ବିପ୍ଲବୀ କବି ରବି ସିଂଙ୍କୁ ଓଡିଶାର ସାହିତ୍ୟିକ ତଥା ସମାଜସେବୀ ଦେଲେ ଶ୍ରଦ୍ଧାଞ୍ଜଳି

Published: Feb 17, 2020, 12:02 am IST

ଭୁବନେଶ୍ୱର, ସ୍ଥାନୀୟ ଗୀତଗୋବିନ୍ଦ ସଦନ ପ୍ରେକ୍ଷାଳୟରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ବିପ୍ଲବୀ କବି ରବି ସିଂଙ୍କ ଶ୍ରଦ୍ଧାଞ୍ଜଳି ସଭା। କବି ପ୍ରମୋଦ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସ୍ମୃତିଚାରଣ ସଭାର ସଂଯୋଜକ କିଶନ ବରାଇ କବି ରବି ସିଂଙ୍କ କାବ୍ୟ ଦର୍ଶନ ଉପରେ ଆଲୋକପାତ କରିଥିଲେ।

ଶୋକସଭାରେ ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଜନନେତା ଦାମୋଦର ରାଉତ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, କବି ସହଦେବ ଜୟସିଂହ, କବି ଅମରେଶ ବିଶ୍ୱାଳ, କମାଣ୍ଡର ନନ୍ଦକିଶୋର ସାମଲ, ବରିଷ୍ଠ ଅଧିବକ୍ତା ବିଭୂପ୍ରସାଦ ତ୍ରିପାଠୀ, ଗୋବିନ୍ଦ ମାହୁନ୍ତ, ସ୍ତମ୍ଭକାର ତୁଷାରକାନ୍ତ, ପ୍ରାଧ୍ୟାପକ କୁଳମଣି ଜେନା, ବିଜୟ ପରିଡ଼ା, ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡାଙ୍କ ସମେତ ଅନେକ କବି, ଲେଖକ, ଅଧିବକ୍ତା, ବିଭିନ୍ନ ଗଣସଂଗଠନର ବ୍ୟକ୍ତିତ୍ୱମାନେ ଉପସ୍ଥିତ ଥିଲେ ।

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶୋକସଭାରେ ଯୁଗ୍ମ୍ ସଂଯୋଜକ ନାରାୟଣ ଓଝା ଧନ୍ୟବାଦ ଅର୍ପଣ କରିଥିଲେ । ଚଳିତ ଫେବୃୟାରୀ 3 ତାରିଖ ଦିନ କବି ରବି ସିଂଙ୍କ ପରଲୋକ ହୋଇଥିଲା।

Related posts