Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଲିଉଡ଼ ଚନ୍ଦନ ସମ୍ମାନ ଉତ୍ସବ ଉଦ୍‌ଯାପିତ, ସମ୍ମାନିତ ହେଲେ ୧୦୦ କଳାକାର ।
ଆଜିର ଖବର

ଜଲିଉଡ଼ ଚନ୍ଦନ ସମ୍ମାନ ଉତ୍ସବ ଉଦ୍‌ଯାପିତ, ସମ୍ମାନିତ ହେଲେ ୧୦୦ କଳାକାର ।

February 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Jaliwood chandan award concluded

ଭୁବନେଶ୍ୱର,  ଆଠଦିନ ବ୍ୟାପୀ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ପ୍ରଥମଥର ପାଇଁ ଯାତ୍ରା ଜଗତର କଳାକାରମାନଙ୍କୁ ନେଇ ଆୟୋଜିତ ଜଲିଉଡ଼ ଚନ୍ଦନ ଆୱାର୍ଡ଼ ଉତ୍ସବ ଆଜି ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ୧୦୦ରୁ ଉର୍ଦ୍ଧ୍ୱ କଳାକାରମାନଙ୍କୁ ଚନ୍ଦନ ଆୱାର୍ଡ଼ ପ୍ରଦାନ କରାଯାଇଥିବା ବେଳେ ୫୦୦ରୁ ଉର୍ଦ୍ଧ୍ୱ କଳାକାର ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରତିଦିନ ନୃତ୍ୟ, ଗୀତ, ସଂଳାପ, ଅଭିନୟର ମାହୋଲ ଦର୍ଶକମାନଙ୍କୁ ମନୋରଞ୍ଜନର ଯଥେଷ୍ଟ ଖୋରାକ ଯୋଗାଉଥିଲା ।

ଉଦ୍‌ଯାପନ ଉତ୍ସବରେ ଆମେରିକା ଗ୍ରୀନ୍ ବ୍ଲୁ ଫ୍ୟାମିଲ୍‌ର ଅଧ୍ୟକ୍ଷା ସେନ୍‌ସା, ୱି ଫର୍ ଗ୍ରୀନ୍ ବ୍ଲୁ ଅନୁଷ୍ଠାନର ସେକ୍ରେଟାରୀ ଜେନେରାଲ ନେସେରିନ୍‌, ପୂର୍ବତନ ମନ୍ତ୍ରୀ ଡଃ ଦେବେନ୍ଦ୍ର ନାଥ ମାନସିଂହ, ଡଃ ପ୍ରସନ୍ନ ପାଟ୍ଟଶାଣୀ, ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ପ୍ରଫେସର ଶଶାଙ୍କ ଚୁଡ଼ାମଣି, ଚିନ୍ତା ଚେତନାର ରାଷ୍ଟ୍ରୀୟ ସମ୍ପାଦକ ସୁରେନ୍ଦ୍ର ଦାସ, ପ୍ରଫେସର ଡଃ ଅଜୟ ସ୍ୱାଇଁ, ଡଃ ଜଗମୋହନ ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ସନତ ଦାସ ପ୍ରମୁଖ ଯୋଗଦେଇ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଏହି ମଞ୍ଚ ଅପେରା କଳାକାରମାନଙ୍କୁ ସ୍ୱୀକୃତି ଦେବାରେ ଏକ ପ୍ରକୃଷ୍ଟ ଅନୁଷ୍ଠାନ ବୋଲି କହିଥିଲେ।

ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡର ଇନ୍ ଚିଫ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏଥିରେ ସଭାପତିତ୍ୱ କରି କହିଲେ ଆଗାମୀ ଦିନରେ କଳାକାରମାନଙ୍କ ପରିଚିତି ଦର୍ପଣ ନାମକ ଏକ ପୁସ୍ତକ ପ୍ରକାଶ କରାଯିବ । ଏଥିସହିତ ଭୁବନେଶ୍ୱରରେ କଳାକାରମାନଙ୍କ ରହଣି ପାଇଁ ଏକ ସରକାରୀ ବାସଭବନ ଓ ଗୃହ ନିର୍ମାଣ ପାଇଁ ସରକାରୀ ଜାଗା ଯୋଗାଇ ଦେବାକୁ ଅନୁଷ୍ଠାନ ପକ୍ଷରୁ ଉଦ୍ୟମ କରାଯିବ। ଏଥିସହିତ ଚଳଚ୍ଚିତ୍ର ଓ ସିରିଏଲ ଜଗତର କଳାକାରମାନଙ୍କ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ଯେପରି ସମ୍ମାନ ପ୍ରଦାନ ଉତ୍ସବ ଆୟୋଜନ କରଯାଉଛି, ଅନୁରୂପ ଭାବରେ ଅପେରା କଳାକାରମାନଙ୍କ ପାଇଁ ସମ୍ମାନ ପ୍ରଦାନ ଉତ୍ସବ ଆୟୋଜନ ପାଇଁ ସରକାରଙ୍କ ନିକଟରେ ମଧ୍ୟ ଦାବି କରାଯିବ ।

ଏହି ଅବସରରେ ପ୍ରତ୍ୟେକ କଳାକାରଙ୍କୁ ଗୋଟିଏ ଗୋଟିଏ ଗଛ ଚାରା ବଣ୍ଟନ କରାଯାଇ ଥିଲା ଓ ସେମାନେ ଯେଉଁ ଅଞ୍ଚଳକୁ ନାଟକ ପ୍ରଦର୍ଶନ କରିବାକୁ ଯିବେ, ସେଠାରେ ଥିବା ସ୍କୁଲ୍‌, କଲେଜ, କ୍ଲବ, ମନ୍ଦିର ପରିସରରେ ବୃକ୍ଷ ରୋପଣ ପାଇଁ ଅନୁରୋଧ କରାଯାଇଥିଲା । ଶେଷରେ ୫୦୦ କଳାକାର ଗ୍ରୀନ୍ ଆର୍ମିରେ ଯୋଗ ଦେବା ସହ ଆଜୀବନ ସଦସ୍ୟ ରହିବା ପାଇଁ ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କୃତୀ ପାଇଁ ଅସମାପିକା ସାହୁ, କେଶବ ରାଉତ, ବିଶ୍ୱଜିତ୍ ଦାସ ଓ କିଷନ କୁମାରଙ୍କୁ ସମ୍ମାନିତ କରାଯାଇଥିଲା ।

JaliwoodAward
Share. Facebook Twitter LinkedIn Email WhatsApp Copy Link

Related Posts

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026
Latest News

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.