Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର
ନିର୍ବାଚନ ଖବର

ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

May 4, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର କରିଛନ୍ତି। କନ୍ଧମାଳ ନିର୍ବାଚନ ଅନ୍ତର୍ଗତ ଭଞ୍ଜନଗରରେ ଦଳୀୟ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ ଓ ବିକ୍ରମ କେଶରୀ ଆରୁଖଙ୍କ ପାଇଁ ଭୋଟ ମାଗିଥିବା ବେଳେ, ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ, ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ, ପୋଲସରା ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଓ ସୋରଡା ବିଧାୟକ ପ୍ରାର୍ଥୀ ମଞ୍ଜୁଳା ସ୍ବାଇଁଙ୍କ ସପକ୍ଷରେ ଡବଲ ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ।

ନିଜ ଭାଷଣରେ ବିରୋଧୀ ଦଳକୁ ତୀବ୍ର ସମାଲୋଚନା କରି ଶ୍ରୀ ପାଣ୍ଡିଆନ କହିଲେ ଯେ ସେମାନେ ସବୁ କଥାରେ ଓଡିଶାକୁ ବିରୋଧ କରୁଛନ୍ତି। ସେମାନେ ଶାସକ ଦଳର ବିରୋଧୀ ନୁହନ୍ତି, ସେମାନେ ବିକାଶର ବିରୋଧୀ। ଓଡିଶାର ବିକାଶ ସବୁଆଡେ ଦିଶୁଛି। ସବୁ ଓଡିଶାବାସୀଙ୍କୁ ଦେଖାଯାଉଛି। କିନ୍ତୁ ବିରୋଧୀ ଙ୍କୁ କିଛି ଦେଖାଯାଉନାହିଁ। ଏଭଳି ବିରୋଧୀଙ୍କୁ ଉଚିତ ଜବାବ ଦେବେ ଆମର ଓଡିଆ ଭାଇଭଉଣୀ।

ବିରୋଧୀ ଦଳର ନେତାମାନେ ଓଡିଶାର ସବୁ ବିକାଶ କାମକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ମତ ଦେଇ ସେ କହିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ଆଦି ସବୁ ସଶକ୍ତିକରଣ ଯୋଜନାକୁ ବନ୍ଦ କରିବାକୁ ବିଧିବଦ୍ଧ ଯୋଜନା ଚଲାଇଛନ୍ତି। ମା ମାନେ ଦୁବାଇ ଯାଉଥିଲେ। ତାଙ୍କର କଣ ଅସୁବିଧା ହେଲା ? ସେମାନଙ୍କ ଦୁବାଇ ଯିବା କାହିଁକି ବନ୍ଦ କଲେ?

ସଭାରେ ଲୋକଙ୍କ ବିଶାଳ ଉପସ୍ଥିତିକୁ ଲକ୍ଷ୍ୟ କରି ସେ କହିଲେ ଯେ, ବିରୋଧୀଙ୍କୁ ମୁଁ ଆହ୍ବାନ କରୁଛି, ସେମାନେ ଆସନ୍ତୁ, ଦେଖନ୍ତୁ ନବୀନ ବାବୁଙ୍କ ପ୍ରତି ଲୋକଙ୍କର କିପରି ଜନ ସମର୍ଥନ ଅଛି, କିପରି ଭଲ ପାଇବା ଅଛି । ଏତେ ଖରାରେ ମଧ୍ୟ ମା ମାନଙ୍କ ବିଶାଳ ଜନସମୁଦ୍ର ବିରୋଧୀଙ୍କ ନିଦ ହଜେଇ ଦେଇଛି ବୋଲି ସେ କହିଥିଲେ।

ସେ କହିଥିଲେ ଯେ ନବୀନ ସରକାର ହେଉଛି ସାଢେ ଚାରି କୋଟି ଓଡିଆଙ୍କ ସରକାର। ନବୀନ ସରକାର ହେଉଛି ମା ମାନଙ୍କ ସରକାର, ଯୁବପୀଢିର ସରକାର – ସମସ୍ତଙ୍କ ସରକାର। ୫୦ ହଜାର ମାର୍ଜିନ୍‌ରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ଆହ୍ବାନ ଦେଇଥିଲେ।

ସଭାରେ ଅଭିମତ ରଖି ସାଂସଦ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ କହିଲେ ଯେ ଓଡିଆ ଅସ୍ମିତାର ପରିଚୟ ହେଉଛନ୍ତି ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ । ନବୀନ ପଟ୍ଟନାୟକ ଆଜି ମହାପ୍ରଭୁଙ୍କ ପୀଠ ଠାରୁ ଆରମ୍ଭ କରି ଗାଁ ଗହଳିର ସବୁ ଧର୍ମ ପୀଠର ରୂପାନ୍ତର କରିଛନ୍ତି। ଏ ହେଉଛି ଓଡିଶାର ଅସ୍ମିତାର ସୁରକ୍ଷା, ଆଉ କାହାର ଓଡିଆ ଅସ୍ମିତା ପାଇଁ ଚିନ୍ତା କରିବା ଆବଶ୍ୟକ ନାହିଁ।

ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏକି ସବୁବେଳେ ଆମକୁ କାମର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଥାନ୍ତି। ତାଙ୍କ ନିର୍ଦ୍ଦେଶରେ ମୁଁ ସବୁ ଜାଗାରେ ହିସାବ ଦେଉଛି। ଆପଣମାନଙ୍କୁ ମଧ୍ୟ ହିସାବ ଦେବି। ନିର୍ବାଚନ ପରେ ମଧ୍ୟ ହିସାବ ଦିଆଯିବ।

ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ୬୦ କୋଟି ଟଙ୍କାର କାମ ଚାଲିଛି। ଜଗନ୍ନାଥ ମନ୍ଦିର, ମା ବ୍ୟାଘ୍ରଦେବୀ ମନ୍ଦିର ପାଇଁ ୧ କୋଟି ୮୦ ଲକ୍ଷ, ଧବଳେଶ୍ବର ମନ୍ଦିର ପାଇଁ ୧.୧୦ କୋଟି, ୧୨୦ଟି ମନ୍ଦିର, ମସ୍‌ଜିଦ, କମ୍ୟୁନିଟି ସେଣ୍ଟର ବିକାଶ ପାଇଁ ୫.୫୦ କୋଟି, ଋଷିକୂଲ୍ୟା ନଦୀର ନୂଆ ଗାଁ ଡିଷ୍ଟ୍ରିବ୍ୟୁଟାରି ପାଇଁ ୮୦ କୋଟି, ଢୋଲପିଟା ନଦୀଗର୍ଭ ଜଳାଶ୍ରୟ ପ୍ରକଳ୍ପ ପାଇଁ ୩୦.୬୦ କୋଟି, ଷୋଡକ ମାଇନର ଓ ସବ୍‌ ମାଇନର କେନାଲରେ କଂକ୍ରୀଟ ଲାଇନିଂ ପାଇଁ ୬ କୋଟି ଏବଂ ଭଞ୍ଜନଗର, ଜଗନ୍ନାଥପ୍ରସାଦ ବ୍ଲକ୍‌ର ୪୬ଟି ଗ୍ରାମପଞ୍ଚାୟତକୁ ମେଗା ପାଇପ ଜଳଯୋଗାଣ ପାଇଁ ୨୦୦୦ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ।

ସାନଖେମୁଣ୍ଡିରେ ୫୦ କୋଟି ଟଙ୍କାର କାମ ଚାଲିବା ସହିତ ଧରାକୋଟ ବ୍ଲକ୍‌ରେ ନୂଆ ଡିଗ୍ରୀ କଲେଜ ଓ ଜଗନ୍ନାଥ ମନ୍ଦିର ପାଇଁ ୨.୨୦ କୋଟି ଟଙ୍କା, ଧରାକୋଟ ବ୍ଲକ୍‌ରେ ଜାନିଭିଲି ବ୍ୟାରେଜ ପାଇଁ ୧୨୦ କୋଟି ଟଙ୍କା, ଘୋଡାହାଡ ଡ୍ୟାମରୁ ସାନଖେମୁଣ୍ଡି ବ୍ଲକ୍‌କୁ ମେଗା ପାନୀୟ ଜଳ ଯୋଗାଣ ପାଇଁ ୧୯୬.୨୯ କୋଟି ଟଙ୍କା, ଧରାକୋଟ ଜାନିଭିଲି ରାସ୍ତାରେ ଋଷିକୂଲ୍ୟା ନଦୀ ଉପରେ ହାଇଲେବୁଲ ସେତୁ ପାଇଁ ୨୬୨.୧୮ କୋଟି ଟଙ୍କା ଦିଆଯାଇଛି।

ସେହିପରି ପୋଲସରା ନିର୍ବାଚନ ମଣ୍ଡଳୀ ପାଇଁ ୫୦ କୋଟି ଟଙ୍କାର କାମ ଚାଲିଥିବା ବେଳେ, ବୁଗୁଡା ବିରଞ୍ଚି ନାରାୟଣ ମନ୍ଦିର ପାଇଁ ୨.୫୦ କୋଟି, ମରଡା ଜଗନ୍ନାଥ ମନ୍ଦିର ପାଇଁ ୨ କୋଟି ଟଙ୍କା, ବୁଗୁଡା ବୁଦ୍ଧଖୋଲ ମନ୍ଦିର ପାଇଁ ୨ କୋଟି, ଶଙ୍କୁଲେଇ ମନ୍ଦିର ପାଇଁ ୧.୯୦ କୋଟି, ପୋଲସରା ଜଗନ୍ନାଥ ମନ୍ଦିର ପାଇଁ ୧.୨୦ କୋଟି, ଧନେଇ ନଦୀ ଉପରେ ନଦୀଗର୍ଭ ଜଳାଶୟ ପାଇଁ ୨୭.୨୦ କୋଟି ଟଙ୍କା ଏବଂ ମହାନଦୀରୁ ବୁଗୁଡା ଓ ପୋଲସରା ବ୍ଲକ୍‌କୁ ପାଇପ ପାଣି ସପ୍ଲାଇ ପାଇଁ ୨୦୦୦ କୋଟି ଟଙ୍କାର କାମ ଚାଲିଛି।

ସେହିଭଳି ସୋରଡା ନିର୍ବାଚନ ମଣ୍ଡଳୀ ପାଇଁ ୪୫ କୋଟି ଟଙ୍କାର କାମ ଚାଲିଥିବା ବେଳେ, ମା ଖୁଣ୍ଟେଶ୍ବରୀ ମନ୍ଦିର ପାଇଁ ୧.୯୦ କୋଟି, ବ୍ରାହ୍ଣଣଦେବୀ ମନ୍ଦିର ପାଇଁ ୧.୧୦ କୋଟି, ଲରୁଡୁ ମ୍ୟାରିଚର୍ଚ୍ଚ ପାଇଁ ୨୫ ଲକ୍ଷ ଟଙ୍କା ଏବଂ ବିଭିନ୍ନ ମଠ ମନ୍ଦିର, ମସ୍‌ଜିଦ ଓ ଅନ୍ୟାନ୍ୟ କମ୍ୟୁନିଟି ସେଣ୍ଟର ପାଇଁ ୭.୨୦ କୋଟି ଟଙ୍କାର କାମ ଚାଲିଛି।

ଭଞ୍ଜନଗରରେ ସାଂସଦ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ କହିଲେ ଯେ ଓଡିଆ ଅସ୍ମିତାର ପରିଚୟ ହେଉଛନ୍ତି ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ କହିଲେ ଯେ ନବୀନ ପଟ୍ଟନାୟକ ଆଜି ମହାପ୍ରଭୁଙ୍କ ପୀଠ ଠାରୁ ଆରମ୍ଭ କରି ଗାଁ ଗହଳିର ସବୁ ଧର୍ମ ପୀଠର ରୂପାନ୍ତର କରିଛନ୍ତି। ଏ ହେଉଛି ଓଡିଶାର ଅସ୍ମିତାର ସୁରକ୍ଷା, ଆଉ କାହାର ଓଡିଆ ଅସ୍ମିତା ପାଇଁ ଚିନ୍ତା କରିବା ଆବଶ୍ୟକ ନାହିଁ।

ଏକବିଁଶ ଶତାଦ୍ଦୀର ପରିଚୟ ହେଉଛି ବିକାଶ। ଓଡିଶାର ସର୍ବାଙ୍ଗୀନ ବିକାଶର ମଙ୍ଗ ଧରିଛନ୍ତି ନବୀନ ପଟ୍ଟନାୟକ। ନବୀନ ବାବୁଙ୍କ ବିକାଶ ରଥର ସାରଥୀ ହେଉଛନ୍ତି କାର୍ତ୍ତିକ ପାଣ୍ଡିଆନ। ରଥୀ ସାରଥୀ ଯଦି ଏକାଠି ହେବେ, ଉଭୟଙ୍କ ଉଦ୍ଦେଶ୍ୟ ଯଦି ଏକ ହେବ, ତେବେ ଓଡିଶାର ବିକାଶ ଶିଖର ଛୁଇଁବ।

ନବୀନ ବାବୁଙ୍କ ସମୟରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା, ଓଡିଆ ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ହେଲା, ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଆରମ୍ଭ ହେଲା। ଓଡିଶାର ଭୌତ୍ତିକ, ସାଂସ୍କୃତିକ, ସାହିତ୍ୟିକ ବିକାଶ ପରେ, ଯୁବପୀଢିଙ୍କ ମାନସିକ ବିକାଶ ପାଇଁ 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ହୋଇଛି ବୋଲି ସେ କହିଥିଲେ।

Kartik Pandian ଅଚ୍ୟୁତ ସାମନ୍ତ କନ୍ଧମାଳ ପାଣ୍ଡିଆନଙ୍କ ପ୍ରଚାର ସାଂସଦ ଅଚ୍ୟୁତ ସାମନ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.