Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»ଗୁରୁ କେଳୁଚରଣ ମହାପାତ୍ର ରଜତ ଜୟନ୍ତୀ ପୁରସ୍କାର ଘୋଷିତ, ସମ୍ମାନୀତ ହେବେ ନୃତ୍ୟଗୁରୁ ଓ ନୃତ୍ୟ ସମୀକ୍ଷକ
ସଂସ୍କୃତି

ଗୁରୁ କେଳୁଚରଣ ମହାପାତ୍ର ରଜତ ଜୟନ୍ତୀ ପୁରସ୍କାର ଘୋଷିତ, ସମ୍ମାନୀତ ହେବେ ନୃତ୍ୟଗୁରୁ ଓ ନୃତ୍ୟ ସମୀକ୍ଷକ

August 26, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଓଡିଶୀ ନୃତ୍ୟର କିମ୍ବଦନ୍ତୀ ପୁରୁଷ ଗୁରୁ କେଳୁଚରଣ ମହାପାତ୍ରଙ୍କ ଦ୍ଵାରା ପ୍ରତିଷ୍ଠିତ ପ୍ରସିଦ୍ଧ ଓଡିଶୀ ନୃତ୍ୟ ଅନୁଷ୍ଠାନ “ସୃଜନ” ଆସନ୍ତା ସେପ୍ଟେମ୍ବର ୫ ରୁ ୧୧ ତାରିଖ ପର୍ଯ୍ୟନ୍ତ ସାତ ଦିନ ବ୍ୟାପୀ ଗୁରୁ କେଳୁଚରଣ ପୁରସ୍କାର ସମାରୋହର ରଜତ ଜୟନ୍ତୀ ପାଳନ କରିବା ବୋଲି ଏହାର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଗୁରୁଜୀଙ୍କ ଜୀବନକାଳରେ ଆରମ୍ଭ ହୋଇଥିବା ଏହି ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ସମାରୋହ ଓଡିଶାର ଅନ୍ୟତମ ଶ୍ରେଷ୍ଠ ସମାରୋହ ଭାବରେ ସୁଖ୍ୟାତି ଲାଭ କରିଛି। ଗତ ୨୪ ବର୍ଷ ଧରି ଏହି ସମାରୋହରେ ଭାରତର ବହୁ କିମ୍ବଦନ୍ତୀ ସଙ୍ଗୀତଜ୍ଞ ଓ ନୃତ୍ୟଶିଳ୍ପୀ ନିଜର କଳା ପରିବେଷଣ ମାଧ୍ୟମରେ ଗୁରୁଜୀଙ୍କୁ ତାଙ୍କର ଶ୍ରଦ୍ଧା ନିବେଦନ କରି ଆସୁଛନ୍ତି।

ଚଳିତ ବର୍ଷ ଏହି ସମାରୋହର ୨୫ଶ ବର୍ଷ ପାଳନ ଅବସରରେ ରବୀନ୍ଦ୍ର ମଣ୍ଡପରେ ଭବ୍ୟ ଆୟୋଜନ କରାଯାଇଛି। ଏହି ବର୍ଷ ପାଇଁ ସମ୍ମାନଜନକ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ଦୁଇ ପ୍ରସିଦ୍ଧ ସମୀକ୍ଷକ ଡ. ସୁନୀଲ କୋଠାରି ଓ ଲୀଲା ଭେଙ୍କଟରମଣ, ବିଶିଷ୍ଟ ଫଟୋଗ୍ରାଫର ଅବିନାଶ ପଶରିଚା,ବିଶିଷ୍ଟ ତବଲା ବାଦକ ହରମୋହନ ଖୁଣ୍ଟିଆ ଓ ଓଡିଶୀ ନୃତ୍ୟଗୁରୁ ଦୁର୍ଗା ଚରଣ ରଣବୀରଙ୍କୁ ପ୍ରଦାନ କରାଯିବ। ନାଲକୋ ପ୍ରାୟୋଜିତ ଏହି ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ। ସେହିପରି ଯୁବ ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ପାଞ୍ଚ ଜଣ ଶିଳ୍ପୀଙ୍କୁ ୨୫ ହଜାର ଟଙ୍କାର ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାର ପାଇବେ ଯୁବ ଓଡିଶୀ ଶିଳ୍ପୀ ରାଜଶ୍ରୀ ପ୍ରହରାଜ, ରାହୁଲ ଆଚାର୍ୟ, ସ୍ଵପ୍ନକଳ୍ପା ଦାସଗୁପ୍ତ, ସତ୍ରୀୟ ନୃତ୍ୟଶିଳ୍ପୀ ଅନ୍ଵେଷା ମହନ୍ତ ଓ ଓଡିଶୀ ଗାୟକ ସତ୍ୟବ୍ରତ କାଠ।

ଉତ୍ସବରେ ବିଶିଷ୍ଟ ଗଜଲ ଓ ଭଜନ ଗାୟକ ଅନୁପ ଜଲୋଟାଙ୍କ ସମେତ ବହୁ ପ୍ରସିଦ୍ଧ ଶିଳ୍ପୀ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ପରିବେଷଣ  କରିବେ। ସାତଦିନ ବ୍ୟାପୀ ଏହି ଉତ୍ସବରେ ଓଡିଶାର ପ୍ରାୟ ସବୁ ପ୍ରସିଦ୍ଧ ଓଡିଶୀ ଅନୁଷ୍ଠାନ ନିଜର ନୃତ୍ୟ ପରିବେଷଣ କରିବେ। ଉତ୍ସବର ଉଦଯାପନୀ  ସନ୍ଧ୍ୟାରେ “ସୃଜନ” ତରଫରୁ “ନମାମି ଗଙ୍ଗେ” ନୃତ୍ୟ ନାଟିକା ପରିବେଷିତ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026

ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର: ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା

April 10, 2026

ସେପଟେ ପାକିସ୍ଥାନରେ ଯୁଦ୍ଧ ରୋକିବାକୁ ବୈଠକ, ଏପଟେ ଭାରତ ଏବଂ ଆମେରିକା ମଧ୍ୟରେ ହେଲା ବଡ଼ ଚୁକ୍ତି

April 10, 2026
Latest News

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026

ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

April 10, 2026

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.