Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୁରୁଣା ଅସ୍ତ୍ରଶସ୍ତ୍ରକୁ ନେଇ କେରଳ ପୋଲିସ ନିର୍ମାଣ କଲା ବିରାଟ ସ୍ଥାପତ୍ୟ, ଓଡିଆ ପୋଲିସ ଅଫିସରଙ୍କୁ ମିିଳିଲା ପ୍ରଶଂସା
ଜାତୀୟ ଖବର

ପୁରୁଣା ଅସ୍ତ୍ରଶସ୍ତ୍ରକୁ ନେଇ କେରଳ ପୋଲିସ ନିର୍ମାଣ କଲା ବିରାଟ ସ୍ଥାପତ୍ୟ, ଓଡିଆ ପୋଲିସ ଅଫିସରଙ୍କୁ ମିିଳିଲା ପ୍ରଶଂସା

August 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ତିରୁଭନ୍ତପୁରମ୍, ଅଦରକାରୀ ଅସ୍ତ୍ରଶସ୍ତ୍ରକୁ ନେଇ ଏକ ସ୍ଥାପତ୍ୟ କରାଯାଇ ପାରିବ ତାହା କେହି କେବେ ବିଶ୍ବାସ କରିପାରିବ ନାହିଁ। ହେଲେ ଏହିପରି ଏକ କାମକୁ କରି ଦେଖାଇଛନ୍ତି କେରଳ ପୋଲିସ। ତିରୁଅନନ୍ତପୁରମରେ କେରଳ ପୋଲିସ ତରଫରୁ ଉଦଘାଟିତ ହୋଇଯାଇଛି ଏକ ବିରାଟକାୟ ସ୍ଥାପତ୍ୟ। କେବଳ ଅଦରକାରୀ ଅସ୍ତ୍ରଶସ୍ତ୍ରକୁ ନେଇ ନିର୍ମାଣ ହୋଇଛି ଏହି ସ୍ଥାପତ୍ୟ। ଏହାର ନାମ ରଖାଯାଇଛି SHOURYA ବା ‘ଶୌର୍ଯ୍ୟ’ ଯାହାର ଅର୍ଥ ହେଲା ବୀରତ୍ବ।

ନଅ ମିଟର ଉଚ୍ଚତା ବିଶିଷ୍ଠ ଏହି ଥ୍ରୀ ଡାଇମେସନ୍ ସ୍ଥାପତ୍ୟରେ ଖଂଜା ଯାଇଛି 14 ଶହ 22 ଟି ଅଦରକାରୀ ଅସ୍ତ୍ରଶସ୍ତ୍ର। ସେଥିରେ ରହିଛି

940ଟି- ରାଇଫେଲ୍

80ଟି-ମାସକଟ୍

45ଟି-ରିଭଲଭର୍

457ଟି- ମାଗାଜିନ୍

ତେବେ ଉପରକୁ ଏହା 9 ମିଟର ଥିବା ବେଳେ ମାଟି ଭିତରକୁ ଏହା 8 ମିଟର ରହିଛି। ତେବେ ସବୁଠାରୁ ବଡ କଥା ହେଉଛି ଏହାର ନିର୍ମାଣ କୌଣସି ସ୍ଥପତି ଦ୍ବାରା କରାଯାଇ ନାହିଁ। କେବେଳ କେରଳ ପୋଲିସ ଅଫିସରଙ୍କ ଦ୍ବାରା ହିଁ  ଡିଜାଇନିଂ ସହ ନିର୍ମାଣ ମଧ୍ୟ କରାଯାଇଛି।

ତେବେ ଏହି ସ୍ଥାପତ୍ୟ ନିର୍ମାଣ ପଛରେ କେରଳର ପୋଲିସ ଡିଜିଙ୍କୁ ପ୍ରଶଂସା କରୁଛନ୍ତି। ପୋଲିସ ଡିଜି ଥିବା ଓଡିଆ ଅଫିସର ଲୋକନାଥ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନ ଏହା ନିର୍ମାଣ କରାଯାଇଛି। “ ବହୁ ବର୍ଷ ଧରି ଅସ୍ତ୍ରାଗାରରେ ପୁରୁଣା ଅସ୍ତ୍ରଶସ୍ତ୍ର ପଡି ରହିଥିଲା। ସେଗୁଡିକ କଣ କରାଯିବ ବୋଲି ଚିନ୍ତାରେ ଥିଲୁ, ହେଲେ ହଠାତ୍ ଏକ ସ୍ଥାପତ୍ୟ ନିର୍ମାଣ କଥା ମୁଣ୍ଡ ଭିତରକୁ ଆସିଲା। କେତେକ ବରିଷ୍ଠ ଅଧିକାରୀଙ୍କୁ ଡାକି ଏହା ଉପରେ ମତ ନିଆଗଲା। ଏଥିସହିତ ଏହାକୁ କେଉଁମାନେ କରିପାରିବେ ସେମାନଙ୍କ ମତ ମଧ୍ୟ ନିଆଗଲା। ଏହାପରେ ସରକାରଙ୍କ ଅନୁମତି ନେଇ ନିର୍ମାଣ ଆରମ୍ଭ ହେଲା” ଏହା କହିଛନ୍ତି ପୋଲିସ ଡିଜି ଲୋକନାଥ ବେହେରା।

କେରଳର ଏହି ପୁରୁଣା ଅସ୍ତ୍ରଶସ୍ତ୍ର ସହିତ ବେଶ୍ ପୁରୁଣା ସ୍ମୃତି ମଧ୍ୟ ଜଡିତ ରହିଛି। କେଉଁ ରାଇଫେଲରେ କାହାକୁ ସାବାଡ କରାଯାଇଥିଲା। କେଉଁ ବନ୍ଧୁକରେ କାହାର ଜୀବନ ରକ୍ଷା ମଧ୍ୟ କରାଯାଇଥିଲା। ସେସବୁ ସ୍ମୃତି ବିଜଡିତ ଅସ୍ତ୍ରଶସ୍ତ୍ରକୁ ଟୁକୁରା ଟୁକୁରା ନ କରି ଏପରି ଏକ ପରିକଳ୍ପନା କରିବା ନିଶ୍ଚିତ ସ୍ବାଗତ ଯୋଗ୍ୟ। କେରଳ ଅସ୍ତ୍ରାଗାରରେ ଖତ ଖାଉଥିବା ଏହି ଅଦରକାରୀ ଅସ୍ତ୍ରଶସ୍ତ୍ର ଏବେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।

Lokanath Behera
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026

ଆଜିର RR ଏବଂ RCB ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ ଏବଂ ପିଚ ରିପୋର୍ଟ

April 10, 2026

ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍: ଓଡ଼ିଶା ପୋଲିସ ଦଳକୁ ଶୁଭେଚ୍ଛା ଜଣାଇଲେ ଡିଜିପି

April 10, 2026
Latest News

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026

ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

April 10, 2026

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.