39 ବର୍ଷରେ କନ୍ନଡ ଅଭିନେତା ଚିରଞ୍ଜିବୀ ସାରଜାଙ୍କ ପରଲୋକ

Published: Jun 7, 2020, 6:28 pm IST

ବେଙ୍ଗାଲୁରୁ : ମାତ୍ର 39 ବର୍ଷ ବୟସରେ କନ୍ନଡ ଅଭିନେତା ଚିରଞ୍ଜିବୀ ସାରଜାଙ୍କ ପରଲୋକ ହୋଇଛି । କନ୍ନଡ ସିନେମା ଜଗତର ପ୍ରତିଭାବନ ଅଭିନେତା ସାରଜା ରବିବାର ହୃଦଘାତରେ ପରଲୋକ ହୋଇଛି । ଶ୍ବାସକ୍ରୀୟାରେ ସମସ୍ୟା କାରଣରୁ ବେଙ୍ଗାଲୁରୁର ଜୟନଗରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ପାଖାପାଖି 25ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ସାରଜାଙ୍କ ମୃତ୍ୟୁରେ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଏହି ଘଟଣା ପରେ ଏକାଧିକ ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି । ଅଭିନେତ୍ରୀ ପ୍ରିୟାମଣି, ରଶ୍ମିକା ମନ୍ଦାନା, ବିଳାଶ ନାୟକ ଏବଂ କ୍ରିକେଟର ଅନୀଲ କୁମ୍ବଲେ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସାରଜାଙ୍କ ଅଭିନୀତ ଶିବାର୍ଜୁନ ମାର୍ଚ୍ଚ 12 ତାରିଖରେ ରିଲିଜ୍‌ ହୋଇଥିଲା । ଚିରଞ୍ଜିବୀଙ୍କ ବ୍ୟତିତ ତାଙ୍କ ଦାଦା ଅର୍ଜୁନ୍‌ ସାରଜା ଏବଂ ଭାଇ ଧ୍ରୁବ ସାରଜା ମଧ୍ୟ ସିନେମା ଜଗତ ସହିତ ସମ୍ପୃକ୍ତ । (ଏଜେନ୍ସି)

Related posts