Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»‘ମୋର ଉତ୍ତରାଧିକାରୀ ପାଣ୍ଡିଆନ୍ ନୁହଁନ୍ତି’: ବିରୋଧୀଙ୍କ ଅଭିଯୋଗ ଉପରେ ନବୀନ ପଟ୍ଟନାୟକଙ୍କ ଜବାବ
ନିର୍ବାଚନ ଖବର

‘ମୋର ଉତ୍ତରାଧିକାରୀ ପାଣ୍ଡିଆନ୍ ନୁହଁନ୍ତି’: ବିରୋଧୀଙ୍କ ଅଭିଯୋଗ ଉପରେ ନବୀନ ପଟ୍ଟନାୟକଙ୍କ ଜବାବ

May 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଉତ୍ତରାଧିକାରୀ ତଥା ରାଜନୈତିକ ଭବିଷ୍ୟତ ବିଷୟରେ ଅନେକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ, ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରାଜନୀତିରେ ସକ୍ରିୟ ରହିବେ।

ନ୍ୟୁଜ ଏଜେନ୍ସି ANI କୁ ଦେଇଥିବା ଏକ ସାକ୍ଷାତକାରରେ ନବୀନ ପଟ୍ଟନାୟକ ଭି.କେ ପାଣ୍ଡିଆନଙ୍କ ବିଷୟରେ ମଧ୍ୟ ଖୋଲାଖୋଲି ଭାବେ କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ପାଣ୍ଡିଆନ୍ ଏପର୍ଯ୍ୟନ୍ତ ତାଙ୍କର ଉତ୍ତରାଧିକାରୀ ନୁହଁନ୍ତି।

ଯେତେବେଳେ ନବୀନ ପଟ୍ଟନାୟକଙ୍କୁ ପଚରାଗଲା ଯେ, ବର୍ତ୍ତମାନ ଆପଣଙ୍କ ତରଫରୁ ଭି.କେ ପାଣ୍ଡିଆନ୍ ସମସ୍ତ ନିଷ୍ପତ୍ତି ନେଉଥିବାର ବିରୋଧୀ ଦଳ ତଥା ଆପଣଙ୍କ ଦଳର ପୂର୍ବତନ ନେତାମାନେ ଅଭିଯୋଗ କରିଛନ୍ତି, ସେତେବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏହା ହାସ୍ୟାସ୍ପଦ ଏବଂ ମୁଁ ଏହା ପୂର୍ବରୁ ମଧ୍ୟ କହିଛି ଯେ, ଏହା ଏକ ପୁରୁଣା ଅଭିଯୋଗ ଏବଂ ଏହାର କୌଣସି ଆଧାର ଏବଂ ମହତ୍ତ୍ୱ ନାହିଁ।

ପ୍ରକାଶ ଯୋଗ୍ୟ ଯେ, ବୁଧବାର ଦିନ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ମଞ୍ଚ ଉପରେ ଭାଷଣ ଦେଉଥିଲେ, ସେତେବେଳେ ତାଙ୍କ ହାତ ଥରୁଥିଲା। ଏହି ସମୟରେ, ଭି.କେ ପାଣ୍ଡିଆନ୍ ତାଙ୍କ ଥରୁଥିବା ହାତକୁ ଜବରଦସ୍ତ ଉଠାଇ ଲୁଚାଉଥିଇଲେ। ଏହା ପରେ ଅନେକ ଲୋକ ଅଭିଯୋଗ କରିଥିଲେ ଯେ, ଭି.କେ ପାଣ୍ଡିଆନ୍ ତାଙ୍କୁ ବ୍ୟବହାର କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏକ ରାଲିରେ ଅନେକ ପ୍ରଶ୍ନ ଉଠାଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ସେ ପଚାରିଥିଲେ ଯେ, ତାଙ୍କ (ନବୀନ ପଟ୍ଟନାୟକ) ସ୍ୱାସ୍ଥ୍ୟ କିପରି ଏକ ବର୍ଷରେ ଏତେ ଖରାପ ହେଲା? ଏହା ପଛରେ କିଛି ଷଡଯନ୍ତ୍ର ଅଛି ବୋଲି ପ୍ରଧାନମନ୍ତ୍ରୀ ମଧ୍ୟ ସନ୍ଦେହ ପ୍ରକଟ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତି ପରେ ନବୀନ ପଟ୍ଟନାୟକ ଏହାର ଉତ୍ତର ଦେଇ କହିଛନ୍ତି ଯେ, ମୁଁ ତାଙ୍କର ଭଲ ବନ୍ଧୁ। ସେ ଏହି ବିଷୟରେ ମୋତେ ଫୋନ୍ କରିପାରିଥାନ୍ତେ। ମୋର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ ଅଛି, ଯଦି ଏହା ହୋଇନଥାନ୍ତା ତେବେ ମୁଁ ଏତେ ଉତ୍ତାପରେ ପ୍ରଚାର କରି ପାରିନଥା’ନ୍ତି। ଯଦି ସେ (ପିଏମ) ଚାହୁଁଛନ୍ତି, ତେବେ ସେ ଏକ କମିଟି ଗଠନ କରିପାରିବେ, ଯେଉଁମାନେ ମୋ ସ୍ୱାସ୍ଥ୍ୟ ବିଷୟରେ ଏପରି ମିଥ୍ୟା ତଥ୍ୟ ପ୍ରଚାର କରୁଛନ୍ତି ସେମାନଙ୍କୁ ତଦନ୍ତ କରିପାରିବେ। ୧୦ ବର୍ଷ ଧରି ଦିଲ୍ଲୀରେ ବସିଥିବା ବିଜେପି ନେତାମାନେ ମୋ ସ୍ୱାସ୍ଥ୍ୟ ବିଷୟରେ ଭୁଲ ତଥ୍ୟ ପ୍ରଚାର କରୁଛନ୍ତି।

Odisha odisha assembly election Odisha Assembly Election 2024
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବକଙ୍କୁ ଭୁଜାଲି ମାଡ : ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

May 21, 2026

ନଦୀ ପଠାରୁ ଅଧପୋତା ମହିଳାଙ୍କ ମୃତଦେହ ଉଦ୍ଧାର

May 21, 2026

ଜଳୁଛି ଓଡ଼ିଶା: ୪o ଡିଗ୍ରି ଉପରେ ଅନେକ ସହର

May 20, 2026

ଗିରିରୋଡ୍ ବର୍ବରତା : ଦୁଇ ଗିରଫ

May 20, 2026
Latest News

ପ୍ରଧାନମନ୍ତ୍ରୀ ମୋଦିଙ୍କ ୫ ଦିନିଆ ବିଦେଶ ଗସ୍ତ, ଭାରତକୁ ମିଳିଲା କେତେ ଲାଭ

May 21, 2026

ଯୁବକଙ୍କୁ ଭୁଜାଲି ମାଡ : ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

May 21, 2026

ନଦୀ ପଠାରୁ ଅଧପୋତା ମହିଳାଙ୍କ ମୃତଦେହ ଉଦ୍ଧାର

May 21, 2026

ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର

May 21, 2026

ଆଜି କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.