Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ଓଡିଶା କଂଗ୍ରେସର ସଙ୍କଟ ମୋଚନ ସାଜିବେ କାନୁଗୋଲୁ
ନିର୍ବାଚନ ଖବର

ଓଡିଶା କଂଗ୍ରେସର ସଙ୍କଟ ମୋଚନ ସାଜିବେ କାନୁଗୋଲୁ

March 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶାରେ ଏବେ ନୂଆ ମେଣ୍ଟକୁ ନେଇ ଚହଳ ପଡ଼ିଛି। ଗତ ୬ ତାରିଖ ଦିନ ପ୍ରଥମେ ବିଜେଡିର ବୈଠକ ଓ ତା’ପରେ ବିଜେପିର କୋର କମିଟି ବୈଠକ ପରେ ଏବେ ବିଜେଡି-ବିଜେପି ମେଣ୍ଟ ସମ୍ଭାବନା ଆହୁରି ବଢ଼ିଯାଇଛି। ଏଭଳି ସ୍ଥିତିରେ ମଉକା ଦେଖି ଛକା ମାରିବାକୁ ଚେଷ୍ଟା କରୁଛି କଂଗ୍ରେସ। ଯାହା ସମୟରେ କଂଗ୍ରେସର ଭେଟେରାନ ଶ୍ରୀକାନ୍ତ ଜେନା ମଧ୍ୟ କଂଗ୍ରେସକୁ କମବ୍ୟାକ୍‌ କରିଛନ୍ତି। ଯଦି ବିଜେଡି-ବିଜେପି ମେଣ୍ଟ ହୁଏ ତେବେ କଂଗ୍ରେସ ଏହାର ଫାଇଦା ନେବ ବୋଲି କୁହାଯାଉଛି।

କୁହାଯାଉଛି, କଂଗ୍ରେସ ନିଜ ଦଳକୁ ଆହୁରି ସୁଦୃଢ଼ କରିବାକୁ ଏବଂ ନିର୍ବାଚନରେ ଲୋକମତକୁ ନିଜ ସପକ୍ଷକୁ ନେବାକୁ ଏକ ପାୱାରଫୁଲ ରଣନୀତିଜ୍ଞଙ୍କୁ ନିଯୁକ୍ତି କରିଛି। ଆଉ ସେହି ରଣନୀତିକାରଙ୍କ ଟିମ୍‌ ପୁରା ଓଡ଼ିଶାରେ ସର୍ଭେ କରୁଛନ୍ତି। ତେବେ ସର୍ଭେର ରିପୋର୍ଟ ଅନୁସାରେ ହିଁ କଂଗ୍ରେସ ତା’ର ବିଧାୟକ ପ୍ରାର୍ଥୀ ଦେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଏବେ ଆସନ୍ତୁ ଜାଣିବା କଂଗ୍ରେସ ନିଯୁକ୍ତ କରିଥିବା ଏହି ନିର୍ବନୀ ରଣନୀତିକାର କିଏ।

ଅଗାମୀ ଲୋକସଭା ନିର୍ବାଚନର ରାଜ୍ୟ କଂଗ୍ରେସର ଷ୍ଟ୍ରାଟେଜି ପ୍ଲାନର ହେଉଛନ୍ତି ୪୨ବର୍ଷିୟ ସୁନୀଲ କାନୁଗୋଲୁ। ରାଜ୍ୟରେ କଂଗ୍ରେସ ସ୍ଥିତି ସୁଧାରିବା ପାଇଁ ପ୍ରସ୍ତୁତ କରୁଛନ୍ତି ରୋଡମ୍ୟାପ୍‌। ତାଙ୍କର ଏକ ସ୍ୱତନ୍ତ୍ର ଟିମ୍‌ ରାଜ୍ୟରେ ଅନେକ ଅଞ୍ଚଳ ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି। ଭୁବନେଶ୍ୱରରେ ଟିମ୍‌ର ବଛାବଛା ସଦସ୍ୟ ଟିମର ତଥ୍ୟ ସଂଗୃହୀତ କରି ନୂଆଦିଲ୍ଲୀ ସ୍ଥିତି ଦଳର ମୁଖ୍ୟାଳୟକୁ ପଠାଉଛନ୍ତି। ଦଳ କେଉଁ କେଉଁ ସମସ୍ୟା ସାମ୍ନା କରିବାକୁ ଯାଉଛି ଆଉ ଏହାର କିପରି ସମାଧାନ କରାଯାଇପାରିବ ଏନେଇ ଟିମ୍‌ ରିପୋର୍ଟ ପ୍ରସ୍ତୁତ କରି ରାହୁଲ ଗାନ୍ଧୀଙ୍କୁ ଏକ ସ୍ୱତନ୍ତ୍ର ରିପୋର୍ଟ ପଠାଇଥିବା ଜଣାପଡ଼ିଛି। ଏଥିରେ ମୁଖ୍ୟତଃ ୪ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି।

ପ୍ରତମତଃ ରାଜ୍ୟରେ ଦଳ ନିକଟରେ ଆର୍ଥିକ ସମସ୍ୟା ରହିଥିବା କୁହାଯାଉଛି। ଦ୍ୱିତୀୟ, ଦଳ ପାଖରେ ପୁଳା ପୁଳା ପ୍ରସଙ୍ଗ ରହିଥିଲେ ବି ଲୋକଙ୍କ ପାଖକୁ ଯାଇ ମୁଦ୍ଦା ଉଠାଇପାରୁନି ଦଳ। ତୃତୀୟତଃ ବିଶ୍ୱାସଯୋଗ୍ୟ ନେତା ନ ପାଇଁ କଂଗ୍ରେସକର୍ମୀ ଏକ ପ୍ରକାର ଦିଗହୀନ ହୋଇପଡ଼ିଛନ୍ତି। ଚତୁର୍ଥରେ ଦକ୍ଷିଣ ଓଡ଼ିଶାରେ ଦଳ ପ୍ରତି ବିପୁଳ ସମର୍ଥନ ରହିଛି ହେଲେ ଗୋଷ୍ଠୀ କନ୍ଦଳ ଦଳକୁ ପଛକୁ ଟାଣୁଛି। ଟିମ୍‌ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଆହୁରି କହିଛନ୍ତି, ରାଜ୍ୟରେ ଦଳ ଭାଗ ଭାଗ ହୋଇଥିବା କାରଣରୁ ଜାତୀୟ ସ୍ତରରେ ଚାଲିଥିବା କୃଷି ଆନ୍ଦୋଳନର ପ୍ରଭାବ ଏଠାରେ ପଡ଼ୁନାହିଁ। ଓଡିଶାରେ ଚାଷୀଙ୍କୁ ଏକାଠି କରି ରଣନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ରୀୟ ନେତୃତ୍ୱଙ୍କୁ ସୁପାରିଶ କରିଛନ୍ତି ସୁନୀଲ।

୨୦୨୨ ଏପ୍ରିଲରେ ସେ ପାର୍ଟିର ଷ୍ଟ୍ରାଟେଜି ଷ୍ଟ୍ରାଟେଜି ପ୍ଲାନର ଭାବେ କଂଗ୍ରେସରେ ଯୋଗ ଦେଇଥିଲେ। ଗତବର୍ଷ କଂଗ୍ରେସ ଆରମ୍ଭ ହୋଇଥିବା ‘ଭାରତ ଯୋଡଯାତ୍ରା’ର ମାଷ୍ଟର ପ୍ଲାନ ମଧ୍ୟ କାନୁଗୋଲୁ ଥିଲେ। ସେ ରାହୁଲଙ୍କ ଜଣେ ନିକଟତର ପରାମର୍ଶଦାତା।

BJD BJP Congress election 2024 Lok Sabha Election NDA Odisha
Share. Facebook Twitter LinkedIn Email WhatsApp Copy Link

Related Posts

ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ

October 14, 2026

ଓଡ଼ିଶାରେ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତିର ନୂଆ ଦିଗନ୍ତ: ମୁଖ୍ୟମନ୍ତ୍ରୀ

October 14, 2026

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଭୟଙ୍କର ଉତ୍ତେଜନା, ବିସିଜେଡି ଓ ଏବିଭିପି ଛାତ୍ରଗୋଷ୍ଠୀ ମୁହାଁମୁହିଁ

October 14, 2026

ନବୀନଙ୍କୁ ବିଜେପିର ପାଲଟା ଜବାବ: ଚବିଶ ବର୍ଷର ଶାସନରେ ଓଡ଼ିଶାର ଅର୍ଥନୀତି ତଳକୁ ଖସିଥିଲା

October 14, 2026
Latest News

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ମିରଟରେ ନୀଳ ଡ୍ରମ୍ ହତ୍ୟାକାଣ୍ଡ ଘଟଣା: ସ୍ତ୍ରୀ ମୁସ୍କାନ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

October 14, 2026

ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ

October 14, 2026

ଓଡ଼ିଶାରେ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତିର ନୂଆ ଦିଗନ୍ତ: ମୁଖ୍ୟମନ୍ତ୍ରୀ

October 14, 2026

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଭୟଙ୍କର ଉତ୍ତେଜନା, ବିସିଜେଡି ଓ ଏବିଭିପି ଛାତ୍ରଗୋଷ୍ଠୀ ମୁହାଁମୁହିଁ

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.