ଗାୟିକା ବିଦୁଷି ଶାଶ୍ଵତୀ ମଣ୍ଡଲ ଓଡ଼ିଶାର “ଏକ ରାଗ” ଅନ ଲାଇନ କାର୍ଯ୍ୟକ୍ରମରେ ଦେଲେ ଯୋଗ

Published: Aug 20, 2020, 3:56 pm IST

ଭୁବନେଶ୍ବର, ପ୍ରତି ବୁଧବାର ସଂଧ୍ୟା ୫ ଟା ସମୟରେ ଧ୍ରୁପଦ ମ୍ୟୁଜିକ ଫାଉଣ୍ଡେସନ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ ଆୟୋଜନ କରୁ ଅଛି। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଗୁଣ୍ଡେଚା ବନ୍ଧୁ ଏବଂ ପଣ୍ଡିତ ଅରୁଣ କଶଲକର ଗତ ଦୁଇ ସପ୍ତାହ ପୁର୍ବରୁ ନିଜର ପ୍ରସ୍ତୁତି ଦେଇ ଥିଲେ ଏବଂ ଫେସ୍ ବୂକ୍ ରେ ହଜାର ହଜାର ସଂଗୀତ ରସିକ ମାନେ ସମଗ୍ର ବିଶ୍ଵରୁ ଅନ ଲାଇନରେ କାର୍ଯ୍ୟକ୍ରମର ଆନନ୍ଦ ନେଇ ଥିଲେ।

ଫାଉଣ୍ଡେସନ ଦ୍ୱାରା “ଏକ ରାଗ” ସିରିଜ-୩ କାର୍ଯ୍ୟକ୍ରମରେ ଦିଲ୍ଲୀର ସୁପରିଚିତ ଉପ ଶାସ୍ତ୍ରୀୟ ସଂଗୀତ ଗାୟିକା ବିଦୁଷି ଶାଶ୍ଵତୀ ମଣ୍ଡଲ ଟପ୍ପା ଗାୟନ କରିବା ସହିତ ଉପ-ଶାସ୍ତ୍ରୀୟ ସଂଗୀତରେ “ଏକ ରାଗ”ର ମହତ୍ତ୍ୱ ବିଷୟରେ ଅନେକ ତଥ୍ୟ ଉନ୍ମଚନ କରିଥିଲେ। ତାଙ୍କ ସହିତ ମୁଖ୍ୟ ଚର୍ଚାରେ ଓଡିଶାର ଏକ ମାତ୍ର ଧ୍ରୁପଦ ଗାୟକ ମୁକୁନ୍ଦ ଦେବ ସହୁ ଏବଂ ମଧ୍ୟ ପ୍ରଦେଶର ବିଶିଷ୍ଟ ମନ ବିଜ୍ଞାନୀ ଡକ୍ଟର ଶ୍ରେୟା ପହବା ରହିଥିଲେ।

କାର୍ଯ୍ୟକ୍ରମର ଆଂକର ଭାବେ ଇଂରାଜୀର ପ୍ରଫେସର ଡକ୍ଟର ବିନୋଦ ଗୁପ୍ତା ରହିଥିଲେ।
ଆସନ୍ତା ୨୬ ତାରିଖରେ ଆମେରିକାର ବିଶିଷ୍ଠ ୱେଷ୍ଟନ୍ କ୍ଲସିକାଲ ସିଙ୍ଗର କିମ୍ ଯୋମ୍ବିକ୍ ଏବଂ ନିଉ ଜର୍ଶି ୱୀଲିୟମ୍ ପିଟରସନ ୟୁନିବରସିଟିର ପ୍ରଫେସର ପ୍ୟାଟନ ମ୍ୟାକ୍ ଡନାଲ୍ ଅଂଶ ଗ୍ରହଣ କରିବେ ବୋଲି ଧ୍ରୁପଦ୍ ମ୍ୟୁଜିକ ଫାଉଣ୍ଡେସନର ଚେୟାରମ୍ୟାନ ମୁକୁନ୍ଦ ଦେବ ସହୁ ସୁଚନା ଦେଇଛନ୍ତି।

Related posts