Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ଶ୍ରୀମୟୀ ଓ ଅରୂପଙ୍କ ଉପରେ ବିଜେଡିର ଭରସା ପାଇଲାନି, ଘୋଷଣା ହେଲାନି ନାମ
ନିର୍ବାଚନ ଖବର

ଶ୍ରୀମୟୀ ଓ ଅରୂପଙ୍କ ଉପରେ ବିଜେଡିର ଭରସା ପାଇଲାନି, ଘୋଷଣା ହେଲାନି ନାମ

March 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ବିଜେଡିର ବହୁ ପ୍ରତୀକ୍ଷିତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏଥିରେ ମୋଟ ୭୧ ବିଧାନସଭା ଓ ୯ ଲୋକସଭାର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତେବେ ବହୁ ବାଦବିଦାବ ରହିଥିବା ପୁରୀ ଓ ଭୁବନେଶ୍ବରର ପ୍ରାର୍ଥୀ ବଦଳିଛନ୍ତି। ଭୁବନେଶ୍ବରରେ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ପୁରୀର ଲୋକସଭା ଘୋଷଣା କରାଯାଇ ନାହିଁ।

ଆଜିର ପ୍ରାର୍ଥୀ ତାଲିକାରେ ଭୁବନେଶ୍ବର ଲୋକସଭା ପାଇଁ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ବିଜେଡି ପ୍ରାର୍ଥୀ କରିଛି। ମନ୍ମଥ ଆଜି ବିଜେଡିରେ ଯୋଗ ଦେବା ପରେ ତାଙ୍କର ନାମ ଘୋଷଣା କରାଯାଇଛି। ହେଲେ ଏହି ଆସନରୁ ବିଜେଡି ନେତ୍ରୀ ଶ୍ରୀମୟି ମିଶ୍ର ଲଢିବେ ବୋଲି ସମସ୍ତଙ୍କୁ ଜଣା ଥିଲା। ହେଲେ ଶେଷ ମୂହୁର୍ତ୍ତରେ ତାଙ୍କୁ ପ୍ରାର୍ଥୀ କରାଯାଇ ନାହିଁ।

କିଛି ମାସ ଧରି ଶ୍ରୀମୟି ଭୁବନେଶ୍ବରର ସମସ୍ତ ବିଧାନ ସଭାରେ ଜୋରଦାର ପ୍ରଚାର କରିଥିଲେ। ଏପରିକି ଏକ ସଭାରେ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଶ୍ରୀମୟି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ବୋଲି ଘୋଷଣା ମଧ୍ୟ କରିଥିଲେ। ବିଶେଷ ସୁତ୍ର ଅନୁସାରେ ଶ୍ରୀମୟିଙ୍କୁ ମଧ୍ୟ ଭୁବନେଶ୍ବର ଲୋକସଭାରେ ଲଢିବା ପାଇଁ ସବୁଜ ସଙ୍କେତ ପ୍ରଦାନ କରାଯାଇଥିଲା। ହେଲେ ଭୁବନେଶ୍ବରର ଲୋକସଭାରେ ବିଜେପିର ଅପରାଜିତାଙ୍କୁ ଟକ୍କର ଦେବା ନେଇ ଦଳର ଶ୍ରୀମୟିଙ୍କ ଉପରେ ଭରସା ପାଇଲା ନାହିଁ।

ଅନ୍ୟପକ୍ଷରେ ମନ୍ମଥଙ୍କର ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳିରେ ବେଶ ଦବଦବା ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ତାଙ୍କର ବାପା ବିଧାୟକ ସୁରେଶ ରାଉତରାୟଙ୍କ ଲୋକପ୍ରିୟତା ପୁରା ଭୁବନେଶ୍ବର ଲୋକସଭା ଆସନରେ ରହିଛି। ବିଜେଡି ସେହି ଦବଦବାକୁ ଦୃଷ୍ଟିରେ ରଖି ଶେଷ ମୂହୁର୍ତ୍ତରେ ଶ୍ରୀମୟିଙ୍କୁ ବାଦ ଦେଇ ମନ୍ମଥଙ୍କୁ ପ୍ରାର୍ଥୀ କରିଛି।

ସେହିପରି ପୁରୀ ଆସନରେ ବିଜେପିର ସମ୍ବିତ ପାତ୍ରଙ୍କୁ ଟକ୍କର ଦେବାରେ ଅରୂପ ପଟ୍ଟନାୟକ ଠିକ ହେବେ ନାହିଁ ଭାବି ତାଙ୍କ ନାମ ଘୋଷଣା କରି ନାହିଁ। ଯେତେବେଳେ ପୁରୀ ଲୋକସଭା ଏବଂ ଏହାର ବିଧାନସଭା ଆସନ ଉପରେ ବିଜେଡି ଆଲୋଚନା କରିଥିଲା ସେତେବେଳେ ଅରୂପ ଯୋଗ ଦେଇଥିଲେ।

ଏପରିକି ପୁରୀର ଚିଲିକା ଛାଡି ଅନ୍ୟ ଛଅଟି ଆସନ ବିଧାୟକ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ସହିତ ଜଗନ୍ନାଥ ଦର୍ଶନ କରିଥିଲେ। ସେତେବେଳେ ଜଣାପଡିଥିଲା ଯେ, ଅରୂପ ପୁରୀ ଲୋକସଭାରୁ ପ୍ରାର୍ଥୀ ହେବେ। ହେଲେ ବିଜେଡି ପୁଣିଥରେ ସେହି ଆସନରେ ନୂଆ ପ୍ରାର୍ଥୀ ଦେବାକୁ ଚିନ୍ତା କରି ଅରୂପଙ୍କ ନାମ ଘୋଷଣା କରି ନାହିଁ ବୋଲି ଜଣାପଡିଛି।

arup pattanaik BJD election 2024 Lok Sabha Election naveen pattanaik odisha assembly election
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026
Latest News

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.