Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସଂଧ୍ୟା : ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ସମନ୍ୱୟ ସହିତ ଓଡ଼ିଶୀ ନୃତ୍ୟରେ ଦେଶାତ୍ମବୋଧ
ସଂସ୍କୃତି

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସଂଧ୍ୟା : ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ସମନ୍ୱୟ ସହିତ ଓଡ଼ିଶୀ ନୃତ୍ୟରେ ଦେଶାତ୍ମବୋଧ

September 7, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ବଂଶୀ, ମାଣ୍ଡୋଲିନ ଓ ବେହେଲାର ସମିଶ୍ରଣ ସହିତ ସୁରଭି ଓ ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ଼ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ଶାସ୍ତ୍ରୀୟ ସଙ୍ଗୀତ ବାଦନର ମିଶ୍ରଣ ଦେଖିବାକୁ ମିଳିଥିଲା । ପାରସ ନାଥଙ୍କ ଦ୍ୱାରା ବଂଶୀ, ୟୁ.ରାଜେସଙ୍କ ଦ୍ୱାରା ମାଣ୍ଡୋଲିନ ଓ ଦୀପକ ପଣ୍ଡିତଙ୍କ ଦ୍ୱାରା ବେହେଲା ବାଦନର କାର୍ଯ୍ୟକ୍ରମ ହୋଇଥିଲା । ସେମାନେ ପ୍ରଥମେ ରାଗ ଭୀମପଲାଶି ଓ ତାଳ ତିନତାଲ ଉପରେ ଯନ୍ତ୍ରସଙ୍ଗୀତ ପରିବେଷଣ କରିଥିଲେ  ।  ସେମାନଙ୍କର ପ୍ରସ୍ତୁତିରେ ବିଭିନ୍ନ ରାଗ, ତାଳ ଓ ଲୟର ସମିଶ୍ରଣ  ରହିଥିଲା । ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ଏକ ସମନ୍ୱୟ ଦେଖିବାକୁ ମିଳିଥିଲା ସେମାନଙ୍କ ବାଦନରେ  । ସେମାନଙ୍କର ବାଦନର ଶୈଳୀ ଓ ସର୍ଜନାତ୍ମକ ଅଭିବ୍ୟକ୍ତି ଉପସ୍ଥିତ ଦର୍ଶକମାନଙ୍କୁ ବିମୋହିତ କରିଥିଲା  । ସେମାନଙ୍କୁ ତବଲାରେ ସହଯୋଗ କରିଥିଲେ ପ୍ରଶାନ୍ତ ସୋନାଗ୍ରା  ।

ଦ୍ୱିତୀୟ କାର୍ଯ୍ୟକ୍ରମରେ ଗୁରୁ ପିତାମ୍ବର ବିଶ୍ୱାଳଙ୍କ ସୁରଭି ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଶଣ ହୋଇଥିଲା  । ସେମାନଙ୍କ ପ୍ରସ୍ତୁତିରେ ରହିଥିଲା “ସୂର୍ଯ୍ୟାଷ୍ଟକମ‘  । ଉକ୍ତ ପରିବେଷଣଟିର ନୃତ୍ୟ ସଂରଚନା କରିଥିଲେ ଗୁରୁ ଦୂର୍ଗା ଚରଣ ରଣବୀର, ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ, ତାଳ ସଂଯୋଜନା କରିଥିଲେ ନିରଞ୍ଜନ ପାତ୍ର ଏବଂ ଦଳଗତ ନୃତ୍ୟଟିକୁ ପରିବେଷଣରେ ସାହାଯ୍ୟ କରିଥିଲେ ଗୁରୁ ପିତାମ୍ବର ବିଶ୍ୱାଳ  ।

ସଂଧ୍ୟାର ଅନ୍ତିମ ପ୍ରସ୍ତୁତିରେ ରହି ଥିଲା ଗୁରୁ ଅରୁଣା ମହାନ୍ତିଙ୍କ ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ଼ର କଳାକାରମାନଙ୍କଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ  । ସେମାନଙ୍କର ପ୍ରସ୍ତୁତିରେ ଥିଲା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଓଡ଼ିଶୀ ନୃତ୍ୟାଭିନୟ “ଅହିଂସା‘‘  । ଅହିଂସା ହେଉଛି ଗାନ୍ଧୀଜୀଙ୍କ ମୂଳମନ୍ତ୍ର ଯାହାକୁ ଆଧାର କରି ସେ ଭାରତକୁ ଇଂରେଜମାନଙ୍କ କବଳରୁ ସ୍ୱାଧୀନ କରିଥିଲେ  । ଗାନ୍ଧୀଜୀ କୌଣସି ରାଜନୈତିକ ଦୃଷ୍ଟିକୋଣରେ ଭାରତକୁ ଦେଖି ନଥିଲେ ସେ ସଦାସର୍ବଦା ଭାରତର ଉନ୍ନତି, ଶାନ୍ତି ଓ ପ୍ରେମ ସହିତ ଓତଃପ୍ରତୋଃ ଭାବରେ ଜଡ଼ିତ ଥିଲେ  । ଉକ୍ତ ଦେଶାତ୍ମବୋଧକ ପ୍ରସ୍ତୁତିଟିକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଦର୍ଶକମାନଙ୍କ ସାମ୍ନାକୁ ଆଣିଥିଲେ ଗୁରୁ ଅରୁଣା ମହାନ୍ତି, ଯାହାର ରଚନା ପ୍ରସ୍ତୁତ କରିଥିଲେ କେଦାର ମିଶ୍ର ଓ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ  । ଏକ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ଭିତ୍ତିକ ପରିବେଷଣକୁ ଦର୍ଶକ ଶେଷ ପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ଉପସ୍ଥିତ ରହି ଉପଭୋଗ କରିଥିଲେ  ।

ଦ୍ବିତୀୟ ଦିନର ଉତ୍ସବର ଅତିଥି ଥିଲେ ଓରିସା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଆଦ୍ୟାଶା ଶତପଥୀ ଏବଂ ସୃଜନର ନିର୍ଦ୍ଦେଶକ ରତିକାନ୍ତ ମହାପାତ୍ର  । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ଶ୍ରୀନିବାସ ଘଟୁଆରୀ  ।

 

Share. Facebook Twitter LinkedIn Email WhatsApp Copy Link

Related Posts

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026

ମୁଣ୍ଡଳିଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଗୃହ ମନ୍ତ୍ରୀ ଅମିତ ଶାହ

March 6, 2026

ବିଜେପିର ମୁଖ୍ୟମନ୍ତ୍ରୀ ଏବଂ ଜେଡିୟୁର ଉପମୁଖ୍ୟମନ୍ତ୍ରୀ!: ବିହାର ସରକାରଙ୍କ ନୂତନ ରୂପରେଖା ପ୍ରକାଶ

March 6, 2026

ଅମିତ ଶାହଙ୍କୁ ବିମାନ ବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 6, 2026
Latest News

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026

ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

March 6, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026

ମୁଣ୍ଡଳିଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଗୃହ ମନ୍ତ୍ରୀ ଅମିତ ଶାହ

March 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.