‘ହାପି ଏଣ୍ଡିଙ୍ଗ୍‌’ର ମ୍ୟୁଜିକ୍ ରିଲିଜ୍‌: ଖୁବ୍‌ଶୀଘ୍ର ପରଦାକୁ ଆସିବ

Published: Feb 2, 2021, 6:57 pm IST

ଭୁବନେଶ୍ୱର: ସବୁ ସିନେମା କିମ୍ବା କାହାଣୀର ଏଣ୍ଡିଙ୍ଗ ବା ଶେଷ ଏକ ସୁଖଦ ମୁହୂର୍ତ୍ତକୁ ନେଇ ହୋଇଥାଏ। ହେଲେ ଏହାପରେ କ’ଣ ହୁଏ, ତାହା ସିନେପ୍ରେମୀ ଜାଣିପାରନ୍ତିନି। କାରଣ ସିନେମାର ହାପି ଏଣ୍ଡିଙ୍ଗ ପରେ ଆଉ କୌଣସି କାହାଣୀ ନଥାଏ। ହେଲେ ଖୁବ୍‌ଶୀଘ୍ର ପରଦାକୁ ଆସୁଥିବା ‘ହାପି ଏଣ୍ଡିଙ୍ଗ’ ଚଳଚ୍ଚିତ୍ରରେ ଦର୍ଶକ ସେପରି କାହାଣୀ ଦେଖିବାକୁ ପାଇବେ।

ଏକ ଭିନ୍ନସ୍ୱାଦର ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ‘ହାପି ଏଣ୍ଡିଙ୍ଗ’। ଯେଉଁଥିରେ ଆକ୍ସନ୍‌, ରୋମାନ୍ସ ସାଙ୍ଗକୁ ଭରି ରହିଛି ସସ୍‌ପେନ୍‌ସ। ରିତୁପ୍ରିୟା ପ୍ରଡକ୍ସନ୍ସ ପ୍ରାଇଭେଟ୍ଲି ମିଟେଡ୍ ଏବଂ ଏସ୍‌ଏମ୍ ପ୍ରଡକ୍ସନ୍ସ ଓ ଉର୍ବସୀ ଆର୍ଟ ବ୍ୟାନରରେ ନିର୍ମିତ ଏବଂ ତୁଷାର ସିହ୍ନାଙ୍କ ନିର୍ଦ୍ଦେଶନାରେ ସିନେମା ‘ହାପି ଏଣ୍ଡିଙ୍ଗ’ ସମ୍ପୂର୍ଣ୍ଣ ମୌଳିକ କାହାଣୀକୁ ନେଇ ନିର୍ମାଣ ହୋଇଛି ବୋଲି ପ୍ରଯୋଜକ ଅତିସ କୁମାର ରାଉତ ସୂଚନା ଦେଇଛନ୍ତି।

ଆଜି ହୋଟେଲ୍ ନ୍ୟୁ ମ୍ୟାରିଅନ୍ ଠାରେ ସିନେମାର ମ୍ୟୁଜିକ୍ ରିଲିଜ୍ ଉତ୍ସବ ଅବସରରେ ନିର୍ଦ୍ଦେଶକ ତୁଷାର କହିଛନ୍ତି ଯେ ସିନେମାଟି ପିଲାବେଳର ୪ ବନ୍ଧୁଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ନେଇ ପର୍ଯ୍ୟବସିତ। ଯେଉଁଥିରେ ପ୍ରତ୍ୟେକ ସିନ୍ ଓ ପ୍ରତ୍ୟେକ ଚରିତ୍ରରେ ସସ୍‌ପେନ୍ସ୍‌ ଓ ଥ୍ରୀଲିଙ୍ଗ ସହିତ ଭରି ରହିଛି ଲଭ୍ ରୋମାନ୍ସ କେମେଷ୍ଟ୍ରି। ଯାହା ଥିଏଟରରେ ଦର୍ଶକଙ୍କୁ ସିନେମାର ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିପାରିବ ବୋଲି ସହ ପ୍ରଯୋଜକ ସୁଜିତ କୁମାର ରାଉତ କହିଛନ୍ତି।

ସିନେମା ‘ରହସ୍ୟ’ର ସଫଳତା ପରେ ନାୟକ ଓ ନିର୍ଦ୍ଦେଶନାର ଦ୍ୱୈତ ଭୂମିକାରେ ତୁଷାରଙ୍କ ପାଇଁ ଏହା ଦ୍ୱିତୀୟ ଏକ୍ସପେରିମେଣ୍ଟ୍ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ପ୍ରିୟଙ୍କା ମହାପାତ୍ର। ଏହା ସହିତ ଅନ୍ୟ ପ୍ରମୁଖ ଚରିତ୍ରରେ ରହିଛନ୍ତି ମାନସ ମହାପାତ୍ର, ଲିପିକା ପରିଡ଼ା, ଶାଶ୍ୱତ ଭୂୟାଁ, ଅଶୋକ ଦାସ, ପପି ସନ୍ତୁକା, ପିଣ୍ଟୁ ନନ୍ଦ, ଆର୍ଯ୍ୟମାନ୍ ଅଗ୍ନିହୋତ୍ରୀ, ସୂର୍ଯ୍ୟା ଓ ଇପ୍‌ସିତା। ମୋଟ୍ ୪ଟି ଗୀତଥିବା ଏହି ସିନେମାର ଗୀତ ରଚନା ସରୋଜ ପଟ୍ଟନାୟକ ଓ ପୁଷ୍ପକ ପରିଡା କରିଥିବା ବେଳେ ବିଶ୍ୱଜିତ ମହାପାତ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି କୁମାର ଦେବାନନ୍ଦ, ଅବିନାଶ ଜେନା, ସୁମନ ଦାଶ ଓ ଅନୁରାଧା।

ଡିଓପି କାର୍ଯ୍ୟଭାର ଲିପୁ ତୁଲାଇ ଥିବାବେଳେ ନିର୍ଦ୍ଦେଶକ ତୁଷାରଙ୍କ ଦ୍ୱାରା ଚଳଚ୍ଚିତ୍ରର ସସସ୍ତ ପୋଷ୍ଟ୍ ପ୍ରଡକ୍ସନ କାମ ସରିଥିବା ବେଳେ ଖୁବ୍‌ଶୀଘ୍ର ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ଏହା ଦର୍ଶକଙ୍କ ମନୋରଞ୍ଜନ କରିବ ବୋଲି ଅନ୍ୟତମ ସହ ପ୍ରଯୋଜକ ସୁବୋଧ ମହାପାତ୍ର ସୂଚନା ଦେଇଛନ୍ତି।

Related posts