Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»ଭାରତରେ ବାଘ ସଂଖ୍ୟା ବୃଦ୍ଧି ପାଇ ୨୯୬୭ରେ ପହଁଚିଲା, ରିପୋର୍ଟ ଉନ୍ନୋଚନ କରି ପ୍ରଧାନମନ୍ତ୍ରୀ କହିଲେ “ଟାଇଗର ଜିନ୍ଦା ହେ”
ସଂସ୍କୃତି

ଭାରତରେ ବାଘ ସଂଖ୍ୟା ବୃଦ୍ଧି ପାଇ ୨୯୬୭ରେ ପହଁଚିଲା, ରିପୋର୍ଟ ଉନ୍ନୋଚନ କରି ପ୍ରଧାନମନ୍ତ୍ରୀ କହିଲେ “ଟାଇଗର ଜିନ୍ଦା ହେ”

July 29, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Prime Minister Narendra Modi releasing the results of 4th cycle of All India Tiger Estimation – 2018, on the occasion of the Global Tiger Day, in New Delhi on Monday
Prime Minister Narendra Modi releasing the results of 4th cycle of All India Tiger Estimation – 2018, on the occasion of the Global Tiger Day, in New Delhi on Monday

ସମୀକ୍ଷା ବ୍ୟୁରୋ

ଆଜି ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗଠାରେ ସର୍ବଭାରତୀୟ ବାଘ ଗଣନା-୨୦୧୮ର ଚତୁର୍ଥ ଚକ୍ର ଫଳାଫଳ ଉନ୍ମୋଚନ କରିଛନ୍ତି। ଏହି ସର୍ଭେକ୍ଷଣ ଅନୁଯାୟୀ ୨୦୧୮ରେ ଭାରତରେ ବାଘ ସଂଖ୍ୟା ବୃଦ୍ଧି ପାଇ ୨୯୬୭ରେ ପହଁଚିଛି।ଏହି ଅବସରରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ଏହାକୁ ଭାରତର ଏକ ଐତିହାସିକ ମୁହୂର୍ତ ଭାବେ ଅଭିହିତ କରିଥିଲେ ଏବଂ ବ୍ୟାଘ୍ର ସଂରକ୍ଷଣ ନିମନ୍ତେ ଭାରତର ସଂକଳ୍ପବଦ୍ଧତାକୁ ଦୋହରାଇଥିଲେ।ଏହାକୁ ହାସଲ କରିବା ନେଇ ବିଭିନ୍ନ ଅଂଶୀଦାରମାନଙ୍କ ଦ୍ରୁତ ଓ ଉତ୍ସର୍ଗୀକୃତ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ସଂକଳ୍ପରୁ ସିଦ୍ଧିର ଏହା ଏକ ପ୍ରକୃଷ୍ଟ ଉଦାହରଣ। ଭାରତର ଜନସାଧାରଣ ଯଦି କିଛି କରିବା ପାଇଁ ନିଷ୍ପତି ଗ୍ରହଣ କରନ୍ତି ତେବେ ଉପଯୁକ୍ତ ଫଳାଫଳ ପାଇବା ନେଇ ସେମାନଙ୍କୁ କୌଣସି ଶକ୍ତି ଅଟକାଇ ପାରିବେ ନାହିଁ ବୋଲି ସେ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାୟତଃ ୩୦୦୦ ବାଘଙ୍କ ସହିତ, ଭାରତ ଏବେ ସେମାନଙ୍କ ପାଇଁ ସର୍ବବୃହତ୍ ଓ ସର୍ବାଧିକ ସୁରକ୍ଷିତ ବାସସ୍ଥଳୀରେ ପରିଣତ ହୋଇଛି। ଭାରତରେ “ଏକ ଥା ଟାଇଗର”ରୁ ଆରମ୍ଭ ହୋଇ “ଟାଇଗର ଜିନ୍ଦା ହେ” ପର୍ଯ୍ୟନ୍ତ ଚଳଚିତ୍ର ହୋଇଛି। ହେଲେ ବାଘ ସଂରକ୍ଷଣ ସେତିକିରେ ନ ଅଟକି ଆହୁରି ଆଗକୁ ଯାଉ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ ଯେ ଆଗାମୀ ଦିନର ମାର୍ଗ ଚୟନାତ୍ମକ ନୁହେଁ ବରଂ ସାମଗ୍ରୀକ। ସେ କହିଲେ ଯେ ପରିବେଶ ସଂରକ୍ଷଣ ଲାଗି ଏକ ବ୍ୟାପକ ଏବଂ ସାମଗ୍ରୀକ ଦୃଷ୍ଟିକୋଣ ଜରୁରି। ସେ କହିଲେ ଯେ ବିକାଶ ଓ ପରିବେଶ ମଧ୍ୟରେ ଏକ ଉତମ ସନ୍ତୁଳନ ରକ୍ଷା କରିବା ସମ୍ଭବ । “ଆମ ନୀତିରେ, ଆମ ଅର୍ଥନୀତିରେ ଆମକୁ ସଂରକ୍ଷଣ ସମ୍ବନ୍ଧୀୟ ଆଲୋଚନାକୁ ପରିବର୍ତନ କରିବାକୁ ପଡିବ,” ବୋଲି ସେ କହିଥିଲେ। ଭାରତ ଆମ ନାଗରିକମାନଙ୍କ ପାଇଁ ଅଧିକ ଗୃହ ନିର୍ମାଣ କରିବ ଏବଂ ଏହି ସମୟରେ ଜୀବଜନ୍ତୁମାନଙ୍କ ପାଇଁ ଗୁଣାତ୍ମକ ବାସସ୍ଥାନ ମଧ୍ୟ ସୃଷ୍ଟି କରିବ। ଭାରତର ଏକ ଜୀବନ୍ତ ସାମୁଦ୍ରିକ ଅର୍ଥନୀତି ଏବଂ ସୁସ୍ଥ ସାମୁଦ୍ରିକ ପରିବେଶ ରହିବ। ଏହି ସନ୍ତୁଳନ ହିଁ ଏକ ଶକ୍ତିଶାଳୀ ତଥା ସମାବେଶୀ ଭାରତ ନିର୍ମାଣରେ ଯୋଗଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ସେ ଆତ୍ମବିଶ୍ୱାସ ପ୍ରକଟ କରି କହିଥିଲେ ଯେ ଭାରତ ଉଭୟ ଆର୍ଥିକ ଓ ପରିବେଶ ଦୃଷ୍ଟିରୁ ସମୃଦ୍ଧ ହେବ; ଭାରତ ଅଧିକ ସଡ଼କ ନିର୍ମାଣ କରିବ ଏବଂ ଭାରତରେ ନଦୀଗୁଡ଼ିକ ସ୍ୱଚ୍ଛ ହେବେ; ଭାରତରେ ରେଳ ସଂଯୋଗ ଉନ୍ନତ ହେବ ଏବଂ ଭାରତରେ ବୃକ୍ଷ ସଂଖ୍ୟାରେ ବୃଦ୍ଧି ଘଟିବ।ସେ କହିଲେ ଯେ ଗତ ୫ ବର୍ଷ ମଧ୍ୟରେ ଆଗାମୀ ପିଢ଼ୀ ପାଇଁ ଭିତିଭୂମି ନିର୍ମାଣ ଦ୍ରୁତ ଗତିରେ ହୋଇଥିବା ବେଳେ ଦେଶରେ ଜଙ୍ଗଲର ଘନତ୍ୱ ମଧ୍ୟ ବୃଦ୍ଧି ପାଇଛି। ସଂରକ୍ଷିତ କ୍ଷେତ୍ର ମଧ୍ୟ ବୃଦ୍ଧି ପାଇଛି । ୨୦୧୪ରେ ୬୯୨ଟି ସଂରକ୍ଷିତ ଅଂଚଳ ଥିଲାବେଳେ ୨୦୧୯ରେ ଏହା ବୃଦ୍ଧି ପାଇ ୮୬୦ରୁ ଅଧିକ ହୋଇଛି। ‘ଗୋଷ୍ଠୀ ସଂରକ୍ଷିତ କ୍ଷେତ୍ର’ ମଧ୍ୟ ବୃଦ୍ଧି ପାଇଛି। ୨୦୧୪ରେ ଏହା ୪୩ ଥିଲାବେଳେ ଏବେ ଏହାର ସଂଖ୍ୟାରେ ବୃଦ୍ଧି ଘଟି ୧୦୦ରୁ ଅଧିକ ହୋଇଛି।

ଭାରତ ଏହାର ଅର୍ଥବ୍ୟବସ୍ଥାକୁ ସ୍ୱଚ୍ଛ-ଇନ୍ଧନ ଏବଂ ଅକ୍ଷୟ ଶକ୍ତି ଆଧାରିତ କରିବା ପାଇଁ ନିୟମିତ ଭାବେ ପ୍ରୟାସ କରୁଥିବାର ସେ କହିଥିଲେ। ସେ କହିଲେ ଯେ ବର୍ଜ୍ୟବସ୍ତୁ ଏବଂ ଜୈବ ଇନ୍ଧନକୁ ଭାରତର ଶକ୍ତି ସୁରକ୍ଷାର ବୃହତ ଅଂଶବିଶେଷ କରାଯାଉଛି। ଏଲପିଜି ସଂଯୋଗ ଏବଂ ଏଲଇଡି ବଲ୍ବ ପାଇଁ ଯଥାକ୍ରମେ “ଉଜ୍ଜ୍ୱଳା” ଓ “ଉଜାଲା” ଆଦି ଯୋଜନାରେ ହେଉଥିବା ଅଗ୍ରଗତି ସମ୍ବନ୍ଧରେ ସେ ପ୍ରକାଶ କରିଥିଲେ।ଶେଷରେ ବ୍ୟାଘ୍ର ସଂରକ୍ଷଣ ପାଇଁ ପଦକ୍ଷେପକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବାବୁଲ ସୁପ୍ରିୟୋ ଏବଂ ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତନ ମନ୍ତ୍ରଣାଳୟର ସଚିବ ଶ୍ରୀ ସିକେ ମିଶ୍ରା ଏହି ଅବସରରେ ଉପସ୍ଥିତ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.