Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ସାଲେପୁରରେ ଗର୍ଜ୍ଜନ କଲେ ରାହୁଳ ଗାନ୍ଧୀ, ପାଞ୍ଚଟି ଗ୍ୟାରେଣ୍ଟିର ପ୍ରତିଶୃତି, ଓଡିଶା ମହିଳାଙ୍କୁ ମିଳିବ ବର୍ଷକୁ ଲକ୍ଷେ

ଭୁବନେଶ୍ବର: ଆଜି ଓଡିଶାର ନିର୍ବାଚନ ପ୍ରଚାରରେ ଆସି ସାଲେପୁରରେ ଗର୍ଜ୍ଜନ କରିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। ସେ ଭାଷଣ ଆରମ୍ଭରୁ ଉଭୟ ନବୀନ ଏବଂ ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ବିଜେଡି ବିଜେପି ଓଡିଶାରେ ବାହାଘର ହୋଇଯାଇଛି। ତେଲେଙ୍ଗାନାରେ ମଧ୍ୟ ବିଜେପି ସହିତ ବିଆରଏସ ର ବାହାଘର ହୋଇଥିଲା। ଆମେ ନିର୍ବାଚନ ବେଳେ ତାହା ଲୋକଙ୍କୁ କହିଲୁ। ସେଠାରେ କଂଗ୍ରେସ ସରକାର ଆସିଲା।

ସେହିପରି ଓଡିଶାରେ ବିଜେଡି ବିଜେପି ଭିତରେ ଚାଲିଛି ବୁଝାମଣା। ତାହା ଆଜି ଆମେ କହିକି ଯାଉଛୁ। ନିର୍ବାଚନ ପରେ ଓଡିଶାରେ ଆସିବ କଂଗ୍ରେସ। ସେ କହିଲେ ଯେ ଦିଲ୍ଲୀରେ ମୋଦି ଏଠାରେ ନବୀନଙ୍କୁ ପାନ ଧରାଇ ଦେଇଛନ୍ତି। ପାନ ଅର୍ଥ କଣ ଜାଣିଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ। ପାନ ଅର୍ଥ ହେଉଛି ଏଠାରେ ପାଣ୍ଡିଆନ ଶାସନ କରୁଛି। ନବୀନ ଏବଂ ମୋଦି ମିଶି ଏହି ରାଜ୍ୟକୁ ଲୁଟିଚାଲିଛନ୍ତି ବୋଲି ରାହୁଳ କହିଥିଲେ।

ମୋଦି ଦେଶରେ 22 ଜଣଙ୍କୁ କୋଟିକୋଟି ଟଙ୍କା ଦେଇ ଆରବ ପତି ବନାଇଛନ୍ତି। ହେଲେ କଂଗ୍ରେସ ଆସିଲେ କୋଟିକୋଟି ଲୋକଙ୍କୁ ଟଙ୍କା ଦେଇ ଲକ୍ଷପତି ବନାଇବ ବୋଲି ରାହୁଳ କହିଥିଲେ। ସେତିକି ନୁହେଁ ରାହୁଳ ଓଡିଶା ବାସୀଙ୍କ ପାଇଁ ଏକ ସ୍ବତନ୍ତ୍ର ପ୍ୟାକେଜର ପ୍ରତିଶୃତି ଦେଇଛନ୍ତି। ସେ କହିଲେ ଯେ ଓଡିଶାର ମହିଳାମାନଙ୍କୁ ସ୍ବାବଲମ୍ବି କରିବା ପାଇଁ ଆମେ ବର୍ଷକୁ ପରିବାରର ଜଣେ ମହିଳାଙ୍କୁ ଲକ୍ଷେ ଟଙ୍କା ପ୍ରଦାନ କରିବୁ।

ଏଥିସହିତ ରାହୁଳ ଏହି ସଭାରେ 5ଟି ଗ୍ୟାରେଣ୍ଟି ଲୋକଙ୍କୁ ପ୍ରଦାନ କରିଥିଲେ। କହିଥିଲେ ଯେ, କଂଗ୍ରେସ ଆସିଲେ ଓଡିଶାବାସୀଙ୍କୁ ଏହି 5ଟି ଗ୍ୟାରେଣ୍ଟି ପ୍ରଦାନ କରିଯାଉଛି। ତାହା ହେଲା

1- ମହିଳାମାନଙ୍କୁ ମାସକୁ 2 ହଜାର ଟଙ୍କା ପ୍ରଦାନ

2-ବେକାରୀମାନଙ୍କୁ ମାସକୁ 3 ହଜାର ଟଙ୍କା ଭତ୍ତା ପ୍ରଦାନ

3- ଓଡିଶାର ମା ମାନଙ୍କୁ ଗ୍ୟାସ ସିଲିଣ୍ଡର ପିଛା 500 ଟଙ୍କା

4- ଓଡିଶା ଚାଷିଙ୍କୁ ଧାନର ସହାୟକ ମୂଲ୍ୟ କୁଣ୍ଟାଲ ପିଛା 3000 ଟଙ୍କା

5-  ଓଡିଶାର ପ୍ରତି ପରିବାରକୁ 200 ୟୁନିଟ ମାଗଣା ବିଜୁଳି

ରାହୁଳ ଗାନ୍ଧୀଙ୍କ ଏହି ଗ୍ୟାରେଣ୍ଟି ପରେ କଂଗ୍ରେସ କର୍ମିମାନେ ବେଶ ଉତ୍ସାହିତ ହୋଇ ଉଠିଥିଲେ। ସେହିପରି ରାହୁଳ କହିଥିଲେ ଯେ, ଆପଣଙ୍କ ରାଜ୍ୟକୁ ନରେନ୍ଦ୍ର ମୋଦୀ, ଅମିତ ସାହା ଏବଂ ଆପଣଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିମିଶି ଲୁଟି ଚାଲିଛନ୍ତି। ଏଥର କଂଗ୍ରେସ ସରକାରକୁ ଭୋଟ ଦେଇ ବିଜୟ କରାନ୍ତୁ ଦେଖିବେ ରାଜ୍ୟର ସ୍ଥିତି କିପରି ହେଉଛି।

ଏହି ସଭାରେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର, ପ୍ରସାଦ ହରିଚନ୍ଦନ, ନିରଂଜନ ପଟ୍ଟନାୟକ, ଶ୍ରୀକାନ୍ତ ଜେନା ସହିତ ବହୁ ପ୍ରାର୍ଥୀ ସେଠାରେ ଉପସ୍ଥିତି ଥିଲେ। ଆଜି ପ୍ରବଳ ଖରା ସତ୍ବେ ରାହୁଙ୍କ ସମାବେଶ ବହୁ କର୍ମିଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ଘନିଭୂତ ହେଲାଣି ପ୍ରଚାର, ଆସନ୍ତାକାଲି ଓଡିଶା ଆସୁଛନ୍ତି ରାହୁଳ ଗାନ୍ଧୀ, ଜାଣନ୍ତୁ କେଉଁଠି ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ବର: ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବର୍ତ୍ତମାନ ପ୍ରଚାର ଧିରେ ଧିରେ ଘନିଭୂତ ହେବାରେ ଲାଗିଲାଣି। ବିଜେପି ପାଇଁ ଚାଣକ୍ୟ ଅମିତ ଶାହ ପ୍ରଚାର କରି ଫେରିଗଲେଣି। ଏବେ କଂଗ୍ରେସ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ରାହୁଳ ଗାନ୍ଧୀ। ସେ ଆସନ୍ତାକାଲି ରବିବାରରେ ଓଡିଶା ପ୍ରଚାରରେ ଆସୁଛନ୍ତି।

ପ୍ରଦେଶ କଂଗ୍ରେସ ସୂଚନା ଅନୁସାରେ ରାହୁଳ ଗାନ୍ଧୀ ଏକ ସ୍ବତନ୍ତ୍ର ବିମାନରେ ଆସି ଦିନ ୧୧ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ଯାଇ ଦିନ ୧୨ଟାରେ କଟକ ସତ୍ୟଭାମାପୁରରେ ପହଂଚିବେ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ୧୨ ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ୨ଟା ୧୫ରେ ସାଲେପୁରରୁ ଭୁବନେଶ୍ୱର ଫେରିଆସିବେ।

ସାଲେପୁରରେ ରାହୁଲ ଗାନ୍ଧୀ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ଏହା ଅଧିନରେ ଥିବା ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରଚାର କରିବେ। ସେଠାରେ ଏହିସବୁ ନିର୍ବାଚନ ମଣ୍ଡଳୀର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ହାଜର ହେବା ପାଇଁ କୁହାଯାଇଛି। ଭୁବନେଶ୍ବର କାର୍ଯ୍ୟକ୍ରମ ସାରି ୨ଟା ୨୫ରେ ରାହୁଳ ଭୁବନେଶ୍ୱର ବିମାନ ବନ୍ଦରରୁ ଦାମନଡିୟୁ ଯିବାର କାର୍ଯ୍ୟକ୍ରମ ରହିଛି।