Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»ଆସ କିଏ ଖାଇବ ହୋ ଆମ ରାଜା ଘର ଖାନା; ଓଡିଆ ଖାଦ୍ୟ ପରମ୍ପରାକୁ ନେଇ ଗୋଟେ ଛୋଟିଆ ଐତିହାସିକ ଗଦ୍ୟ
ସଂସ୍କୃତି

ଆସ କିଏ ଖାଇବ ହୋ ଆମ ରାଜା ଘର ଖାନା; ଓଡିଆ ଖାଦ୍ୟ ପରମ୍ପରାକୁ ନେଇ ଗୋଟେ ଛୋଟିଆ ଐତିହାସିକ ଗଦ୍ୟ

August 16, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଶୈଲେନ ରାଉତରାୟ

(ଖାଇବାକୁ ନେଇ ଲେଖିବାର ପରମ୍ପରା ଆମର ବହୁତ କମ। ତେଣୁ ଓଡିଆ ଖାଦ୍ୟର କୌଣସି ବିଶେଷ ଐତିହାସିକ ଦଲିଲ ଆମର ନାହିଁ। କାଁ ଭାଁ ଲେଖାକୁ ବାଦ ଦେଲେ ଖାଦ୍ୟର ଏକ ସଂକଳିତ ଇତିହାସ ଆମର ନାହିଁ। ଓଡିଆ ଖାଦ୍ୟର ଏକ ଛୋଟିଆ ବିବରଣୀ ଓ ତାର ସମାଜତାତ୍ତ୍ଵିକ ଦିଗ ଉପରେ ଏଇ ଆଲେଖ୍ୟ।)  

 ୧୯୨୯ ମସିହାରେ ମୟୁରଭଞ୍ଜ ରଜା ଶ୍ରୀ ପୂର୍ଣଚନ୍ଦ୍ର ଭଞ୍ଜ ସରକାରୀ କାମରେ ପାରିଷଦ ଓ କର୍ମଚାରୀ ବେଷ୍ଟିତ ହୋଇ ବମ୍ବେଇ ଯାଇଥିଲେ। ସେଠି ଖିଅର ହେବା ସମୟରେ ଖୁର ମୁନରେ ସାମାନ୍ୟ ଆଘାତ ପାଇଲେ। ତହିଁରୁ ଧନୁଷ୍ଠଙ୍କାର ହୋଇ ସେ ଅପ୍ରେଲ ୨୩ ତାରିଖରେ ପରଲୋକ ଚାଲିଗଲେ। ସେତେବେଳକୁ ମହାରାଜାଙ୍କୁ ମାତ୍ର ୨୯ ବର୍ଷ ବୟସ ହୋଇଥାଏ। ଟ୍ରେନରେ ଶବ ମୟୁରଭଞ୍ଜ ଆସିବା ପାଇଁ ଚାରି ଦିନ ଲାଗି ଗଲା। ଓଡ଼ିଶାର ପ୍ରଖ୍ୟାତ ଗାଳ୍ପିକ ଶ୍ରୀ ବସନ୍ତ ଶତପଥୀ ସେ ସମୟରେ ଫ୍ରେଜର୍ ହଷ୍ଟେଲରେ ରହି  ବାରିପଦାର ମୟୁରଭଞ୍ଜ ଇଂରାଜୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁ ଥାଆନ୍ତି। ଏବେ ସେ ସ୍କୁଲର ନାଁ ଏମ୍.କେ.ସି. ଉଚ୍ଚ ବିଦ୍ୟାଳୟ।

ରଜାଙ୍କର ଏଗାର ଦିନ ଭୋଜି ପାଇଁ ମୟୁରଭଞ୍ଜ ଯାକର ନିମନ୍ତ୍ରିତ ଶାସନୀ ବ୍ରାହ୍ମଣ, ବାଟକଟିଆ ଓ ଦକ୍ଷିଣା ବ୍ରାହ୍ମଣ, ବୋର୍ଡିଙ୍ଗିର ବ୍ରାହ୍ମଣ ପିଲା, ସମସ୍ତେ ଚିତା, ପଇତା, ଚଇତନ ଜଡ଼ିତ ହୋଇ ଭୋଜି ଖାଇ ଆସିଲେ। ଏହି ଦଳରେ ଥିଲେ ଶ୍ରୀ ଶତପଥୀ। ପଂକ୍ତି ପଡ଼ିଲା ରାଜବାଟୀର ଛାତର ଦୋତାଲା ଉପରେ। ଅସମ୍ଭବ ଭିଡ଼। ଗୋସେଇଁମାନଙ୍କ ଆଗରେ ପ୍ରଥମେ ମାଟି ଗିଲାସରେ ପାଣି ଓ ଖଲି ପତର ଲାଗିଗଲା।

ପ୍ରଥମେ ଲାଗି ହେଲା ଚୁଡ଼ାଭଜା। ତାହା ପରେ ଉଖୁଡ଼ା। ତା’ ପିଠିକି ବସାଦହି। ନୁଣନଙ୍କା ଖଲିରେ ଲାଗୁ ନ ଲାଗୁଣୁ ଭୋଜନ ଆରମ୍ଭ ହେଲା। ବାପାମାନେ ପୁଅମାନଙ୍କୁ ଏ ଦେଶୀ ଜିନିଷରେ ପେଟ ଭର୍ତ୍ତି ନ କରି ଅସଲ ରଜାଘର ଖାନା ପାଇଁ ଅନିସା କରି ପେଟ ଖାଲି ରଖିବା ପେଇଁ କହିଲେ। ବସାଦହି ପଛକୁ ଲାଗିଲା ପୁରୀ ଆଉ ସୋଲା-କଖାରୁ ତରକାରୀ। ତାହା ପରେ ଜିଲାପି ଓ ଫେଣି।

ଜିଲେପି ପରେ ନାଗିଲା ଅସଲ ରଜାଘର ଚିଜ – କଲିକତି ଆମଦାନୀ।  ସେତେବେଳେ ବାରିପଦାରେ ଖାଲି ରସଗୋଲା ଓ ଲେଡି କେନିଙ୍ଗ୍ – ଯାହାକୁ ଏବେ ଆମେ ପାନ୍ତୁଆ କହୁଚୁ, ମିଳୁଥିଲା। ଭୋଜିରେ ପରସା ଗଲା ଟିଣଖୋଲା ପ୍ରସିଦ୍ଧ ଭୀବନାଗର ସନ୍ଦେଶ ଓ ବାଘ ବଜାରର ସନ୍ଦେଶ। ଯିଏ ଯାହା ଖାଇଲେ ଖାଇଲେ, ଓ ଗାମୁଛାରେ ଘର ପାଇଁ ବାନ୍ଧିଲେ। ଟଙ୍କାଏ ଲେଖାଏଁ ଦକ୍ଷିଣା (ସେତେବେଳେ ଦୁଇ ପଇସାରେ ଶେରେ ବା ପାଖାପାଖି କିଲେ ଚାଉଳ ମିଳୁଥିଲା) ନେଇ ଘରକୁ ବାହାରିଲା ବେଳକୁ ଦୁଇ ଦିନ ପରେ ମହାରାଜାଙ୍କର ଶଶୁର, ୱାଙ୍କାନୀର୍ ମହାରାଜାଙ୍କ ତରଫରୁ ଆଉ ଏକ ଭୋଜି ପାଇଁ ଗୋସେଇଁମାନଙ୍କୁ ନିମନ୍ତ୍ରଣ ଦିଆଗଲା।

ସେ ଦିନ ଦୁଇ ବାଜିଲା ବେଳକୁ ରାଜବାଟୀର ଛାତରେ ଥାଟପଟାଳି। ଏଥର ଖଲିରେ ସେବା ପାଇଁ ଲାଗିଲା ଗଜା, ବାଲୁସାଇ, ନୂଆବସାଣି ମିଠେଇ, ପୁରୀ ଓ କଲିକତି ରସଗୋଲା। ହେଲେ ବ୍ରାହ୍ମଣ ଗୋସାଇଁମାନେ ସେବା ଆରମ୍ଭ କରିଛନ୍ତିକି ନାହିଁ ଗୋଟିଏ ମାନୁଗଳିଆ, କଳାପାହାଡ଼ିଆ ମେଘ ଶିମିଳିପାଳ ଆଡ଼ୁ ଘୋଟି ଆସିଲା। ଖୁବ୍ ଅଳ୍ପ ସମୟରେ ବର୍ଷା ପବନରେ ଭୋଜିର ସତ୍ତା ରହିଲା ନାହିଁ। ଗୋସେଇଁମାନେ ଯେ ଯାହା ପାରିଲେ କାନିରେ ବାନ୍ଧି ସ୍ୱଗୃହକୁ ଫେରିଗଲେ।  ଶ୍ରୀ ଶତପଥୀଙ୍କର ଜଣେ ସାଙ୍ଗ ବର୍ଷା ବିତ୍ପାତରୁ ଗୋଟିଏ ରସଗୋଲା ଟିଣକୁ ଉଦ୍ଧାର କରି ଆଣି ଥାଆନ୍ତି। ସାଙ୍ଗମାନେ ସେସବୁ ସେବା କରି ଗୋଟିଏ ଅଶୁଭ ଦିନକୁ ଶୁଭରେ ରୂପାନ୍ତରିତ କଲେ।

ବି.ଦ୍ର. : ଏହି ଲେଖାଟି ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ ସୌଜନ୍ୟରୁ ପ୍ରାପ୍ତ । ଆଲେଖ୍ୟଟିର ବିଷୟବସ୍ତୁ ଭୁବନେଶ୍ୱରସ୍ଥ ଶିକ୍ଷାସନ୍ଧାନ ସଂସ୍ଥା ୨୦୦୮ ମସିହାରେ ଛପାଇଥିବା ବସନ୍ତ କୁମାର ଶତପଥୀଙ୍କ ଦ୍ୱାରା ଲିଖିତ ଓ ସୁମନ୍ୟୁ ଶତପଥିଙ୍କ ଦ୍ୱାରା ସମ୍ପାଦିତ ଆତ୍ମଜୀବନୀ ‘ମନେ ପଡ଼େ’ ରୁ ଆହୃତ ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବନବିଭାଗ

September 11, 2026
Latest News

ସ୍ୱିଜରଲ୍ୟାଣ୍ଡରେ ମର୍ମନ୍ତୁଦ ପର୍ଯ୍ୟଟକ ବସ୍ ଦୁର୍ଘଟଣା: ୫ ମୃତ

September 11, 2026

ଓଡ଼ିଶାରେ ସରକାରୀ ବ୍ୟାଙ୍କ ସେବା ବ୍ୟାହତ: ଦେଶବ୍ୟାପୀ ଆନ୍ଦୋଳନରେ ସାମିଲ ହେଲେ ୮ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ

September 11, 2026

ଆଉ ଏକ ‘ବିଶ୍ୱ ରେକର୍ଡ’ ସ୍ଥାପନ କଲେ ଜୋ ରୁଟ୍: ଟେଷ୍ଟ କ୍ରିକେଟରେ ରଚିଲେ ଇତିହାସ

September 11, 2026

ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ଆସୁଛି ନୂଆ ଫୋଲ୍ଡିଂ ରାମ୍ପ ବ୍ୟବସ୍ଥା

September 11, 2026

ଶରୀର ପୁରୁଷର, ହେଲେ ଭିତରେ ଗର୍ଭାଶୟ; ସାମ୍ନାକୁ ଆସିଲା ବିରଳ ମାମଲା

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.