Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଟାଇମ୍‌ ମାଗାଜିନ୍‌ର ପ୍ରଚ୍ଛଦ ପୃଷ୍ଠାରେ ରେଡ୍‌ କ୍ରସ୍‌, ଜାଣନ୍ତୁ କାରଣ କ’ଣ
ବିଶେଷ ଖବର

ଟାଇମ୍‌ ମାଗାଜିନ୍‌ର ପ୍ରଚ୍ଛଦ ପୃଷ୍ଠାରେ ରେଡ୍‌ କ୍ରସ୍‌, ଜାଣନ୍ତୁ କାରଣ କ’ଣ

December 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚଳିତ ବର୍ଷରେ ଟାଇମ ମାଗାଜିନର ଅନ୍ତିମ ସଂସ୍କରଣର କଭର ପେଜରେ ଏକ ରେଡ କ୍ରସ (ନାଲି ଛକି) ସ୍ଥାନ ପାଇଛି। କଭର ପେଜରେ 2020 ଲେଖାଯିବା ସହିତ ଏହା ଉପରେ ରେଡ କ୍ରସ ରହିଛି। ଟାଇମ ମାଗାଜିନର 100 ବର୍ଷର ଇତିହାସରେ ପଞ୍ଚମ ଥର ପାଇଁ ଏଭଳି ନାଲି ଛକିର କଭର ପେଜ ନଜର ଆସିଛି।

ପ୍ରଥମ ଥର 75 ବର୍ଷ ପୂର୍ବ 1945 ମସିହାରେ ଜର୍ମନୀ ତାନ୍‌ଶାହୀ ଆଡଲଫ୍‌ ହିଟଲରଙ୍କ ମୃତ୍ୟୁପରେ ଟାଇମ୍‌ ମାଗାଜିନ୍‌ ତା’ ପ୍ରଚ୍ଛଦ ପୃଷ୍ଠାରେ ଏହି ରେଡ୍‌ କ୍ରସ୍‌ର ବ୍ୟବହାର କରିଥିଲା। ପ୍ରତିବର୍ଷ କିଛି ଅଘଟଣ ସମାପ୍ତ ହେଲେ ଟାଇମ ମାଗାଜିନ ପକ୍ଷରୁ ଏହି ନାଲି ଛକିର ବ୍ୟବହାର କରାଯାଇଥାଏ।

1945 ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅବସାନ ସହିତ ହିଟଲରଙ୍କ ମୃତ୍ୟୁ ପରେ ଏହି ଚିହ୍ନ ଦିଆଯାଇଥିବା ବେଳେ 2020ବର୍ଷରେ କରୋନା ଭାଇରସ ପାଇଁ ଏଭଳି ଚିହ୍ନର ପୁନର୍ବ୍ୟବହାର କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବ୍ୟତିତ ଇରାକ ଯୁଦ୍ଧ, ଓସାମା ବିନ ଲାଡେନର ମୃତ୍ୟୁ ପାଇଁ ମଧ୍ୟ ଏହି ରେଡକ୍ରସ ଜାରି କରାଯାଇଥିଲା।

1945ରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅବସାନ ସହିତ ହିଟଲରଙ୍କ ମୃତ୍ୟୁ ପରେ ପ୍ରଥମ ଥର ରେଡ କ୍ରସର ବ୍ୟବହାର କରିଥିଲା ଟାଇମ ମାଗାଜିନ୍। ଏହାର 58 ବର୍ଷ ପରେ 2003 ଇରାକ ଯୁଦ୍ଧ ସମୟରେ ଦ୍ୱିତୀୟ ଥର ପାଇଁ ଏହି ଚିହ୍ନ କଭର ପେଜରେ ସ୍ଥାନ ପାଇଥିଲା।

2006 ମସିହାରେ ଇରାକରେ ଆଲ କାଏଦା  ନେତା ଆବୁ ମୋସୁବଲ ଜାରକାଇଙ୍କ ମୃତ୍ୟୁ ପରେ ତୃତୀୟ ଥର ପାଇଁ ଏହି ଚିହ୍ନର ବ୍ୟବହାର କରାଯାଇଥିଲା। ଏହାର ପାଞ୍ଚ ବର୍ଷ ପରେ ଅର୍ଥାତ୍‌ 2011 ମସିହାରେ ନିହତ ହୋଇଥିଲା କୁଖ୍ୟାତ ଓସାମା ବିନ ଲାଡେନ। ଲାଡେନର ମୃତ୍ୟୁ ପରେ ଚତୁର୍ଥ ଥର ପାଇଁ ଏହି ଟାଇମ୍‌ ମାଗାଜିନ୍‌ର କଭର ପେଜରେ ନାଲି ଛକର ବ୍ୟବହୃତ ହୋଇଥିଲା। ଏବେ ପଞ୍ଚମ ଥର ପାଇଁ 2020 ମସିହାର ଶେଷ ସମୟରେ ମାଗାଜିନ୍‌ର ପ୍ରଚ୍ଛଦ ପୃଷ୍ଠାରେ ନାଲି ଛକକୁ ସ୍ଥାନିତ କରାଯାଇଛି।

ପ୍ରତିଥର ଏକ ଲଢେଇର ଶେଷରେ ଏହି ଚିହ୍ନ ବ୍ୟବହୃତ ହୋଇଥାଏ ତେବେ ଲଢେଇ ଶେଷ ହୋଇନଥାଏ ବୋଲି ମାଗାଜିନ ପକ୍ଷରୁ କୁହାଯାଇଛି। ଯୁଦ୍ଧ, ଆତଙ୍କବାଦ ଅଥବା ମହାମାରୀ ଏହା ବିରୋଧରେ ଲଢେଇ ସର୍ବଦା ଜାରି ରହିବ ବୋଲି ଟାଇମ ମାଗାଜିନ ପକ୍ଷରୁ କୁହାଯାଇଛି। ଚଳିତ ଥରର କ୍ରସ ଚିହ୍ନ କରୋନା ବିରୋଧରେ ଲଢେଇ ପାଇଁ ସ୍ଥାନିତ କରାଯାଇଛି। ତେବେ କରୋନା ବିରୋଧରେ ଲଢେଇ ଶେଷ ହୋଇନାହିଁ।

2020 ମସିହାରେ କରୋନା ମହାମାରୀ ଦୁନିଆରେ ହାହାକାର ମଚାଇଛି। କରୋନା ଯୋଗୁଁ ଲୋକେ ବେସାହାରା ହୋଇଛନ୍ତି। ଅର୍ଥ ଯାଇଛି, ପ୍ରାଣ ଯାଇଛି। ସାରା ବିଶ୍ବ କର୍ଫ୍ୟୁ ଓ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ରେ ରହିଛି। ଏହି ବିଶ୍ବ ମହାମାରୀ ସାରା ବିଶ୍ବକୁ ଭୀତ ତ୍ରସ୍ତ କରି ରଖିଛି। ଯଦିଓ କରୋନା ସଂକ୍ରମଣ ମାମଲାରେ ହ୍ରାସ ଘଟିଛି, କିନ୍ତୁ ଏହି ମହାମାରୀ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇନାହିଁ। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ଏଫସିଆରଏ ୨.୦ ପୋର୍ଟାଲ ଏବଂ ଇ-ଓସିଆଇ କାର୍ଡର ଶୁଭାରମ୍ଭ କଲେ ଅମିତ ଶାହ

July 1, 2026

ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ

June 30, 2026

ଆସନ୍ତାକାଲିଠାରୁ ବଦଳିବ ଏହି ପାଞ୍ଚଟି ନିୟମ: ଲୋକଙ୍କ ପକେଟକୁ କରିବ ପ୍ରଭାବିତ

June 30, 2026
Latest News

ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ସେବାରେ ବୃଦ୍ଧି

July 2, 2026

ରଣପୁରରେ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

July 2, 2026

ଆଜି ଜୁଲାଇ ୨ ତାରିଖ ଗୁରୁବାରରେ ଏହି ରାଶିଗୁଡିକ ପାଇଁ ରହିଛି ଧନ ବର୍ଷା

July 2, 2026

ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବିଭାଗରେ ଅବସରକାଳୀନ ସମ୍ବର୍ଦ୍ଧନା, ୧୪ ଜଣ ଶିକ୍ଷକ ଓ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ

July 2, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.