Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶୀ ମଞ୍ଚରେ ଚିର ଅନ୍ଧାରର ସେ ଆଲୋକିତ ନାୟକ, ଜୟଦେବ ଦାସ
ବିଶେଷ ଖବର

ଓଡିଶୀ ମଞ୍ଚରେ ଚିର ଅନ୍ଧାରର ସେ ଆଲୋକିତ ନାୟକ, ଜୟଦେବ ଦାସ

March 27, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମୋ ବିଷୟରେ ନ ଲେଖିଲେ, ଆପଣଙ୍କୁ ଗୁଳି କରିଦେବି- ଧଉଳି ମହୋତ୍ସବ ମଞ୍ଚରୁ ଗୁରୁ ଗଙ୍ଗାଧର ପ୍ରଧାନ ସମ୍ମାନ ଗ୍ରହଣ କରି ଫେରିବା ବେଳେ ମୋ କାନରେ ଏତକ କହି ସେ ଚାଲି ଯାଇଥିଲେ। ସେ ଏମିତି ହିଁ। ଠୋ ଠା କଥା, ବେପରୁଆ ଠାଣି, ବେଖାତିର ବ୍ୟକ୍ତିତ୍ବ। ସେ ଜୟଦେବ ଦାସ। ତାଙ୍କ ବିଷୟରେ ମୋତେ କିଛି ଗୋଟେ ଲେଖିବାର ଥିଲା। ଗତ ତିରିଶ ବର୍ଷର ଓଡିଶୀ ନାଚର ଇତିହାସରେ ଜୟଦେବ ଦାସ ଅଦୃଶ୍ୟ ଅନ୍ଧାରର ନାୟକ। ନିଜେ ଅନ୍ଧାରରେ ରହି ପୂରା ମଞ୍ଚ ସେ ଆଲୋକିତ କରି ଆସିଛନ୍ତି। ମଞ୍ଚରେ ଆମେ କଳାକାରଙ୍କୁ ଦେଖୁ, ତାଙ୍କର କଳାରେ ସମ୍ମୋହିତ ହେଉ। ହେଲେ କଳାକାରର ପରିବେଷଣରେ କୁହୁକ ସଂଚାର କରୁଥିବା ଜୟଦେବ ଦାସମାନଙ୍କୁ ଆମେ କେବେ ଚିହ୍ନି ପାରୁନା। ଜୟଦେବ ଭାଇ ସାଙ୍ଗରେ କଥା ହେଲାବେଳେ କେବେ ଧମକ ଦେଇ, କେବେ ସ୍ନେହରେ ପୁଣି କେବେ ଅଭିମାନରେ ଏ କଥା ସେ ବାରମ୍ବାର କହିଛନ୍ତି। ତେବେ ଆଜି ଯେତେବେଳେ ମୁଁ ଜୟଦେବ ଦାସଙ୍କ ବିଷୟରେ ଲେଖୁଛି, ତାକୁ ପଢିବା ଲାଗି ସେ ନାହାନ୍ତି।

ଏମିତି ଗୋଟେ ସମୟରେ ସେ ହଠାତ ଆମ ପାଖରୁ ଚାଲିଗଲେ, ଯେତେବେଳେ ତାଙ୍କୁ ଶେଷ ଦର୍ଶନା କରିବାର ସୁଯୋଗ ମଧ୍ୟ ଆମ ପାଖରେ ନାହିଁ। ସାରା ପୃଥିବୀ ଆଜି ଯେତେବେଳେ ଗୃହବନ୍ଦୀ ସେତେବେଳେ ଜୟଦେବ ଦାସ ଆମ ସମସ୍ତଙ୍କୁ ଛାଡି ବିଦାୟ ନେଇଛନ୍ତି। ଜୟଦେବ ଦାସ ନାମକ ଲୋକଟା ସବୁବେଳେ ଏମିତି। ଅମାନିଆଁ, ଏକଜିଦିଆ ହେଲେ ଭୀଷଣ ଭାବରେ ସର୍ଜନଶୀଳ। ଗତ ତିରିଶ ବର୍ଷ ଧରି ଓଡିଶୀ ଓ ଜୟଦେବ ଦାସ ଏକ ଏବଂ ଅଭିନ୍ନ ହୋଇ ରହିଥିଲେ। ଅନେକ ସମୟରେ ଚିଡାଉବାକୁ ଯାଇ ତାଙ୍କୁ କହିଛି, ଜୟଦେବଙ୍କ ଗୀତା ଗୋବିନ୍ଦ ଓ ଜୟଦେବ ଦାସଙ୍କ ସୁଇଚ ବିନା ଓଡିଶୀ ନାଚ କାହିଁ!! ଏହାର ଉତ୍ତରରେ ସବୁବେଳେ ସେ ମୋତେ ଆକ୍ରମଣ କରି ଆସିଛନ୍ତି। “ଆପଣମାନେ ବଡ ବଡ ଗୁରୁଙ୍କ କଥା ଲେଖିବେ, ଆମେ କିଏ ହୋ”।

ସତ କଥା, ତାଙ୍କ ବିଷୟରେ କିଏ ବା କଣ ଲେଖିଛି। ଆଲୋକ ସମ୍ପାତରେ ଗୋଟେ ଲୋକ ପୃଥିବୀର ସବୁ ପ୍ରଖ୍ୟାତ ମଞ୍ଚରେ ନିଜର ଛାଇ ଆଲୁଅର ଖେଳ ଦେଖାଇଛନ୍ତି। ଲଣ୍ଡନ ହେଉ କି ନ୍ୟୁୟର୍କ, ବର୍ଲିନ ହେଉ ବା କୁଆଲାଲମପୁର, ଜୟଦେବ ଦାସ ସବୁଠି। ଓଡିଶୀ ନୃତ୍ୟର କିମ୍ବଦନ୍ତୀ ପୁରୁଷ ଗୁରୁ କେଲୁଚରଣ ମହାପାତ୍ରଙ୍କ ସହଯୋଗୀ ଭାବରେ ଆଲୋକ ସମ୍ପାଦନାରେ ସେ ସର୍ବାଧିକ ପ୍ରୟୋଗ କରିଛନ୍ତି। ବହୁ ମହାନ ଗୁରୁ ଓ ଶିଳ୍ପୀଙ୍କ ସହ ସେ ପୃଥିବୀ ଘୂରିଛନ୍ତି। ଖାଲି ଓଡିଶୀ ନୁହଁ, କଥକ ନୃତ୍ୟର ମହାନାୟକ ବିରଜୁ ମହାରାଜ, ଭରତନାଟ୍ୟମର ମହାନାୟିକା ପଦ୍ମା ସୁବ୍ରମନ୍ୟମ ପ୍ରମୁଖଙ୍କ ସହିତ ସେ ଆଲୋକ ସମ୍ପାଦକ ଭାବେ କାମ କରିଛନ୍ତି।

ଓଡିଶୀରେ ତାଙ୍କର ଭୂମିକା ଯଦିଓ ପ୍ରଚ୍ଛଦ ପଟରେ, ହେଲେ ତାଙ୍କ ବିନା ଓଡିଶୀ ନାଚରେ ଆଲୋକ କାଇଁ! ସଞ୍ଜୁକ୍ତା ପାଣିଗ୍ରାହୀ, କୁମକୁମ ମହାନ୍ତି, ପ୍ରତିମା ବେଦି, ଅରୁଣା ମହାନ୍ତି, ରତିକାନ୍ତ ମହାପାତ୍ର, ସୁଜାତା ମହାପାତ୍ର, ମୀରା ଦାସଙ୍କ ପରି ବହୁ ମହାନ ଶିଳ୍ପୀଙ୍କ ସହଯୋଗୀ ଭାବରେ ସେ କାମ କରିଛନ୍ତି।

ଜୟଦେବ ଦାସଙ୍କ ରକ୍ତରେ ଅଭିନୟ ଓ ନାଟକ ବସା ବାନ୍ଧି ରହିଥିଲା। ବାପା ଓ ମା ଥିଲେ ପ୍ରଖ୍ୟାତ ଅନ୍ନପୂର୍ଣ୍ଣା ଥିଏଟରର ଶିଳ୍ପୀ। ଉଚ୍ଚ ଶିକ୍ଷିତ ଜୟଦେବ ଦାସ, ସେଥିଲାଗି ଚାକିରି ଛାଡି ଅଭିନୟର ନିଶାରେ ମାତିଲେ।  ୧୯୬୫ରେ ଅନ୍ନପୂର୍ଣ୍ଣା ଥିଏଟର-ବି ରେ ନିଜର ଅଭିନୟ ଜୀବନ ସେ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ, ଆଲୋକ ସମ୍ପାଦକ ଓ ଲେଖକ ଭାବରେ ସେ ବହୁବିଧ ଭୂମିକା ତୁଲାଇଛନ୍ତି। ଓଡିଶୀ ନୃତ୍ୟ ଲାଗି ଅନେକ ସ୍କ୍ରିପ୍ଟ ସେ ତିଆରି କରିଛନ୍ତି।

ବ୍ୟକ୍ତିଗତ ଭାବରେ ମୋର ସବୁଠୁ ବଡ ଦୁଃଖ ଯେ, ଜୟଦେବ ଦାସଙ୍କ ସହିତ ଓଡିଶୀ ନୃତ୍ୟର ଅନେକ ସୁନ୍ଦର ସ୍ମୃତି ଆମ ପାଖରୁ ଲିଭିଗଲା। ଗୁରୁ କେଲୁଚରଣ ମହାପାତ୍ରଙ୍କ ବ୍ୟକ୍ତିତ୍ବର ଗୁଡାଏ ଚମତ୍କାର ସ୍ମୃତିକଥା ସେ ଜାଣିଥିଲେ। କେଳୁସାରଙ୍କ ବିଷୟରେ ଜୟଦେବ ଦାସ ରାତି ରାତି ଗପି ପାରୁଥିଲେ। ଏବେବି ମୋର ମନେଅଛି, କଲିକତା ର ଏକ ହୋଟେଲରେ ଜୟଦେବ ଭାଇର ଗପ ଶୁଣିବାକୁ ମୁଁ ଓ ମୋର ପ୍ରିୟ ବନ୍ଧୁ ଶ୍ୟାମହରି ଚକ୍ର, ଘଣ୍ଟା ଘଣ୍ଟା ବସିଥିଲୁ। ସେବେଠୁ ମୁଁ ବାରମ୍ବାର କହିଛି- ଜୟଦେବ ଭାଇ, ଯାହା କହୁଛ ତାକୁ ଲେଖି ପକାଅ।

ହେଲେ ସେ ଲେଖା ସେମିତି ରହିଲା। ଆଜି ଜୟଦେବ ଦାସଙ୍କ ଜୀବନ କାହାଣୀ ସରିଗଲା।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୧୯ତମ ପାଳି: ୧୨ ରୋଗୀଙ୍କୁ ତୁରନ୍ତ ଯୋଗାଇଲେ ସହାୟତା ରାଶି

July 27, 2026

ସଂସଦରେ ଭଙ୍ଗିବ ଅଚଳାବସ୍ଥା: ଆସନ୍ତାକାଲି ପ୍ରଶ୍ନ ପତ୍ର ପ୍ରଘଟ ବିରୋଧୀ ବିଲ୍ ଉପରେ ହେବ ଆଲୋଚନା

July 27, 2026

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

July 27, 2026

ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ଲୋକସଭାରେ ପେପର ଲିକ୍ ବିରୋଧରେ ବିଲ୍ ଆଗତ

July 27, 2026
Latest News

CJP ର ଚେତାବନୀ ପରେ କାର୍ଯ୍ୟାନୁଷ୍ଠାନ: ଏହି ବଡ଼ ପଦକ୍ଷେପ ନେଲେ ସରକାର

July 27, 2026

ରାୟଗଡ଼ା ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ପାସେଞ୍ଜର ଟ୍ରେନ୍ ବାତିଲ୍

July 27, 2026

ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍‌ଘାଟିତ: ଯୋଗଦେଲେ ବାଚସ୍ପତି

July 27, 2026

ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

July 27, 2026

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୧୯ତମ ପାଳି: ୧୨ ରୋଗୀଙ୍କୁ ତୁରନ୍ତ ଯୋଗାଇଲେ ସହାୟତା ରାଶି

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.