Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି କମ୍ପିବ ଓଡିଶାର ନିର୍ବାଚନ ପ୍ରଚାର, ମୁହାଁମୁହିଁ ହେବେ ରାହୁଳ ଗାନ୍ଧୀ, ଅମିତ ଶାହ, ଜେପି ନଡ୍ଡା

ଭୁବନେଶ୍ବର: ଆଜି ଓଡିଶା ନିର୍ବାଚନ ପ୍ରଚାର କମ୍ପମାନ ହେବ। କାରଣ ଆଜି ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ତୁଙ୍ଗ ନେତାମାନେ ଓଡିଶା ପ୍ରଚାରରେ ଆସୁଛନ୍ତି। ଫଳରେ ଉଭୟ ଶିବିରରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ଦିନରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏବଂ ବିଜେପି ନେତା ଅମିତ ଶାହା ଆସୁଥିବା ବେଳେ ସଂଧ୍ୟାରେ ଆସୁଛନ୍ତି ନଡ୍ଡା।

କଂଗ୍ରେସ କାର୍ଯ୍ୟାଳୟ ଅନୁସାରେ ରାହୁଳ ଆଜି ଦିନ ୧୧ ଟା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବଲାଙ୍ଗିର ଯିବେ। ସେଠାରୁ ସେ ଏକ ରୋଡ ସୋ କରି ବିଶାଳ ଜନସମାଗମକୁ ଉଦବୋଧନ ଦେବେ। ପ୍ରଚାର ଶେଷ ହେବା ପରେ ଭୁବନେଶ୍ବର ଆସି ନୂଆଦିଲ୍ଲୀ ଫେରିଯିବେ। ସେହିପରି ଗୁରୁବାର ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡିଶା ପ୍ରଚାରରେ ଆସିବେ। ସେ କନ୍ଧମାଳରେ ଦଳ ପାଇଁ ପ୍ରଚାର କରିବେ।

ସେହିପରି ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଓଡିଶା ଆସୁଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟ ଅନୁସାରେ ଅମିତ ଶାହ ଆଜି ଦିନ ୧୨ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ସୋରଡା ଯିବେ । ଦିନ ୧.୩୦ରେ ସେ ସୋରଡାରେ ଜନସଭାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ଏହା ପରେ ସେ ସନ୍ଧ୍ୟା ୫ଟା ୩୦ରେ କଟକ ଆସି ଏକ ରୋଡ୍ ସୋ ରେ ଯୋଗଦେବେ।

ସେ ଯିବା ପରେ ସଂଧ୍ୟାରେ ଓଡିଶା ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ସେ ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେବେ। ସେ ଭୁବନେଶ୍ବରରେ ରାତ୍ରୀ ଯାପନ କରିବା ପରେ ସକାଳୁ ବରଗଡ ଜିଲ୍ଲା ପଦ୍ମପୁର ଏବଂ ସୁନ୍ଦରରଗଡଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅପେକ୍ଷା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଶ ସରଗରମ ହେବାରେ ଲାଗିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ସାଲେପୁରରେ ଗର୍ଜ୍ଜନ କଲେ ରାହୁଳ ଗାନ୍ଧୀ, ପାଞ୍ଚଟି ଗ୍ୟାରେଣ୍ଟିର ପ୍ରତିଶୃତି, ଓଡିଶା ମହିଳାଙ୍କୁ ମିଳିବ ବର୍ଷକୁ ଲକ୍ଷେ

ଭୁବନେଶ୍ବର: ଆଜି ଓଡିଶାର ନିର୍ବାଚନ ପ୍ରଚାରରେ ଆସି ସାଲେପୁରରେ ଗର୍ଜ୍ଜନ କରିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। ସେ ଭାଷଣ ଆରମ୍ଭରୁ ଉଭୟ ନବୀନ ଏବଂ ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ବିଜେଡି ବିଜେପି ଓଡିଶାରେ ବାହାଘର ହୋଇଯାଇଛି। ତେଲେଙ୍ଗାନାରେ ମଧ୍ୟ ବିଜେପି ସହିତ ବିଆରଏସ ର ବାହାଘର ହୋଇଥିଲା। ଆମେ ନିର୍ବାଚନ ବେଳେ ତାହା ଲୋକଙ୍କୁ କହିଲୁ। ସେଠାରେ କଂଗ୍ରେସ ସରକାର ଆସିଲା।

ସେହିପରି ଓଡିଶାରେ ବିଜେଡି ବିଜେପି ଭିତରେ ଚାଲିଛି ବୁଝାମଣା। ତାହା ଆଜି ଆମେ କହିକି ଯାଉଛୁ। ନିର୍ବାଚନ ପରେ ଓଡିଶାରେ ଆସିବ କଂଗ୍ରେସ। ସେ କହିଲେ ଯେ ଦିଲ୍ଲୀରେ ମୋଦି ଏଠାରେ ନବୀନଙ୍କୁ ପାନ ଧରାଇ ଦେଇଛନ୍ତି। ପାନ ଅର୍ଥ କଣ ଜାଣିଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ। ପାନ ଅର୍ଥ ହେଉଛି ଏଠାରେ ପାଣ୍ଡିଆନ ଶାସନ କରୁଛି। ନବୀନ ଏବଂ ମୋଦି ମିଶି ଏହି ରାଜ୍ୟକୁ ଲୁଟିଚାଲିଛନ୍ତି ବୋଲି ରାହୁଳ କହିଥିଲେ।

ମୋଦି ଦେଶରେ 22 ଜଣଙ୍କୁ କୋଟିକୋଟି ଟଙ୍କା ଦେଇ ଆରବ ପତି ବନାଇଛନ୍ତି। ହେଲେ କଂଗ୍ରେସ ଆସିଲେ କୋଟିକୋଟି ଲୋକଙ୍କୁ ଟଙ୍କା ଦେଇ ଲକ୍ଷପତି ବନାଇବ ବୋଲି ରାହୁଳ କହିଥିଲେ। ସେତିକି ନୁହେଁ ରାହୁଳ ଓଡିଶା ବାସୀଙ୍କ ପାଇଁ ଏକ ସ୍ବତନ୍ତ୍ର ପ୍ୟାକେଜର ପ୍ରତିଶୃତି ଦେଇଛନ୍ତି। ସେ କହିଲେ ଯେ ଓଡିଶାର ମହିଳାମାନଙ୍କୁ ସ୍ବାବଲମ୍ବି କରିବା ପାଇଁ ଆମେ ବର୍ଷକୁ ପରିବାରର ଜଣେ ମହିଳାଙ୍କୁ ଲକ୍ଷେ ଟଙ୍କା ପ୍ରଦାନ କରିବୁ।

ଏଥିସହିତ ରାହୁଳ ଏହି ସଭାରେ 5ଟି ଗ୍ୟାରେଣ୍ଟି ଲୋକଙ୍କୁ ପ୍ରଦାନ କରିଥିଲେ। କହିଥିଲେ ଯେ, କଂଗ୍ରେସ ଆସିଲେ ଓଡିଶାବାସୀଙ୍କୁ ଏହି 5ଟି ଗ୍ୟାରେଣ୍ଟି ପ୍ରଦାନ କରିଯାଉଛି। ତାହା ହେଲା

1- ମହିଳାମାନଙ୍କୁ ମାସକୁ 2 ହଜାର ଟଙ୍କା ପ୍ରଦାନ

2-ବେକାରୀମାନଙ୍କୁ ମାସକୁ 3 ହଜାର ଟଙ୍କା ଭତ୍ତା ପ୍ରଦାନ

3- ଓଡିଶାର ମା ମାନଙ୍କୁ ଗ୍ୟାସ ସିଲିଣ୍ଡର ପିଛା 500 ଟଙ୍କା

4- ଓଡିଶା ଚାଷିଙ୍କୁ ଧାନର ସହାୟକ ମୂଲ୍ୟ କୁଣ୍ଟାଲ ପିଛା 3000 ଟଙ୍କା

5-  ଓଡିଶାର ପ୍ରତି ପରିବାରକୁ 200 ୟୁନିଟ ମାଗଣା ବିଜୁଳି

ରାହୁଳ ଗାନ୍ଧୀଙ୍କ ଏହି ଗ୍ୟାରେଣ୍ଟି ପରେ କଂଗ୍ରେସ କର୍ମିମାନେ ବେଶ ଉତ୍ସାହିତ ହୋଇ ଉଠିଥିଲେ। ସେହିପରି ରାହୁଳ କହିଥିଲେ ଯେ, ଆପଣଙ୍କ ରାଜ୍ୟକୁ ନରେନ୍ଦ୍ର ମୋଦୀ, ଅମିତ ସାହା ଏବଂ ଆପଣଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିମିଶି ଲୁଟି ଚାଲିଛନ୍ତି। ଏଥର କଂଗ୍ରେସ ସରକାରକୁ ଭୋଟ ଦେଇ ବିଜୟ କରାନ୍ତୁ ଦେଖିବେ ରାଜ୍ୟର ସ୍ଥିତି କିପରି ହେଉଛି।

ଏହି ସଭାରେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର, ପ୍ରସାଦ ହରିଚନ୍ଦନ, ନିରଂଜନ ପଟ୍ଟନାୟକ, ଶ୍ରୀକାନ୍ତ ଜେନା ସହିତ ବହୁ ପ୍ରାର୍ଥୀ ସେଠାରେ ଉପସ୍ଥିତି ଥିଲେ। ଆଜି ପ୍ରବଳ ଖରା ସତ୍ବେ ରାହୁଙ୍କ ସମାବେଶ ବହୁ କର୍ମିଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ପହଞ୍ଚିଲେ ରାହୁଳ ଗାନ୍ଧୀ, ସାଲେପୁର ସଭାରେ ଦେବେ ଉଦବୋଧନ

ଭୁବନେଶ୍ବର: କଂଗ୍ରେସ ନେତା ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସାଲେପୁର ଗସ୍ତ କରିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ପ୍ରଭାରୀ ଅଜୟ କୁମାର, ସଭାପତି ଶରତ ପଟ୍ଟନାୟକ ପ୍ରମୁଖ ରାହୁଳଙ୍କୁ ସ୍ବାଗତ କରିଥିଲେ।

ସାଲେପୁରରେ ସେ ଏକ ବିଶାଳ ଜନସମାଜକୁ ଉଦବୋଧନ ଦେବେ। ଏହା ପୂର୍ବରୁ ସେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସଭାରେ ସେ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ଏହା ଅଧିନରେ ଥିବା ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରଚାର କରିବେ।