Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ନବୀନଙ୍କ ସ୍ବାସ୍ଥ୍ୟ ନେଇ ମୁହାଁମୁହିଁ ହେଲେ ଖୋଦ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ, ରାଜନୀତି ସରଗରମ
ନିର୍ବାଚନ ଖବର

ନବୀନଙ୍କ ସ୍ବାସ୍ଥ୍ୟ ନେଇ ମୁହାଁମୁହିଁ ହେଲେ ଖୋଦ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ, ରାଜନୀତି ସରଗରମ

May 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନବୀନଙ୍କ ସ୍ବାସ୍ଥ୍ୟ ନେଇ ମୁହାଁମୁହିଁ ହେଲେ ଖୋଦ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ, ରାଜନୀତି ସରଗରମ

ଭୁବନେଶ୍ବର: ନିର୍ବାଚନ ପ୍ରଚାରରେ ଶେଷ ପର୍ଯ୍ୟାୟରେ ଓଡିଶାରେ ଏକ ବିଚିତ୍ର ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଛି। ତାହା ହେଲା ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଖରାପ ଚିନ୍ତା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ପ୍ରଚାରରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ସେ ପ୍ରମୁଖ ଅସ୍ତ୍ର କରିଛନ୍ତି। ସେ ତିନୋଟି ଜନସଭାରେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ସେ ବିଜେଡି ତଥା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟକୁ ନେଇ ତାଙ୍କ ପାଖ ଲୋକ କୁଆଡେ ବେଶୀ ଚିନ୍ତିତ। ନବୀନବାବୁ ମୋ ଠାରୁ ସାନ ହେବେ, ହେଲେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ହଠାତ କିପରି ଖରାପ ହେଲା ବୋଲି ମୋଦି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ତାଙ୍କଠାରୁ ସାନ ହୋଇ ପ୍ରତିଦିନ ବହୁ ସ୍ଥାନ ବୁଲୁଛି ଖରାରେ ଜନସମାବେଶକୁ ଉଦବୋଧନ ଦେଉଛି। ହେଲେ ନବୀନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଏପରି କାହିକି ଦୁର୍ବଳ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ସ୍ବାସ୍ଥ୍ୟ ଖରାପ ହେବା ପାଇଁ କିଛି ଷଢଯନ୍ତ୍ର ହୋଇଛି କି ବୋଲି ଜନସମାବେଶକୁ ମୋଦି ପ୍ରଶ୍ନ କରିଥିଲେ।

ସେ କହିଥିଲେ ଯେ, ଓଡିଶାରେ ବିଜେପି ସରକାର ଆସିଲେ ନବୀନଙ୍କ ସ୍ବାସ୍ଥ୍ୟ ନେଇ ହଠାତ ଖରାପ ହେବାର ପର୍ଦ୍ଦାଫାର୍ସ କରିବ। ଏହି ଘଟଣାର ତଦନ୍ତ ହେବ। ସେଥିପାଇଁ ଏକ ହାଇ ଲେବୁଲ କମିଟ ଗଠନ କରାଯାଇ ତଦନ୍ତ କରାଯିବ ବୋଲି ମୋଦି କହିଥିଲେ। ଏପରିକି ସେ କହିଥିଲେ ଯେ, ତାଙ୍କର ହିତାକାଂକ୍ଷୀ ବୋଲାଉଥିବା ଜଣେ ବ୍ୟକ୍ତି ଏହାପଛରେ ଅଛନ୍ତି କି କଣ ବୋଲି ସେ ସନ୍ଦେହ ପ୍ରକଟ କରିଥିଲେ। ଏହା ପୂର୍ବରୁ ଓଡିଶାର ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ନବୀନଙ୍କ ସ୍ବାସ୍ଥ୍ୟ ନେଇ ସମାଲୋଚନା କରିଥିଲେ।

ତେବେ ଏ ନେଇ ଆଜି ଖୋଦ ନବୀନ ପଟ୍ଟନାୟକ ନବୀନ ନିବାସରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ଦେଇଛନ୍ତି। ନବୀନ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀଙ୍କ ମୋ ସ୍ବାସ୍ଥ୍ୟ ଉପରେ ଏତେ ନଜର ତେବେ ମୋତେ ସେ ବ୍ୟକ୍ତିଗତ ଭାବେ ଫୋନ କରି ପଚାରିପାରିଥାଆନ୍ତେ। ହେଲେ ମୋ ସ୍ବାସ୍ଥ୍ୟ ସଂପର୍କରେ ସେ ଜନସମାବେଶରେ କହିବା କେତେ ଠିକ ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋ ସ୍ବାସ୍ଥ୍ୟକୁ ଢାଲ କରି ଭୋଟ ପାଇବାକୁ ଯେଉଁ ଚେଷ୍ଠା କରୁଛନ୍ତି ବୋଲି ନବୀନ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୋକ ସ୍ବାସ୍ଥ୍ୟ ଭଲ ଅଛି। ମୁଁ ମଧ୍ୟ ଖରାରେ ବିଭିନ୍ନ ପ୍ରଚାରରେ ସାମିଲ ହେଉଛି। ମୁଁ ମଧ୍ୟ ଭାଷଣ ଦେଉଛି। ଯଦି ପ୍ରଧାନମନ୍ତ୍ରୀ ଏକ କମିଟ ଗଠନ କରିବାକୁ ଚାହୁଛନ୍ତି, ତେବେ ମୋ ସ୍ବାସ୍ଥ୍ୟ ଖରାପ ବୋଲି କେଉଁମାନେ ଗୁଜବ ସୃଷ୍ଟି କରୁଛନ୍ତି ସେମାନଙ୍କୁ ଧରନ୍ତୁ ବୋଲି ନବୀନ କହିଥିଲେ। ସେ କହିଥିଲେ ଯେ, ଗତ ଦଶ ବର୍ଷ ଧରି ମୋର ସ୍ବାସ୍ଥ୍ୟ ଖରାପ ଅଛି ବୋଲି ସ୍ଥାନୀୟ ବିଜେପି ନେତା ଅପ୍ରଚାର କରିଆସୁଛନ୍ତି। ହେଲେ ସେଥିରେ କୌଣସି ପ୍ରଭାବ ପଡୁ ନାହିଁ।

ନବୀନ ଆହୁରି କହିଲେ ଯେ, ପ୍ରଧାନମନ୍ତ୍ରୀ ମୋ ସ୍ବାସ୍ଥ୍ୟ ଉପରେ ଏକ କମିଟ ଗଠନ କରିବା ଅପେକ୍ଷା ସେ ରାଜ୍ୟକୁ ସ୍ବତନ୍ତ୍ର ପ୍ୟାହା ଦେବା ପାଇଁ ଏକ କମିଟ ଗଠନ କରନ୍ତୁ। ତେବେ ତାହା ଓଡିଶାବାସୀଙ୍କ ଭଲ ହେବ ବୋଲି ନବୀନ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଜନସଭାରେ କହି ଭୋଟ ନେବା ହେଉଛି ତାଙ୍କର ଉଦ୍ଦେଶ୍ୟ। ହେଲେ ଓଡିଶା ଲୋକେ ଠିକ କଥା ଜାଣନ୍ତି ବୋଲି ନବୀନ କହିଥିଲେ।

odishaelection2024 ଓଡିଶା ନିର୍ବାଚନ 2024 ଓଡିଶା ପ୍ରଚାରରେ ମୋଦି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ସାକ୍ଷାତ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ଓଲଟିଲା ବସ : ୨୦ ଗୁରୁତର

April 28, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026
Latest News

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେଙ୍କୁ ମିଳିପାରେ ଜେଲ୍ ଦଣ୍ଡ ! କାଦୁଅ ଫିଙ୍ଗା ମାମଲାରେ କୋର୍ଟ ଶୁଣାଇଲେ ସଜ୍ଜା

April 28, 2026

ଜାତିସଂଘରେ ଆମେରିକା – ଇରାନ ମୁହାଁମୁହିଁ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.