗନ୍ନାଥ ନାରାୟଣ ଦେଓ ଓ ତାଂକ ଭାଇ ନିଜକୁ ଗଜପତି ବୋଲି ରଥଯାତ୍ରା ସମୟରେ ଘୋଷଣା କରି ରଥ ଦଖଲ କରି ନେଇଥିଲେ । ସେବାୟତଂକ କୌଶଳ କ୍ରମେ ଖୁର୍ଦ୍ଧା ଗଜପତି ପୁଣି ଶ୍ରୀ ମନ୍ଦିର ଉପରେ ନିଜ ଅଧିକାର ଜାହିର କରିବାରେ ସଫଳ ହୋଇଥିଲେ।

୯. ୧୮୦୩ ମସିହାରେ ବ୍ରିଟିଶ୍ ମାନେ ଓଡିଶା ଦଖଲ କଲେ ।୧୮୦୪ ରେ କଟକର ଗୋରା କମିଶନର୍ ଜନ ମେଲଭିଲ୍ ରଥଯାତ୍ରା ଦେଖିବାକୁ ଆସି ନିଜ ରିପୋର୍ଟ୍ ରେ ଲେଖିଲେ ଯେ- “ମୁଁ ପୂରୀରେ ପହଂଚିଲା ମାତ୍ରେ ଯାତ୍ରୀ ଓ ସେବାୟତ ମାନେ କରତାଳି ତଥା କୋଳାହଳ ମାଧ୍ୟମରେ ମୋତେ ସ୍ବାଗତ ଜଣାଇଲେ ।ଏଥିରୁ ମୋତେ ଲାଗୁଚି ଯେ ସେବାୟତ ଓ ଯାତ୍ରୀଂକ ମନରେ ବ୍ରିଟିଶ୍ ସରକାରଂକ ପ୍ରତି ଉତ୍ତମ ମନୋଭାବ ରହିଛି ।ସୁତରାଂ ଜଗନ୍ନାଥ ରଥଯାତ୍ରା ଯଥାବିଧି ଚାଲୁ ବୋଲି ମୁଁ ଅନୁମୋଦନ କରୁଅଛି।“ ତା’ ପରଠୁ ବ୍ରିଟିଶ ସରକାର ମନ୍ଦିର ପରିଚାଳନା ରେ ଅନୁପ୍ରବେଶ କରିନାହାନ୍ତି ।

୧୦. ରଥଯାତ୍ରା ର ପରିଚାଳନା ଲାଗି ଗଜପତି ଅମଳରୁ ଆଜି ଯାଏଁ ବହୁ ନିୟମ ଓ ବିଧାନ ଗଢା ହୋଇଛି, ଭଂଗା ମଧ୍ୟ ହୋଇଛି । ତେବେ ରଥଯାତ୍ରା ସହ ସାଧାରଣ ଭକ୍ତଂକ ଆବେଗ ଶହ ଶହ ବର୍ଷ ଧରି ଯେମିତି କି ସେମିତି ରହିଛି। ଏହାହିଁ ରଥଯାତ୍ରାର ସବୁଠୁ ବଡ ସାର୍ଥକତା ।

Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026

ଭାରତ ଆସିବ କି ନାହିଁ?, ୨୪ ଘଣ୍ଟା ଭିତରେ ନିଷ୍ପତ୍ତି ନିଅ, ନଚେତ…: ବାଂଲାଦେଶକୁ ଚେତାବନୀ ଦେଲା ଆଇସିସି

January 21, 2026

ଆଜି ମହାପ୍ରଭୃଙ୍କର ପଦ୍ମବେଶ: କାହିଁକି ହୁଏ ଏହି ବେଶ, କଣ ରହିଛି ଏହା ପଛର କିମ୍ବଦନ୍ତୀ?

January 21, 2026

ଅଟଳ ପେନସନ ଯୋଜନାର ଅବଧି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

January 21, 2026
Latest News

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

January 21, 2026

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026

ବାଣପୁର: ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନରେ ଯୋଗଦେଲେ ଆଇନ ମନ୍ତ୍ରୀ

January 21, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍

January 21, 2026

ବାଣପୁରରେ ଚର୍ଚ୍ଚିତ ଯୌତୁକ ଜନିତ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.