ଭୁବନେଶ୍ଵର: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶା ବିଧାନସଭାର ୫୪ ପ୍ରକୋଷ୍ଠରେ ମତଦାନ ହୋଇଥିଲା। ଏଥିରେ ଚାରିଟି ଖାଲିଥିବା ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଏହି ଆସନ ପାଇଁ ପାଞ୍ଚଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ। ତେବେ ୨ ଟି ଆସନରେ ବିଜେପି ପ୍ରାର୍ଥୀ ଜିତିଥିବା ବେଳେ ଗୋଟିଏ ଆସନରେ ବିଜେଡି ପ୍ରାର୍ଥୀ ଜିତିଛନ୍ତି। ତେବେ ଚତୁର୍ଥ ଆସନ ପାଇଁ ବିଜେପି ସମର୍ଥିତ ସ୍ଵାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟ ଏବଂ ବିଜେଡ଼ି-କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ଵର ହୋତାଙ୍କ ମଧ୍ୟରେ କଡା ଟକ୍କର ଚାଲିଥିଲା। କିନ୍ତୁ ଶେଷରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି।
ବିଜୟୀ ପ୍ରାର୍ଥୀଙ୍କ ନାମ:
୧- ମନମୋହନ ସାମଲ- ବିଜେପି
୨- ସୁଜିତ କୁମାର- ବିଜେପି
୩- ସନ୍ତୃପ୍ତ ମିଶ୍ର- ବିଜେଡ଼ି
୪- ଦିଲ୍ଲୀପ ରାୟ- ସ୍ଵାଧୀନ
ଉଲ୍ଲେଖ ଯୋଗ୍ୟ ଯେ, ଉକ୍ତ ରାଜ୍ୟସଭା ନିର୍ବାଚନରେ ବିଜେଡ଼ିର ୮ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ସୂଚନା ରହିଥିବା ବେଳେ କଂଗ୍ରେସର ୩ ଜଣ ବିଧାୟକ ମଧ୍ୟ କ୍ରସ ଭୋଟିଂ କରିଥିବା ଜଣାପଡିଛି।


