ରାଇମୋହନଙ୍କ ଆଖିକୁ ଦାନ କଲେ ପରିବାର ସଦସ୍ୟ, ଏବେ ଆଖି ରହିବ ସାକ୍ଷୀ

Published: Jun 24, 2022, 7:27 pm IST

ଭୁବନେଶ୍ବର: ଓଡିଶାର ପ୍ରଖ୍ୟାତ ଅଭିନେତା ରାଇମୋହନ ପରିଡା ମୃତ୍ୟୁ ପରେ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ତାହା ହେଲା ତାଙ୍କର ଦୁଇ ଆଖିକୁ ଆଜି ପରିବାର ସଦସ୍ୟ ଦାନ କରିଛନ୍ତି। ଫଳରେ କୌଣସି ଅନ୍ଧ ବ୍ୟକ୍ତି ତାଙ୍କ ଆଖିରେ ଦୁନିଆ ଦେଖିବାକୁ ସକ୍ଷମ ହେବ। ଆଜି ତାଙ୍କର ବିୟୋଗ ଘଟିବା ପରେ ଦୁଇ ଆଖିକୁ ଦାନ କରିବା ପାଇଁ ପରିବାର ସଦସ୍ୟ ରାଜିଥିଲେ। ଫଳରେ ଡାକ୍ତରଙ୍କ ସହାୟତାରେ ତାହା ଅପରେସନ କରି ନିଆଯାଇଛି।

ଆଜି ରାଇମୋହନ ପରିଡା ନିଜ ଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି। ଯାହାକୁ ନେଇ ସାରା ଓଡିଆ ସିନେ ଜଗତ, ଯାତ୍ରା ଜଗତ ସ୍ତବ୍ଧ ହୋଇଯାଇଛି। କଣ ପାଇଁ ସେ ଆତ୍ମହତ୍ୟା କଲେ ତାହାର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। ତେବେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିଛି। ଏହା ଉପରେ ଅଧିକ ଅନୁସନ୍ଧାନ ଚାଲିଛି ବୋଲି ପୋଲିସ ସୁତ୍ରରୁ ଜଣାପଡିଛି।

Related posts