Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ଆମେଠି ପରେ ରାୟବରେଲି ଜିତିପାରିବ କି ବିଜେପି?
ନିର୍ବାଚନ ଖବର

ଆମେଠି ପରେ ରାୟବରେଲି ଜିତିପାରିବ କି ବିଜେପି?

February 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
BJP

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରୁ କରାଯାଇଥିବା ସର୍ଭେରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ସମସ୍ତ ୮୦ଟି ଆସନ ଜିତିବାକୁ ଲକ୍ଷ୍ୟ ରଖିଛି ଇଣ୍ଡି ମେଣ୍ଟ। ଏଥିପାଇଁ କଂଗ୍ରେସ ଓ ସମାଜବାଦୀ ପାର୍ଟି ମିଳିତଭାବେ ନିର୍ବାଚନ ଲଢ଼ୁଛନ୍ତି ଏବଂ ଆସନ ବଣ୍ଟନ ଫର୍ମୁଲା ମଧ୍ୟ ସ୍ଥିର ହୋଇଛି। ତେବେ ଏହି ସର୍ଭେରେ ଭିନ୍ନ ଭିନ୍ନ ଫଳାଫଳ ସାମ୍ନାକୁ ଆସୁଛି। ଇଣ୍ଡିଆ ଟିଭି-ସିଏନଏକ୍ସ ଓପିନିଅନ୍ ପୋଲ ଅନୁଯାୟୀ ଆଗାମୀ ନିର୍ବାଚନରେ ରାୟବରେଲିରେ ମଧ୍ୟ କଂଗ୍ରେସକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିପାରେ।
ସୋନିଆ ଗାନ୍ଧି ରାୟବରେଲି ଆସନରୁ ନିର୍ବାଚନ ଲଢ଼ିଥିଲେ ଏବଂ ସେ ଲଗାତାର ଜିତି ଆସୁଥିଲେ। ଏଥର ସେ ରାଜ୍ୟସଭାକୁ ଯିବାକୁ ନିଷ୍ପତ୍ତି ନେଇଥିବାବେଳେ ଏବେ ଏହି ଆସନ ମଧ୍ୟ ବିଜେପିର ଖାତାକୁ ଯାଇପାରେ।

୨୦୧୯ରେ ରାଏବରେଲି କଂଗ୍ରେସର ଏକମାତ୍ର ଆସନ ଥିଲା

ଗତ ଲୋକସଭା ନିର୍ବାଚନରେ ୟୁପିର ୮୦ଟି ଆସନରୁ କଂଗ୍ରେସ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିଲା। ରାୟବରେଲିରୁ ହିଁ ସୋନିଆ ଗାନ୍ଧି ନିର୍ବାଚନ ଜିତିଥିଲେ। ଏବେ ସୋନିଆ ଗାନ୍ଧି ନିଜ ବୟସ ଓ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ରାଜ୍ୟସଭାକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ରାଜସ୍ଥାନରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭା ନିର୍ବାଚନ ଜିତିଛନ୍ତି। ସୋନିଆଙ୍କ ସ୍ଥାନରେ ପ୍ରିୟଙ୍କା ନିର୍ବାଚନ ଲଢ଼ିପାରନ୍ତି ବୋଲି ଏବେ ବିଶ୍ୱାସ କରାଯାଉଥିଲା, କିନ୍ତୁ କଂଗ୍ରେସ ଏହାର କୌଣସି ସଙ୍କେତ ଦେଇନାହିଁ। ଏଭଳି ସ୍ଥିତିରେ ଗାନ୍ଧୀ ପରିବାର ଏହି ଆସନରୁ ଓହରିଗଲେ କଂଗ୍ରେସ ପରାଜିତ ହୋଇପାରେ। ଏହି ଆସନରେ ବିଜେପିର ବିଜୟ ନେଇ ମଧ୍ୟ ସର୍ଭେରେ ପୂର୍ବାନୁମାନ କରାଯାଇଛି।

ରାୟବରେଲି ଆସନ ଗାନ୍ଧୀ ପରିବାରର ଗଡ଼ ପାଲଟିଛି

ରାୟବରେଲି ଆସନରେ ଦୀର୍ଘ ୬୬ ବର୍ଷ ଧରି କଂଗ୍ରେସ ଦଳ ଦଖଲ କରି ଆସୁଛି। ଏମାନଙ୍କ ମଧ୍ୟରୁ ୫୬ ବର୍ଷ ହେଲା ଗାନ୍ଧୀ ପରିବାରର ସଦସ୍ୟ ଏଠାରୁ ନିର୍ବାଚନ ଜିତିଛନ୍ତି। ଫିରୋଜ ଗାନ୍ଧି ୧୯୫୨-୬୦ ମଧ୍ୟରେ ଦୁଇଥର ସାଂସଦ ଥିଲେ। ଏହାପରେ ଇନ୍ଦିରା ଗାନ୍ଧି ୧୯୬୭-୮୦ ମଧ୍ୟରେ ୪ଥର ନିର୍ବାଚନ ଜିତିଥିଲେ। ସୋନିଆ ଗାନ୍ଧି ୨୦୦୪ ରୁ ଏହି ଆସନରୁ ଜିତି ଆସୁଛନ୍ତି। ସ୍ୱାଧୀନତା ପରଠାରୁ କଂଗ୍ରେସ ଏଠାରେ ମାତ୍ର ୩ ଥର ନିର୍ବାଚନ ହାରିଛି। ଏବେ ସୋନିଆଙ୍କ ବିଦାୟ ପରେ କଂଗ୍ରେସର ଚତୁର୍ଥ ପରାଜୟର ସମ୍ଭାବନା ଦୃଢ଼ ଦେଖାଯାଉଛି।

ରାହୁଲ ୨୦୧୯ରେ ଆମେଥିରେ ହାରିଥିଲେ

୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ତାଙ୍କ ପାରମ୍ପରିକ ଆମେଥି ଆସନ ସହ ୱାୟନାଡରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଆମେଥିରେ ପରାଜୟ ଭୟରେ ରାହୁଲ ୱାୟନାଡରୁ ନାମାଙ୍କନ ପତ୍ର ଦାଖଲ କରିଥିବା ଅନୁମାନ କରାଯାଉଥିଲା। ଶେଷରେ ତାହା ହିଁ ଘଟିଥିଲା। ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ବିପକ୍ଷରେ ରାହୁଲଙ୍କୁ ଆମେଥିରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ସେ ୱାୟନାଡରୁ ନିର୍ବାଚନ ଜିତି ଲୋକସଭାରେ ପହଞ୍ଚିଥିଲେ।

ସଞ୍ଜୟ ଗାନ୍ଧୀ ୧୯୮୦ରେ ଆମେଠିରୁ ବିଜୟୀ ହୋଇଥିଲେ। ଏହାପରେ ରାଜୀବ ଗାନ୍ଧି ୧୯୮୧ରୁ ୧୯୯୧ ପର୍ଯ୍ୟନ୍ତ ଏଠାରୁ ସାଂସଦ ଥିଲେ। ୧୯ରେ ସୋନିଆ ବିଜୟୀ ହୋଇଥିଲେ। ରାହୁଲ ଗାନ୍ଧି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଏଠାରୁ ସାଂସଦ ଥିଲେ ଏବଂ ୨୦୧୯ରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

amethi BJP Congress election 2024 Loksabha Election raebareli sonia gandhi Uttar Pradesh
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ଆୟୁର୍ବେଦ କଂଗ୍ରେସ ପ୍ରତିଷ୍ଠା ଦିବସ, ୨୪ ତାରିଖରେ ହେବ ପାଳନ

May 22, 2026

ଡିଜିଟାଲ୍ ସେନସେସନ୍ CJPର କାହାଣୀ

May 22, 2026

ଜଳିଗଲା ଯାତ୍ରୀବାହୀ ବସ୍‌, ୨ ଜୀବନ୍ତ ଦଗ୍ଧ

May 22, 2026

ଇବୋଲା ଭାଇରସ କେତେ ବିପଦପୂର୍ଣ୍ଣ ? ଜାଣନ୍ତୁ ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ

May 22, 2026
Latest News

ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩ ଛୁଇଁଲା

May 23, 2026

ବଦଳିଲା ଓଟିଇଟି ତାରିଖ

May 22, 2026

୬ ମାସ ପାଇଁ ଶକ୍ତି କ୍ଷେତ୍ରରେ ଏସମା ଲାଗୁ

May 22, 2026

ନଗରପାଳଙ୍କ ଘର ଉପରକୁ ବୋମାମାଡ, ପୋଲିସ ତଦନ୍ତ ଜାରି

May 22, 2026

ପୁରୁଣାଗଡ଼ରୁ ମିଳିଲା ଓଡ଼ିଶାର ହଜିଲା ସଭ୍ୟତାର ସନ୍ଧାନ

May 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.