Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ବିଜେପିରେ ଯୋଗ ଦେବା ପରେ କଣ କହିଲେ ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ନିର୍ବାଚନ ଖବର

ବିଜେପିରେ ଯୋଗ ଦେବା ପରେ କଣ କହିଲେ ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

February 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପିରେ ଯୋଗ ଦେଲା ପରେ କଣ କହିଲେ ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ବର: ଆଜି ବିଧିବଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସେ ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପ୍ରଭାରୀ, ସାଂସଦ ଅପରାଜିତା ଷଡଙ୍ଗୀ, ବରିଷ୍ଠ ନେତା ପୃଥୀରାଜ ହରିଚନ୍ଦନ ପ୍ରମୁଖଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି।

ତେବେ ଯୋଗଦେବା ପରେ ସେ ବିଜେପିକୁ ଟେକିବା ସହିତ ବିଜେଡିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସେ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ରାଜନୀତିକୁ ଆସିଥିଲି। ସେ ଥିଲେ ଜଣେ ସାହାସୀ ପୁୁରୁଷ। ଏବେ ନରେନ୍ଦ୍ର ମୋଦି ଜଣେ ସାହାସୀ ନେତା। ତେଣୁ ତାଙ୍କ ଆଦର୍ଶରେ ମଧ୍ୟ କାମ କରିବାର ଆଗ୍ରହ ହେଲା। ଆମର ପ୍ରଧାନମନ୍ତ୍ରୀ ମଧ୍ୟ ଜଣେ ଲଢୁଆ ନେତା ବୋଲି ପ୍ରଶାନ୍ତ କହିଛନ୍ତି।

ସେହିପରି ସେ ବିଜେଡିକୁ ସମାଲୋଚନା କରି କହିଛନ୍ତି ଯେ, ନବୀନ ଆଉ ସେହି ନବୀନ ହୋଇ ନାହାଁନ୍ତି। ଆମେମାନେ ତାଙ୍କୁ ନେଇ ରାଜନୀତି କରୁଥିଲୁ। ସେ ଆମର ସୁରକ୍ଷା ଦେଉଥିଲେ। ହେଲେ ବର୍ତ୍ତମାନ ତାହା ଆଉ ପରିଲକ୍ଷିତ ହେଉ ନାହିଁ। ସେଥିପାଇଁ ବିଜେଡି ଛାଡିଲି ବୋଲି ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି। ଯାହା ବିଜେଡିରେ ରହି କରିପାରୁ ନ ଥିଲି ଏବେ ବିଜେପିର ତାହା କରିପାରିବି ବୋଲି ସେ କହିଛନ୍ତି।

ସେଥିପାଇଁ ଆଜି ବିଜେପିରେ ଯୋଗଦେଇ ମୁଁ ବେଶ ଖୁସି ବୋଲି କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ଓଡିଶାରେ ଏଥର ଡବଲ ଇଂଜିନି ସରକାର ହେବ। ମୋଦୀଙ୍କ ବିକଶିତ ଭାରତର କାର୍ଯ୍ୟକ୍ରମ ଏଠାରେ ସଫଳ ହେବ ବୋଲି ପ୍ରଶାନ୍ତ କହିଛନ୍ତି।

ସେ ଉଭୟ ଅପରାଜିତା ଷଡଙ୍ଗୀ ଏବଂ ପୃଥୀରାଜ ହରିଚନ୍ଦଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ପୃଥୀରାଜ ଚିଲିକାରେ ମୋର ପ୍ରତିଦ୍ବନ୍ଦି ଥିଲେ। ଚିଲିକା ହେଉଛି ତାଙ୍କ ଆସନ। ସେ ଜିତିବା କଥା। ହେଲେ ସେଠାରେ ମୁଁ ହାରୁହାରୁ ଜିତିଗଲି। ପୃଥୀରାଜ ହରିଚନ୍ଦନ ମୋର ଗୁରୁ ବୋଲି ପ୍ରଶାନ୍ତ ଜଗଦ୍ଦେବ କହିଥିଲେ।

ସେହିପରି ଅପରାଜିତା ଖୋର୍ଦ୍ଧା ଜିଲ୍ଲାରେ ସଂଗଠନ ପାଇଁ ଯେପରି ପରିଶ୍ରମ କରୁଛନ୍ତି ତାହା ନିଶ୍ଚିତ ପ୍ରଶଂସନୀୟ। ସେ ଖୋର୍ଦ୍ଧା ଜିଲ୍ଲାପାଳ ଥିବା ବେଳେ ମଧ୍ୟ ଏହି ଅଞ୍ଚଳ ପାଇଁ ବେଶ କିଛି କାମ କରିଛନ୍ତି। ବର୍ତ୍ତମାନ ରାଜନୀତିକୁ ଆସିବା ପରେ ସେହି ବିକାଶ କାମକୁ ଆହୁରି ସୁଦୃଢ କରିଛନ୍ତି ବୋଲି ପ୍ରଶାନ୍ତ କହିଛନ୍ତି।

ସେ କେଉଁଠାରୁ ଛିଡା ହେବେ ବୋଲି ପଚାରିବାରୁ ତାହା ଦଳ ନିଷ୍ପତି କରିବ ବୋଲି କହିଛନ୍ତି। ତେବେ ବିଶେଷ ସୁତ୍ରରୁ ଯାହା ଖବର ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରେ ପ୍ରାର୍ଥୀ କରାଯିବ ବୋଲି ଜଣାପଡିଛି। ସେଥିପାଇଁ ସେ ଖୁବ ଶିଘ୍ର ଖୋର୍ଦ୍ଧାରେ ଏକ ବିଶାଳ ସମାବେଶ କରିବେ ବୋଲି ତାଙ୍କ ସମର୍ଥକମାନଙ୍କ ସୁତ୍ରରୁ ଜଣାପଡିଛି।

PRASANTJAGDEV ଓଡିଶା ବିଧାନସଭା ନିର୍ବାଚନ ନିର୍ବାଚନ2024 ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ପ୍ରଶାନ୍ତ ଜଗଦ୍ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ଇରାନରେ ପରମାଣୁ ବିକିରଣ ବ୍ୟାପିଲେ କେତେ ଦେଶ ବିପଦରେ ପଡ଼ିବେ?: ଜାଣନ୍ତୁ ସବିକିଛି

March 3, 2026

ୟୁଏଇରେ ଫସି ରହିଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି: ଜାଣନ୍ତୁ ଦୂତାବାସ କ’ଣ କହିଛି?

March 3, 2026

ଜାନୁଆରୀ-୨୦୨୬ ଶିକ୍ଷାସତ୍ର ପାଇଁ ଇଗ୍ନୋର ନାମଲେଖା ଅବଧି ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି

March 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍: ଐତିହାସିକ ବିଶ୍ୱ ଘୋଷଣାନାମା ଏବଂ ଏଆଇ କ୍ଷେତ୍ରରେ ପ୍ରମୁଖ ନିବେଶ ପ୍ରତିଶ୍ରୁତି

March 3, 2026
Latest News

ଇରାନରେ ପରମାଣୁ ବିକିରଣ ବ୍ୟାପିଲେ କେତେ ଦେଶ ବିପଦରେ ପଡ଼ିବେ?: ଜାଣନ୍ତୁ ସବିକିଛି

March 3, 2026

ୟୁଏଇରେ ଫସି ରହିଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି: ଜାଣନ୍ତୁ ଦୂତାବାସ କ’ଣ କହିଛି?

March 3, 2026

ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣ ମଧ୍ୟରେ ଇରାନରେ ଭୂମିକମ୍ପ

March 3, 2026

ଏହି ଦେଶରେ ଶକ୍ତିଶାଳୀ ଭୂମିକମ୍ପ!: ୬.୨ ତୀବ୍ରତାରେ ଥରିଲା ଧରିତ୍ରୀ

March 3, 2026

କାହିଁକି ୨୦୨୬ ଟି୨୦ ବିଶ୍ୱକପ୍ ଜିତିପାରିବ ନାହିଁ ଟିମ୍ ଇଣ୍ଡିଆ?: ଏହି ୩ ଟି କାରଣ ବଢାଇଛି ଚିନ୍ତା

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.