ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ଏହି ଅଭିନେତ୍ରୀଙ୍କ ମୃତଦେହ, ଜାଣନ୍ତୁ କିଏ

Published: Dec 12, 2020, 11:26 am IST

କୋଲକାତା : 2020 ମସିହାରେ ବହୁ ନାମୀଦାମୀ କଳାକାରମାନେ ଆମକୁ ଛାଡିଯାଇଛନ୍ତି । ଆଜି ମଧ୍ୟ ଜଣେ କଳାକାରଙ୍କର ମୃତ୍ୟୁ ଖବର ଶୁଣିବାକୁ ମିଳିଛି । ବିଦ୍ୟା ବଲାନ୍‌, ଇମ୍ରାନ୍‌ ହାସ୍‌ମୀ ଓ ନସିରୁଦ୍ଦିନ ଷ୍ଟାର୍‌ର ସୁପରହିଟ୍‌ ଫିଲ୍ମ ’ଦ ଡାର୍ଟି ପିକ୍ଚର’ରେ କାମ କରିଥିବା ଅଭିନେତ୍ରୀ ଆର୍ଯ୍ୟା ବାନାର୍ଜୀଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି ।

ଦକ୍ଷିଣ କୋଲକାତାର ଯୋଧୁପର ପାର୍କ ସ୍ଥିତ ଘରୁ ସନ୍ଦିଗ୍ଧ ଅବସ୍ଥାରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ୍ୟୁର ଅସଲ କାରଣ ଜଣାପଡିନାହିଁ । ଆର୍ଯ୍ୟା ‘ଲଭ୍‌ ସେକ୍ସ ଧୋକ୍କା’ରେ ମଧ୍ୟ କାମ କରିଥିଲେ । ଆର୍ଯ୍ୟା ଲୋକପ୍ରିୟ ସିତାରବାଦକ ନିଖିଲ୍‌ ବାନାର୍ଜୀଙ୍କ ଝିଅ ଅଟନ୍ତି ।

ମିଳିଥିବା ସୂନା ଅନୁସାରେ ଶୁକ୍ରବାର ସକାଳ 10 ଘଟିକା ସମୟରେ ଆର୍ଯ୍ୟାଙ୍କ ଘରେ କାମ କରୁଥିବା ଚାକରାଣୀ ଆର୍ଯ୍ୟାଙ୍କ ଘରେ ପହଞ୍ଚି ଦୁଆରର ଘଣ୍ଟି ବଜେଇଥିଲେ । ମାତ୍ର କେହି କବାଟ ଖୋଲିନଥିଲେ । ଏହାପରେ ସେ ଆର୍ଯ୍ୟାଙ୍କ ମୋବାଇଲ୍‌କୁ ଫୋନ୍‌ ମଧ୍ୟ କରିଥିଲେ । କିନ୍ତୁ ସେ ଫୋନ୍‌ ଉଠାଇନଥିଲେ । ଏହାପରେ ଚାକରାଣୀ ଏହା ସମ୍ପର୍କରେ ପୋଲିସ୍‌ରେ ସୂଚନା ଦେଇଥିଲେ।  ପୋଲିସ୍‌ ସୂଚନା ପାଇ ଆର୍ଯ୍ୟାଙ୍କ ଘର କବାଟ ତାଡି ଦେଖିଥିଲେ ଯେ, ଘର ଭିତରେ ଆର୍ଯ୍ୟାଙ୍କ ମୃତଦେହ ରକ୍ତଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲା । ନାକରୁ ରକ୍ତ ବାହାରିଥିବାର ଦେଖାଯାଇଥିଲା । ତେବେ ପୋଲିସ୍‌ ଆର୍ଯ୍ୟାଙ୍କ ମୃତ୍ୟୁ ନେଇ ତଦନ୍ତ ଜାରି ରଖିଛି ।

Related posts