Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ-୨୦୧୯ ଉଦଘାଟନୀ ସନ୍ଧ୍ୟାରେ ଅନୁପ ଜଲୋଟାଙ୍କ ଭଜନ ଓ ମୀରା ଦାସଙ୍କ ଓଡିଶୀ
ସଂସ୍କୃତି

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ-୨୦୧୯ ଉଦଘାଟନୀ ସନ୍ଧ୍ୟାରେ ଅନୁପ ଜଲୋଟାଙ୍କ ଭଜନ ଓ ମୀରା ଦାସଙ୍କ ଓଡିଶୀ

September 6, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ 

ଓଡିଶୀ ନୃତ୍ୟର ପ୍ରବାଦ ପୁରୁଷ ଗୁରୁ କେଳୁଚରଣ ମହାପାତ୍ରଙ୍କ ସ୍ମୃତିକୁ ପାଥେୟ କରି ତାଙ୍କ ଦ୍ଵାରା ପ୍ରତିଷ୍ଠିତ  ସୃଜନ ଅନୁଷ୍ଠାନ ଗତ ୨୪ ବର୍ଷ ଧରି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଆୟୋଜନ କରି ଆସୁଅଛି ।   ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଏହି ବର୍ଷ ତାର ୨୫ତମ ସମାରୋହ ଆୟୋଜିତ କରୁଅଛି ଏବଂ ଏହି ଉତ୍ସବକୁ ମନାଇବା ପାଇଁ  ୫ ଦିନ ପରିବର୍ତ୍ତେ ଚଳିତ ବର୍ଷ ଏହା ୭ ଦିନ ପାଇଁ ଅନୁଷ୍ଠିତ ହେଉଛି । ଗତକାଲି ଉତ୍ସବର ଉଦଘାଟନୀ ସଂଧ୍ୟାର ପ୍ରଥମ ପ୍ରସ୍ତୁତିରେ ଥିଲା ଭାରତର ପ୍ରସିଦ୍ଧ ଗଜଲ ଗାୟକ ତଥା ଭଜନ ସମ୍ରାଟ ଅନୁପ ଜଲୋଟାଙ୍କ ଦ୍ୱାରା ଲୋକପ୍ରୀୟ ଭଜନ ଓ ଗଜଲ ପରିବେଷଣ । ଅନୁପ ଜଲୋଟା ନିଜର ସ୍ଵଭାବ ସୁଲଭ ଶୈଳୀରେ ତାଙ୍କର ଲୋକପ୍ରିୟ  ଭଜନ ଐସି ଲଗି ଲଗନ, ବୋଲ ରାମ ବୋଲ ରାମ, ବଡ଼େ ମସହୁର ହୋତେ ଜା ରେହେ ହୋ, ଜଗ ମେ ସୁନ୍ଦର ହେ ଦୋ ନାମ, ତୁମାହାଁରେ ସହର ମେ ମୌସମ, ଶ୍ୟାମ ତେରୀ ବଂଶୀ ପୁକାରେ, ତୁମ ଇତନା ଜୋ ମୁସକୁରା ରୈହୀ ହୋ, ଇତ୍ୟାଦି ପରିବେଷଣ କରି ଉପସ୍ଥିତ ଶ୍ରୋତାଙ୍କୁ ମୁଗ୍ଧ କରିଥିଲେ। ତାଙ୍କୁ କଣ୍ଠରେ ଶୁଶ୍ରୀ କୋୟଲ ତ୍ରିପାଠୀ, ବେହେଲାରେ ରସିଦ ଖାନ, ତବଲାରେ ପ୍ରଦୀପ ଘୋଷ ଏବଂ ଗିଟାରରେ ହିମାଂସୁ ତିୱାରୀ ସହଯୋଗ କରିଥିଲେ ।

ସଂଧ୍ୟାର ଅନ୍ତିମ ପ୍ରସ୍ତୁତିରେ ଥିଲା ଗୁଞ୍ଜନ ଡ଼୍ୟାନ୍ସ ଏକାଡ଼େମୀର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ । ଗୁରୁ କେଳୁଚରଣ ମହାପାତ୍ରଙ୍କ ଶିଷ୍ୟା ମୀରା ଦାସ ଓ ସାଥୀଙ୍କ ଦ୍ୱାରା ଦୁଇଗୋଟି ନୃତ୍ୟ ପରିବେଷିତ ହୋଇଥିଲା । ପ୍ରଥମେ ଶୁଦ୍ଧ ନୃତ୍ୟରେ ଓଡ଼ିଶୀ ନୃତ୍ୟର ମୁଖ୍ୟ ବାଦ୍ୟ ମର୍ଦଳର ବିଭିନ୍ନ ତାଳ, ସ୍ୱର ଓ ଲୟକୁ ନେଇ ନୃତ୍ୟ ପରିବେଷଣ, ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ମୀରା ଦାସ ଓ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ । ପରେ ପରେ ସେମାନଙ୍କର ପ୍ରସ୍ତୁତିରେ ଥିଲା ଅଭିନୟ ଦଶାବତାର । ଓଡ଼ିଶୀ ନୃତ୍ୟରେ ବିଷ୍ଣୁଙ୍କର ଦଶ ଅବତାରକୁ ଅତି ନିଖୁଣ ଓ ଚମତ୍କାର ଭାବରେ ଉପସ୍ଥାପନ କରିଥିଲେ ଗୁରୁ ମୀରା ଦାସ ଓ ସାଥୀ କଳାକାରମାନେ, ଯାହାର ମୂଳ ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁ ଚରଣ ମହାପାତ୍ର ।

ଉଦଘାଟନ ଉତ୍ସବର ଅତିଥି ଭାବେ  ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର; ଭଜନ ସମ୍ରାଟ ତଥା ପ୍ରସିଦ୍ଧ ଗଜଲ ଗାୟକ ଶ୍ରୀଯୁକ୍ତ ଅନୁପ ଜଲୋଟା; ଷ୍ଟେଟ ବ୍ୟଙ୍କ ଅଫ ଇଣ୍ଡିଆର ମୂଖ୍ୟ ମହାପ୍ରବନ୍ଧକ ଶ୍ରୀମତୀ ପରବିନ କାଲା; ଏମ.ଜି.ଏମର ଅଧକ୍ଷ ଶ୍ରୀଯୁକ୍ତ ପଙ୍କଜ ଲୋଚନ ମହାନ୍ତି ଏବଂ ସୃଜନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ଶ୍ରୀନିବାସ ଘଟୁଆରୀ

Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ରାଏଲ ସ୍ୱାଧୀନତା ଦିବସରେ ମଶାଲ ପ୍ରଜ୍ୱଳନ ପାଇଁ ମୋଦୀଙ୍କୁ ନେତାନ୍ୟାହୁଙ୍କ ଆମନ୍ତ୍ରଣ

October 23, 2026

କୃଷକଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ : ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

October 23, 2026

ବିଶ୍ୱ ସ୍ତରରେ ଶକ୍ତିଶାଳୀ ପ୍ରତିଷ୍ଠାନ ଏବଂ ଗ୍ଲୋବାଲ୍ ସାଉଥ୍‌ର ଅଧିକାର ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

October 22, 2026

ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ପ୍ରତିଭାବାନ ଆଥଲେଟ୍

October 22, 2026
Latest News

ନିର୍ବାଚନ କମିଶନରେ କ’ଣ ଚାଲିଛି? RTI ଦଲିଲରେ ଖୋଲିଲା ପ୍ରଶାସନିକ ବିବାଦ

October 23, 2026

ନାବାଳିକା ହତ୍ୟା ମାମଲା: SIଙ୍କ ବଦଳି

October 23, 2026

୨୦୨୭ରୁ WhatsApp ଓ Telegram ବ୍ୟବହାରରେ ବଡ଼ ପରିବର୍ତ୍ତନ! ଫୋନ୍‌ରେ SIM ନଥିଲେ ହୋଇପାରେ ଅସୁବିଧା

October 23, 2026

କେନ୍ଦୁଝରରେ ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର, ଡାହାଣ ଗୋଡ଼ରେ ବାଜିଲା ଗୁଳି

October 23, 2026

ମେଗନ୍ ଶଟ୍ ଦୁଇଟି ମ୍ୟାଚ୍‌ରୁ ସସ୍‌ପେଣ୍ଡ

October 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.