Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ମୁଖ୍ୟମନ୍ତ୍ରୀ ମମତା ଯୋଜନାରେ ବୃଦ୍ଧି କରିଥିବା ପରିମାଣକୁ ନେଇ ବିଜେଡି କହିଲା ଏପରି କଥା
ନିର୍ବାଚନ ଖବର

ମୁଖ୍ୟମନ୍ତ୍ରୀ ମମତା ଯୋଜନାରେ ବୃଦ୍ଧି କରିଥିବା ପରିମାଣକୁ ନେଇ ବିଜେଡି କହିଲା ଏପରି କଥା

February 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀ ମମତା ଯୋଜନାରେ ବୃଦ୍ଧି କରିଥିବା ପରିମାଣକୁ ନେଇ ବିଜେଡି କହିଲା ଏପରି କଥା

ଭୁବନେଶ୍ୱର: ନବୀନ ସରକାର ଗତ ୨୪ ବର୍ଷ ଧରି ଓଡ଼ିଶାରେ ମହିଳାଙ୍କ ବିକାଶ ଓ ସଶକ୍ତୀକରଣ ପାଇଁ ସବୁବେଳେ କଠିନ ପରିଶ୍ରମ କରିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି।

ମମତା ଯୋଜନାରେ ୬୦ ଲକ୍ଷରୁ ଅଧିକ ଗର୍ଭବତୀ ମହିଳା ଓ ମା’ ଉପକୃତ ହୋଇଥିବା ବେଳେ ବିଜେଡି ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏପର୍ଯ୍ୟନ୍ତ ପ୍ରାୟ ୨୯୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ଓ ସୋଫିଆ ଆଲାମ।

ଶ୍ରୀମତୀ ସାହୁ ଓ ଶ୍ରୀମତୀ ଆଲାମ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଓଡ଼ିଶାର କୋଟି କୋଟି ମହିଳାଙ୍କ ସଶକ୍ତୀକରଣକୁ ନେଇ ଏଭଳି ଏକ ଐତିହାସିକ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଥିବା ସରକାର ମମତା ଯୋଜନା ସହାୟତାକୁ ୫ ହଜାରରୁ ୧୦ ହଜାର ଟଙ୍କାକୁ ଦ୍ୱିଗୁଣିତ କରିଛନ୍ତି।

ଏହା ଓଡ଼ିଶାର ଲକ୍ଷ ଲକ୍ଷ ମା’ ଓ ରାଜ୍ୟର କୋଟି କୋଟି ମହିଳାଙ୍କ ପ୍ରତି ବିଜେଡି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ବର୍ତ୍ତମାନ ମମତା ଯୋଜନା ଅଧୀନରେ ଥିବା ମା’ମାନଙ୍କୁ ଦୁଇଟି କିସ୍ତିରେ ୫୦୦୦ ଟଙ୍କା ମିଳୁଛି । ଏବେ ସେମାନଙ୍କୁ ୬୦୦୦ ଓ ୪୦୦୦ ଟଙ୍କାର ଦୁଇଟି କିସ୍ତିରେ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ।

୨୦୨୩ ଅଗଷ୍ଟରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ସହାୟତା ପ୍ରଦାନ କରାଯିବ ଏବଂ ୨୦୨୩ ଅଗଷ୍ଟରୁ ଆଜି ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଫେବୃଆରୀ ୨୦ରୁ ୨୫ତାରିଖ ମଧ୍ୟରେ ଅର୍ଥ ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶିଶୁମୃତ୍ୟୁ ଓ ମାତୃମୃତ୍ୟୁ ହାର ପୁଷ୍ଟିହୀନତା ହ୍ରାସ କରିବା ପାଇଁ ୨୦୧୧ମସିହାରେ ମମତା ଯୋଜନା ଆରମ୍ଭ କରିଥିଲେ। ଓଡ଼ିଶାର ମମତା ଯୋଜନାର ସଫଳତା ଯୋଗୁଁ ଏହାକୁ ଜାତୀୟ ମଡେଲ ଭାବେ ଗ୍ରହଣ କରାଯାଇଛି ୬ ମାସର ଗର୍ଭଧାରଣ ପରେ ପ୍ରଥମ କିସ୍ତି ୬୦୦୦ ଟଙ୍କା ଏବଂ ଶିଶୁକୁ ୧୦ ମାସ ପୂରିବା ପରେ ଦ୍ୱିତୀୟ କିସ୍ତି ୪୦୦୦ ଟଙ୍କା ପ୍ରଦାନ କରାଯିବ।

ଏହା ଓଡ଼ିଶାର ମହିଳା ସଶକ୍ତୀକରଣ ପ୍ରତି ବିଜେଡି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ଆଜି ଓଡ଼ିଶା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଜାତୀୟ ମାନଦଣ୍ଡ ଏବଂମାଇଲ ଖୁଣ୍ଟ ଭାବେ ସ୍ୱୀକୃତି ପାଇଛି ଏବଂମମତା ଯୋଜନା ସହାୟତାକୁ ଦ୍ୱିଗୁଣିତ କରିବା ଏହି ଯାତ୍ରାରେ ଆଉ ଏକ ସଫଳତା ବୋଲି ବିଜେଡ଼ିର ଦୁଇ ପ୍ରବକ୍ତା କହିଛନ୍ତି।

 

BJD ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ଓମଫେଡ୍ ଗ୍ରାହକଙ୍କୁ ଝଟକା, ୪ ଟଙ୍କା ଯାଏ ବଢ଼ିବ କ୍ଷୀର ଦର

October 2, 2026

ଆଜିଠୁ ବିଜେଡିର ପଦଯାତ୍ରା : ଶକ୍ତି ଦେଖାଇବ ବିଜେଡି

October 2, 2026

ଡିଜିଟାଲ୍ ସଂଯୋଗୀକରଣ ଏବଂ ଗ୍ରାହକ ସେବା ପ୍ରତି ବିଏସଏନଏଲ ଓଡ଼ିଶା ରହିଛି ସଂକଳ୍ପବଦ୍ଧ

October 2, 2026

ଜମାଖୋରୀ ରୋକିବାକୁ ଚିନି ମହଜୁଦ ନିୟମରେ ସଂଶୋଧନ କଲେ ସରକାର

October 2, 2026
Latest News

ଦୁର୍ଗା ମୂର୍ତ୍ତି ନେଉଥିବା ପିକ୍ଅପ୍‌କୁ ଧକ୍କା ଦେଲା ଟ୍ରକ୍‌: ୭ ମୃତ, ୧୯ ଆହତ

October 2, 2026

ତାମିଲନାଡୁ ବାଇପୋଲ୍: ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ରାଜନୈତିକ ଚର୍ଚ୍ଚା

October 2, 2026

ଓମଫେଡ୍ ଗ୍ରାହକଙ୍କୁ ଝଟକା, ୪ ଟଙ୍କା ଯାଏ ବଢ଼ିବ କ୍ଷୀର ଦର

October 2, 2026

ଷ୍ଟକ୍ ବଜାରରେ ହାହାକାର! ୮ ସପ୍ତାହ ଧରି ଲଗାତାର କ୍ଷତି, ଜାଣନ୍ତୁ କାହିଁକି ଖସୁଛି ସେନସେକ୍ସ-ନିଫ୍ଟି

October 2, 2026

ଆଜିଠୁ ବିଜେଡିର ପଦଯାତ୍ରା : ଶକ୍ତି ଦେଖାଇବ ବିଜେଡି

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.