ଅଭିନେତା ବରୁଣ ତେଜଙ୍କୁ କରୋନା

Published: Dec 30, 2020, 12:38 pm IST

ଚେନ୍ନାଇ : ସାଉଥ ସୁପରଷ୍ଟାର ରାମଚରଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଆଉ ଜଣେ ଅଭିନେତା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅଭିନେତା ବରୁଣ ତେଜ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ନିଜେ ବରୁଣ । ସେ ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି ଯେ, କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ କୋଭିଡ୍ ପରୀକ୍ଷା କରାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ବରୁଣ୍‌ ଏବେ ଆଇସୋଲେସନ୍‌ରେ ଅଛନ୍ତି । ସୂଚନାଯୋଗ୍ୟ, ବରୁଣ ତେଜ ରାମଚରଣଙ୍କ ସଙ୍ଗେ ଖ୍ରୀଷ୍ଟମାସ ପାର୍ଟିରେ ସାମିଲ୍‌ ହୋଇଥିଲେ ।

Related posts