Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»ଗୁରୁ କେଳୁଚରଣ ମହାପାତ୍ର ରଜତ ଜୟନ୍ତୀ ପୁରସ୍କାର ଘୋଷିତ, ସମ୍ମାନୀତ ହେବେ ନୃତ୍ୟଗୁରୁ ଓ ନୃତ୍ୟ ସମୀକ୍ଷକ
ସଂସ୍କୃତି

ଗୁରୁ କେଳୁଚରଣ ମହାପାତ୍ର ରଜତ ଜୟନ୍ତୀ ପୁରସ୍କାର ଘୋଷିତ, ସମ୍ମାନୀତ ହେବେ ନୃତ୍ୟଗୁରୁ ଓ ନୃତ୍ୟ ସମୀକ୍ଷକ

August 26, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଓଡିଶୀ ନୃତ୍ୟର କିମ୍ବଦନ୍ତୀ ପୁରୁଷ ଗୁରୁ କେଳୁଚରଣ ମହାପାତ୍ରଙ୍କ ଦ୍ଵାରା ପ୍ରତିଷ୍ଠିତ ପ୍ରସିଦ୍ଧ ଓଡିଶୀ ନୃତ୍ୟ ଅନୁଷ୍ଠାନ “ସୃଜନ” ଆସନ୍ତା ସେପ୍ଟେମ୍ବର ୫ ରୁ ୧୧ ତାରିଖ ପର୍ଯ୍ୟନ୍ତ ସାତ ଦିନ ବ୍ୟାପୀ ଗୁରୁ କେଳୁଚରଣ ପୁରସ୍କାର ସମାରୋହର ରଜତ ଜୟନ୍ତୀ ପାଳନ କରିବା ବୋଲି ଏହାର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଗୁରୁଜୀଙ୍କ ଜୀବନକାଳରେ ଆରମ୍ଭ ହୋଇଥିବା ଏହି ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ସମାରୋହ ଓଡିଶାର ଅନ୍ୟତମ ଶ୍ରେଷ୍ଠ ସମାରୋହ ଭାବରେ ସୁଖ୍ୟାତି ଲାଭ କରିଛି। ଗତ ୨୪ ବର୍ଷ ଧରି ଏହି ସମାରୋହରେ ଭାରତର ବହୁ କିମ୍ବଦନ୍ତୀ ସଙ୍ଗୀତଜ୍ଞ ଓ ନୃତ୍ୟଶିଳ୍ପୀ ନିଜର କଳା ପରିବେଷଣ ମାଧ୍ୟମରେ ଗୁରୁଜୀଙ୍କୁ ତାଙ୍କର ଶ୍ରଦ୍ଧା ନିବେଦନ କରି ଆସୁଛନ୍ତି।

ଚଳିତ ବର୍ଷ ଏହି ସମାରୋହର ୨୫ଶ ବର୍ଷ ପାଳନ ଅବସରରେ ରବୀନ୍ଦ୍ର ମଣ୍ଡପରେ ଭବ୍ୟ ଆୟୋଜନ କରାଯାଇଛି। ଏହି ବର୍ଷ ପାଇଁ ସମ୍ମାନଜନକ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ଦୁଇ ପ୍ରସିଦ୍ଧ ସମୀକ୍ଷକ ଡ. ସୁନୀଲ କୋଠାରି ଓ ଲୀଲା ଭେଙ୍କଟରମଣ, ବିଶିଷ୍ଟ ଫଟୋଗ୍ରାଫର ଅବିନାଶ ପଶରିଚା,ବିଶିଷ୍ଟ ତବଲା ବାଦକ ହରମୋହନ ଖୁଣ୍ଟିଆ ଓ ଓଡିଶୀ ନୃତ୍ୟଗୁରୁ ଦୁର୍ଗା ଚରଣ ରଣବୀରଙ୍କୁ ପ୍ରଦାନ କରାଯିବ। ନାଲକୋ ପ୍ରାୟୋଜିତ ଏହି ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ। ସେହିପରି ଯୁବ ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ପାଞ୍ଚ ଜଣ ଶିଳ୍ପୀଙ୍କୁ ୨୫ ହଜାର ଟଙ୍କାର ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାର ପାଇବେ ଯୁବ ଓଡିଶୀ ଶିଳ୍ପୀ ରାଜଶ୍ରୀ ପ୍ରହରାଜ, ରାହୁଲ ଆଚାର୍ୟ, ସ୍ଵପ୍ନକଳ୍ପା ଦାସଗୁପ୍ତ, ସତ୍ରୀୟ ନୃତ୍ୟଶିଳ୍ପୀ ଅନ୍ଵେଷା ମହନ୍ତ ଓ ଓଡିଶୀ ଗାୟକ ସତ୍ୟବ୍ରତ କାଠ।

ଉତ୍ସବରେ ବିଶିଷ୍ଟ ଗଜଲ ଓ ଭଜନ ଗାୟକ ଅନୁପ ଜଲୋଟାଙ୍କ ସମେତ ବହୁ ପ୍ରସିଦ୍ଧ ଶିଳ୍ପୀ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ପରିବେଷଣ  କରିବେ। ସାତଦିନ ବ୍ୟାପୀ ଏହି ଉତ୍ସବରେ ଓଡିଶାର ପ୍ରାୟ ସବୁ ପ୍ରସିଦ୍ଧ ଓଡିଶୀ ଅନୁଷ୍ଠାନ ନିଜର ନୃତ୍ୟ ପରିବେଷଣ କରିବେ। ଉତ୍ସବର ଉଦଯାପନୀ  ସନ୍ଧ୍ୟାରେ “ସୃଜନ” ତରଫରୁ “ନମାମି ଗଙ୍ଗେ” ନୃତ୍ୟ ନାଟିକା ପରିବେଷିତ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପିଏମ କିଷାନ ସମ୍ମାନ ନିଧି ଯୋଜନାର ୨୧ତମ କିସ୍ତି ଜାରି କରିବେ ପ୍ରଧାନମନ୍ତ୍ରୀ

November 19, 2025

ଚାଷୀଙ୍କୁ ଆଉ ଏକ ବଡ଼ ଉପହାର: ଏବେ ଏହି କାରଣରୁ ଫସଲ କ୍ଷତି ଲାଗି ମିଳିବ କ୍ଷତିପୂରଣ 

November 19, 2025

ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶ ହିମାଂଶୁ ଖଟୁଆ ହେଲେ କଟକସ୍ଥିତ BPFTIO ର ଅଧ୍ୟକ୍ଷ

November 19, 2025

ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ….

November 18, 2025
Latest News

ଆଜି ପିଏମ କିଷାନ ସମ୍ମାନ ନିଧି ଯୋଜନାର ୨୧ତମ କିସ୍ତି ଜାରି କରିବେ ପ୍ରଧାନମନ୍ତ୍ରୀ

November 19, 2025

ନୂତନ ନୀତିରେ ମଧ୍ୟବିତ୍ତ ଏବଂ ଗରିବ ପରିବାରମାନଙ୍କ ପାଇଁ ସିମେଣ୍ଟ ମୂଲ୍ୟ ହ୍ରାସ କରିବ: ଅଶ୍ଵିନୀ ବୈଷ୍ଣବ

November 19, 2025

ସମସ୍ତଙ୍କୁ କୃତ୍ରିମ ବୁଦ୍ଧିମତ୍ତା ବୁଝିବାରେ ସାହାଯ୍ୟ କରିବା ପାଇଁ ଏକ ମାଗଣା ଜାତୀୟ ପାଠ୍ୟକ୍ରମ

November 19, 2025

ସର୍ଦ୍ଦାର @୧୫୦ ଏକତା ପଦଯାତ୍ରା ହେଉଛି ଏକତାବଦ୍ଧ ଜାତିର ହୃଦସ୍ପନ୍ଦନ: କେନ୍ଦ୍ରମନ୍ତ୍ରୀ

November 19, 2025

ଚାଷୀଙ୍କୁ ଆଉ ଏକ ବଡ଼ ଉପହାର: ଏବେ ଏହି କାରଣରୁ ଫସଲ କ୍ଷତି ଲାଗି ମିଳିବ କ୍ଷତିପୂରଣ 

November 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.