Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ସାଲେପୁରରେ ଗର୍ଜ୍ଜନ କଲେ ରାହୁଳ ଗାନ୍ଧୀ, ପାଞ୍ଚଟି ଗ୍ୟାରେଣ୍ଟିର ପ୍ରତିଶୃତି, ଓଡିଶା ମହିଳାଙ୍କୁ ମିଳିବ ବର୍ଷକୁ ଲକ୍ଷେ
ନିର୍ବାଚନ ଖବର

ସାଲେପୁରରେ ଗର୍ଜ୍ଜନ କଲେ ରାହୁଳ ଗାନ୍ଧୀ, ପାଞ୍ଚଟି ଗ୍ୟାରେଣ୍ଟିର ପ୍ରତିଶୃତି, ଓଡିଶା ମହିଳାଙ୍କୁ ମିଳିବ ବର୍ଷକୁ ଲକ୍ଷେ

April 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ଓଡିଶାର ନିର୍ବାଚନ ପ୍ରଚାରରେ ଆସି ସାଲେପୁରରେ ଗର୍ଜ୍ଜନ କରିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। ସେ ଭାଷଣ ଆରମ୍ଭରୁ ଉଭୟ ନବୀନ ଏବଂ ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ବିଜେଡି ବିଜେପି ଓଡିଶାରେ ବାହାଘର ହୋଇଯାଇଛି। ତେଲେଙ୍ଗାନାରେ ମଧ୍ୟ ବିଜେପି ସହିତ ବିଆରଏସ ର ବାହାଘର ହୋଇଥିଲା। ଆମେ ନିର୍ବାଚନ ବେଳେ ତାହା ଲୋକଙ୍କୁ କହିଲୁ। ସେଠାରେ କଂଗ୍ରେସ ସରକାର ଆସିଲା।

ସେହିପରି ଓଡିଶାରେ ବିଜେଡି ବିଜେପି ଭିତରେ ଚାଲିଛି ବୁଝାମଣା। ତାହା ଆଜି ଆମେ କହିକି ଯାଉଛୁ। ନିର୍ବାଚନ ପରେ ଓଡିଶାରେ ଆସିବ କଂଗ୍ରେସ। ସେ କହିଲେ ଯେ ଦିଲ୍ଲୀରେ ମୋଦି ଏଠାରେ ନବୀନଙ୍କୁ ପାନ ଧରାଇ ଦେଇଛନ୍ତି। ପାନ ଅର୍ଥ କଣ ଜାଣିଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ। ପାନ ଅର୍ଥ ହେଉଛି ଏଠାରେ ପାଣ୍ଡିଆନ ଶାସନ କରୁଛି। ନବୀନ ଏବଂ ମୋଦି ମିଶି ଏହି ରାଜ୍ୟକୁ ଲୁଟିଚାଲିଛନ୍ତି ବୋଲି ରାହୁଳ କହିଥିଲେ।

ମୋଦି ଦେଶରେ 22 ଜଣଙ୍କୁ କୋଟିକୋଟି ଟଙ୍କା ଦେଇ ଆରବ ପତି ବନାଇଛନ୍ତି। ହେଲେ କଂଗ୍ରେସ ଆସିଲେ କୋଟିକୋଟି ଲୋକଙ୍କୁ ଟଙ୍କା ଦେଇ ଲକ୍ଷପତି ବନାଇବ ବୋଲି ରାହୁଳ କହିଥିଲେ। ସେତିକି ନୁହେଁ ରାହୁଳ ଓଡିଶା ବାସୀଙ୍କ ପାଇଁ ଏକ ସ୍ବତନ୍ତ୍ର ପ୍ୟାକେଜର ପ୍ରତିଶୃତି ଦେଇଛନ୍ତି। ସେ କହିଲେ ଯେ ଓଡିଶାର ମହିଳାମାନଙ୍କୁ ସ୍ବାବଲମ୍ବି କରିବା ପାଇଁ ଆମେ ବର୍ଷକୁ ପରିବାରର ଜଣେ ମହିଳାଙ୍କୁ ଲକ୍ଷେ ଟଙ୍କା ପ୍ରଦାନ କରିବୁ।

ଏଥିସହିତ ରାହୁଳ ଏହି ସଭାରେ 5ଟି ଗ୍ୟାରେଣ୍ଟି ଲୋକଙ୍କୁ ପ୍ରଦାନ କରିଥିଲେ। କହିଥିଲେ ଯେ, କଂଗ୍ରେସ ଆସିଲେ ଓଡିଶାବାସୀଙ୍କୁ ଏହି 5ଟି ଗ୍ୟାରେଣ୍ଟି ପ୍ରଦାନ କରିଯାଉଛି। ତାହା ହେଲା

1- ମହିଳାମାନଙ୍କୁ ମାସକୁ 2 ହଜାର ଟଙ୍କା ପ୍ରଦାନ

2-ବେକାରୀମାନଙ୍କୁ ମାସକୁ 3 ହଜାର ଟଙ୍କା ଭତ୍ତା ପ୍ରଦାନ

3- ଓଡିଶାର ମା ମାନଙ୍କୁ ଗ୍ୟାସ ସିଲିଣ୍ଡର ପିଛା 500 ଟଙ୍କା

4- ଓଡିଶା ଚାଷିଙ୍କୁ ଧାନର ସହାୟକ ମୂଲ୍ୟ କୁଣ୍ଟାଲ ପିଛା 3000 ଟଙ୍କା

5-  ଓଡିଶାର ପ୍ରତି ପରିବାରକୁ 200 ୟୁନିଟ ମାଗଣା ବିଜୁଳି

ରାହୁଳ ଗାନ୍ଧୀଙ୍କ ଏହି ଗ୍ୟାରେଣ୍ଟି ପରେ କଂଗ୍ରେସ କର୍ମିମାନେ ବେଶ ଉତ୍ସାହିତ ହୋଇ ଉଠିଥିଲେ। ସେହିପରି ରାହୁଳ କହିଥିଲେ ଯେ, ଆପଣଙ୍କ ରାଜ୍ୟକୁ ନରେନ୍ଦ୍ର ମୋଦୀ, ଅମିତ ସାହା ଏବଂ ଆପଣଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିମିଶି ଲୁଟି ଚାଲିଛନ୍ତି। ଏଥର କଂଗ୍ରେସ ସରକାରକୁ ଭୋଟ ଦେଇ ବିଜୟ କରାନ୍ତୁ ଦେଖିବେ ରାଜ୍ୟର ସ୍ଥିତି କିପରି ହେଉଛି।

ଏହି ସଭାରେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର, ପ୍ରସାଦ ହରିଚନ୍ଦନ, ନିରଂଜନ ପଟ୍ଟନାୟକ, ଶ୍ରୀକାନ୍ତ ଜେନା ସହିତ ବହୁ ପ୍ରାର୍ଥୀ ସେଠାରେ ଉପସ୍ଥିତି ଥିଲେ। ଆଜି ପ୍ରବଳ ଖରା ସତ୍ବେ ରାହୁଙ୍କ ସମାବେଶ ବହୁ କର୍ମିଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।

odishaelection2024 Rahul in Odisha ଓଡିଶା ପ୍ରଚାରରେ ରାହୁଳ ଗାନ୍ଧୀ ଓଡିଶାନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026
Latest News

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.