Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚାଷୀ ଆନ୍ଦୋଳନ ନେଇ ଭୟଭୀତ ସରକାର, ସାମ୍ବାଦିକ ସମ୍ମିଳନୀ କରି କହିଲେ କୃଷକ କଲ୍ୟାଣ କଥା
ଜାତୀୟ ଖବର

ଚାଷୀ ଆନ୍ଦୋଳନ ନେଇ ଭୟଭୀତ ସରକାର, ସାମ୍ବାଦିକ ସମ୍ମିଳନୀ କରି କହିଲେ କୃଷକ କଲ୍ୟାଣ କଥା

December 11, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଚାଷୀ ଆନ୍ଦୋଳନ ନେଇ ଭୟଭୀତ ସରକାର, ସାମ୍ବାଦିକ ସମ୍ମିଳନୀ କରି କହିଲେ କୃଷିକ କଲ୍ୟାଣ କଥା

ନୂଆଦିଲ୍ଲୀ, ଦୀର୍ଘଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳକୁ ନେଇ ସରକାର ଯେ ଭୟଭୀତ ହୋଇଛନ୍ତି ଏଥିରେ ସନ୍ଦେହ ନାହିଁ। ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିପାରୁ ନାହିଁ। ଫଳରେ ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି କୃଷକ କଲ୍ୟାଣ ଉପରେ ରଖାଯାଇଛି ବିସ୍ତୁତ ତଥ୍ୟ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମାଞ୍ଚଳ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ, ରେଳବାଇ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏକ ଆପୋଷ ଆଲୋଚନା ପାଇଁ ସେମାନେ କୃଷକ ସଂଗଠନର ନେତାମାନଙ୍କୁ ପୁଣି ଥରେ ନିବେଦନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଯାହା ରଂଗୀନ ତଥ୍ୟ ଦିଆଯାଇଛି ସେଗୁଡିକ ହେଲା

1-କୃଷକ ଉତ୍ପାଦିତ ସାମଗ୍ରୀ ଏବଂ ବାଣିଜ୍ୟ ଆଇନ ୨୦୨୦, ଆର୍ଥିକ ପ୍ରତିଶ୍ରୁତି ନିମନ୍ତେ କୃଷକ ସଶକ୍ତିକରଣ ଓ ନିରାପତ୍ତା ରାଜିନାମା ଏବଂ କୃଷି ସେବା ଆଇନ ୨୦୨୦, ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ୨୦୨୦ ଅଦ୍ୟାବଧି ଦେଶରେ ସବୁଠାରୁ ବଡ କୃଷିଗତ ସଂସ୍କାରର ମାନ୍ୟତା ଲାଭ କରିଛି । ଏହି ସଂସ୍କାର ଯୋଗୁଁ ଚାଷୀମାନଙ୍କୁ ବଜାର ସ୍ଵାଧୀନତା ମିଳିବା ସହ ଔଦ୍ୟୋଗିକତା ପାଇଁ ପ୍ରୋତ୍ସାହିତ କରିବ। ସେମାନେ ବୈଷୟିକ ଜ୍ଞାନର ଉପଯୋଗ କରି କୃଷି କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆଣିପାରିବେ।

2-କେନ୍ଦ୍ର ସରକାର ଏମଏସପି ଏବଂ ଉତ୍ପାଦ ସଂଗ୍ରହ ଉପରେ ପ୍ରତିଶ୍ରୁତି ଦେବା ପାଇଁ ରାଜି ଅଛନ୍ତି। ଏପିଏମସି ଏବଂ ତା ବାହାରେ ସରକାର ନେଣଦେଣ କାରବାର ନେଇ ସ୍ଵଛତା ରକ୍ଷା କରିବେ । କୌଣସି ବିବାଦ ଉପୁଜିଲେ ଚାଷୀମାନେ ଚାହିଁଲେ ଏସଡିଏମ ଅଦାଲତ ବ୍ୟତୀତ ଦେବାନୀ ଅଦାଲତର ମଧ୍ୟ ଆଶ୍ରୟ ନେଇପାରିବେ।

3-ଛଣ ବା ନଡା ଜଳାଇବା ପାଇଁ ଜରିମାନା ଓ ପ୍ରସ୍ତାବିତ ବିଦ୍ୟୁତ ସଂଶୋଧିତ ବିଲ ଉପରେ ସରକାର ସଚେତନ ଅଛନ୍ତି। ନୂତନ କୃଷି ଆଇନରେ ଚାଷୀମାନଙ୍କ ଜମି ଜମା ସୁରକ୍ଷିତ ରହିବ।

4-କୃଷି କ୍ଷେତ୍ରକୁ ମଜବୁତ କରିବା ତଥା କୃଷକମାନଙ୍କ ବିକାଶ କରିବା ପାଇଁ ମୋଦୀ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା ମନ୍ତ୍ରୀ ତୋମର ଓ ଗୋୟଲ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ଅଂଶୀଦାରମାନଙ୍କ ସହ ଅନେକ ଆଲୋଚନା ପରେ ଏହି ସଂସ୍କାର ଅଣାଯାଇଛି। ଏଥିରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଯେକୌଣସି ସ୍ଥାନରେ ବିକ୍ରୟ କରିବା ପାଇଁ ସ୍ଵାଧୀନତା ଦିଆଯିବା ସହ ଘରୋଇ କମ୍ପାନୀଗୁଡ଼ିକ ସହିତ ବ୍ୟବସାୟିକ ବୁଝାମଣା ବେଳେ ଆଇନଗତ ସୁରକ୍ଷା ଦିଆଯିବା ପାଇଁ ବ୍ୟବସ୍ଥା ହୋଇଛି।

5-ନୂତନ ଆଇନ ବଳରେ ବିବାଦର ସମାଧାନ ହେବା ଯୋଗୁଁ ମହାରାଷ୍ଟ୍ରର ଜଣେ ଚାଷୀ କିପରି ସଙ୍ଗେ ସଙ୍ଗେ ତାଙ୍କର ଦେୟ ପାଇପାରିଲେ କୃଷି ମନ୍ତ୍ରୀ ତାହାର ଏକ ଉଦାହାରଣ ଦେଇଛନ୍ତି। ସେମାନେ କହିଛନ୍ତି ଯେ, କେନ୍ଦ୍ର ସରକାର ଯେତେବେଳେ କୌଣସି ଆଇନ ପ୍ରଣୟନ କରନ୍ତି, ତାହା ସମଗ୍ର ଦେଶ ପାଇଁ ଲାଗୁ ହୋଇଥାଏ।

6-କୃଷି ବିପଣନ କ୍ଷେତ୍ରରେ ଯେକୌଣସି ଆଇନ କଲାବେଳେ କେନ୍ଦ୍ର ସରକାର ତାହା ସାମ୍ବିଧାନିକ ପ୍ରକ୍ରିୟା ମଧ୍ୟରେ ହିଁ କରିଥାନ୍ତି।

7-୨୦୧୪ ରୁ ୨୦୨୦ ମଧ୍ୟରେ କୃଷି କ୍ଷେତ୍ରରେ ବଜେଟରେ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା ହୋଇଛି ଏବଂ ଏହା କୃଷି ଓ ଗ୍ରାମାଞ୍ଚଳ କ୍ଷେତ୍ର ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାର ସୂଚନା ଦେଇଥାଏ।

8-ପିଏମ-କିଷାନ ବାବଦକୁ ୭୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି, ଯାହାଫଳରେ କୃଷକମାନେ ୬ ହଜାର ଟଙ୍କାର ପ୍ରତ୍ୟକ୍ଷ ଆୟ ସହାୟତା ପାଉଛନ୍ତି। କୃଷି ଭିତ୍ତିଭୂମିର ବିକାଶ ନିମନ୍ତେ ୧ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

9- ସରକାରଙ୍କ ଦ୍ଵାରା ରାସାୟନିକ ସାରର ପ୍ରୟୋଗ ହ୍ରାସ କରି ଜମିର ଉର୍ବରତା ବୃଦ୍ଧି ପାଇଁ ନିମ ପ୍ରଲେପଯୁକ୍ତ ୟୁରିଆ ଯୋଜନା ପ୍ରବର୍ତ୍ତନ କରାଯାଇଛି ।

10-ସ୍ଵାମୀନାଥନ କମିଟି ଆୟୋଗର ସୁପାରିଶ ଅନୁସାରେ ନ୍ୟୁନତମ ସହାୟକ ମୂଲ୍ୟ ମୋଦୀ ସରକାର ଘୋଷଣା କରିଛନ୍ତି । ଏହାଫଳରେ କୃଷକମାନେ ନିଶ୍ଚିତ ଭାବରେ ଅନ୍ତତଃ ତାଙ୍କର ଉତ୍ପାଦିତ ଖର୍ଚ୍ଚଠାରୁ ଦେଢଗୁଣ ଅଧିକ ଲାଭ ପାଇପାରିବେ।

11-ପ୍ରଧାନମନ୍ତ୍ରୀ କିଷାନ ମନ ଧନ ଅଧୀନରେ କୃଷକମାନେ ପେନସନ ସହାୟତା ମଧ୍ୟ ପାଉଛନ୍ତି । କୃଷକ ଉତ୍ପାଦକ ସଂଗଠନ କୃଷକମାନଙ୍କୁ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ସଚେତନ କରାଉଛନ୍ତି ଏବଂ ଏହିପରି ୧୦ ହଜାର ସଂଗଠନ ସୃଷ୍ଟି କରାଯାଇଛି।

ଏହି ସମସ୍ତ ପଦକ୍ଷେପ କୃଷକମାନଙ୍କର କଲ୍ୟାଣ ଏବଂ ଅଧିକ ଉପାର୍ଜନ ନିମନ୍ତେ ଉଦ୍ଦିଷ୍ଟ ଓ କେନ୍ଦ୍ର ସରକାରଙ୍କ କୃଷି ଯୋଜନାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସେମାନେ କହିଛନ୍ତି । ତେବେ ଚାଷୀ ଆନ୍ଦୋଳନକୁ ସରକାରଙ୍କ ଏହି ରଂଗୀନ ତଥ୍ୟ କେତେ ପ୍ରଭାବତି କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Farmers Protest କୃଷକ କଲ୍ୟାଣ କୃଷି ବିଲ କୃଷି ବିଲକୁ ବିରୋଧ ଚାଷୀ ଆନ୍ଦୋଳନ
Share. Facebook Twitter LinkedIn Email WhatsApp Copy Link

Related Posts

Kalahandi Septic Tank Tragedy: ଓଡିଶା ସରକାରଙ୍କୁ ନୋଟିସ କଲେ ଏନଏଚଆରସି

May 30, 2026

ମେ ୨୮ ସୁଦ୍ଧା ପ୍ରାୟ ୬୦,୪୦୦ ପିଏନଜି ଗ୍ରାହକଙ୍କ ଏଲପିଜି ସଂଯୋଗ ପ୍ରତ୍ୟାହାର

May 30, 2026

ହର୍ମୁଜରୁ ଅବରୋଧ ହଟିଲେ ଭାରତରେ ଶସ୍ତା ହେବ କି ତୈଳ ଦର?: ଜାଣନ୍ତୁ କେଉଁଠି ସମସ୍ୟା

May 30, 2026

ଡିକେ ସରକାରରେ ସିଦ୍ଧରମୈୟାଙ୍କ ପ୍ରାଧାନ୍ୟ କେତେ ବଜାୟ ରହିବ; ଜାଣନ୍ତୁ ଇନସାଇଡ ଷ୍ଟୋରୀ

May 30, 2026
Latest News

ଓଡ଼ିଶା ପୋଲିସର ରାଜ୍ୟବ୍ୟାପୀ ସ୍ପେଶାଲ ଡ୍ରାଇଭ୍‌: ୫୨୦ ଅଭିଯୁକ୍ତ ଗିରଫ

May 30, 2026

ବିଜେଡିର କଡା ପଦକ୍ଷେପ, ବ୍ଲକ ଅଧ୍ୟକ୍ଷଙ୍କୁ କରାଗଲା ନିଲମ୍ବନ

May 30, 2026

ମସ୍ତିଷ୍କକୁ ନଷ୍ଟ କରୁଛି ମୋବାଇଲ୍ ଫୋନ୍ ନିଶା: କମ କରନ୍ତୁ ସ୍କ୍ରିନ ଟାଇମ

May 30, 2026

Kalahandi Septic Tank Tragedy: ଓଡିଶା ସରକାରଙ୍କୁ ନୋଟିସ କଲେ ଏନଏଚଆରସି

May 30, 2026

ମେ ୨୮ ସୁଦ୍ଧା ପ୍ରାୟ ୬୦,୪୦୦ ପିଏନଜି ଗ୍ରାହକଙ୍କ ଏଲପିଜି ସଂଯୋଗ ପ୍ରତ୍ୟାହାର

May 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.