Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଲୋଚନା ବିଫଳ ପରେ ଏବେ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବିଜେପିର ଭିନ୍ନ ଉଦ୍ୟମ
ଜାତୀୟ ଖବର

ଆଲୋଚନା ବିଫଳ ପରେ ଏବେ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବିଜେପିର ଭିନ୍ନ ଉଦ୍ୟମ

December 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଲୋଚନା ବିଫଳ ପରେ ଏବେ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବିଜେପିର ଭିନ୍ନ ଉଦ୍ୟମ

ନୂଆଦିଲ୍ଲୀ, କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଏହି ସମୟ ମଧ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଲଗାତାର ଆରୋପ ଜାରୀ ରହିଛି। ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରାଯାଉଛି। ଚାଷୀନେତାଙ୍କ ସହିତ ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ ତାହା ସଫଳ ହେଉ ନାହିଁ। ଧିରେ ଧିରେ ଏହି ଆନ୍ଦୋଳନ ଦାନା ବାନ୍ଧୁଥିବାରୁ ସରକାର ଚିନ୍ତାରେ ଅଛନ୍ତି। ଆଲୋଚନା ବିଫଳ ହେବା ପରେ ବର୍ତ୍ତମାନ ବିଜେପିର ନେତାମାନେ ଆନ୍ଦୋଳନ ବିରୋଧରେ ବିଷ ଉଦଗାର କରିବାରେ ଲାଗିଛନ୍ତି। ଆନ୍ଦୋଳନକୁ ଭଣ୍ଡୁରୁ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରାଯାଉଛି।

ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ନେତା ଅରୁଣ ସିଂ କହିଛନ୍ତି ଯେ ସମଗ୍ର ଆନ୍ଦୋଳନରେ ଏକ ପ୍ରତିଶତ ମଧ୍ୟ କୃଷକ ନାହାଁନ୍ତି। ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ଏପରି ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ସେ କହିଛନ୍ତି ଯେ କୃଷକମାନେ ହେଉଛନ୍ତି ନିରୀହ। ବର୍ତ୍ତମାନ ଏହି ଆନ୍ଦୋଳନ ଟୁକଡେ ଟୁକଡେ ଗ୍ୟାଙ୍ଗ ଦ୍ବାରା ପ୍ରାୟୋଜିତ କରାଯାଇଛି ବୋଲି ଅରୁଣ କହିଛନ୍ତି। ରାଜସ୍ଥାନର ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏପରି କହିଛନ୍ତି।

ଅରୁଣ ଆହୁରି କହିଛନ୍ତି ଯେ କେତେକ ରାଜନୈତିକ ଦଳ ଏବଂ ବାମପନ୍ଥୀ ସଂଗଠନ କୃଷକ ଆନ୍ଦୋଳନକୁ ଅପହରଣ କରି ହିଂସା କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ମୁଁ ଆପଣଙ୍କୁ କହିଦେବି ଯେ ଅତୀତରେ, କୃଷକ ଆନ୍ଦୋଳନ ମଝିରେ, ସରଜୀଲ ଇମାମ, ଓମାର ଖାଲିଦଙ୍କ ସମେତ କିଛି ଆନ୍ଦୋଳନକାରୀ ସାମିଲ ହୋଇଥିଲେ। ସେମାନେ ବର୍ତ୍ତମାନ ଜେଲରେ ଅଛନ୍ତି। ସେମାନଙ୍କୁ ମୁକ୍ତ କରିବାକୁ ଏହି ଆନ୍ଦୋଳନରେ ଦାବି କରାଯାଇଥିଲା।

ନିକଟରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଅଭିଯୋଗ କରିଛନ୍ତି ଯେ କୃଷକଙ୍କ ନାମରେ ଏହି ଆନ୍ଦୋଳନକୁ ମାଧ୍ୟମ କରି ଏକ ଭିନ୍ନ  ଯୋଜନା କରାଯାଇଛି। ଟୁକୁଡେ ଟୁକୁଡେ ଗ୍ୟାଙ୍ଗଗୁଡିକ ଏହି ଆନ୍ଦୋଳନକୁ ହାତକୁ ନେବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ପାଖରେ କୁଆଡେ ଯଥେଷ୍ଟ ପ୍ରମାଣ ଅଛି ବୋଲି ସେ କହିଛନ୍ତି। କୃଷକ ସଂଗଠନର ଆନ୍ଦୋଳନର ଫାଇଦା ଉଠାଇବା ପାଇଁ କେତେକ ନେତା ଏଥିରେ ସାମିଲ ହୋଇ ଫଟୋ ଉଠାଉଛନ୍ତି। ବୋଧହୁଏ ଏଭଳି ନେତାଙ୍କ ଉପସ୍ଥିତି ଯୋଗୁଁ ସରକାରଙ୍କ ସହ ଆଲୋଚନା ସଫଳ ହେଉନାହିଁ ।

ସେହିପରି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ଏହି ଆନ୍ଦୋଳନ ଉପରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଏହି ଆନ୍ଦୋଳନରେ ଦେଖାଯାଉଥିବା କିଛି ନ୍ୟସ୍ତସ୍ବାର୍ଥ ଚରିତ୍ରକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେମାନଙ୍କର ଆନ୍ଦୋଳନ ସହ କୌଣସି ସଂପର୍କ ନ ଥିଲେ ମଧ୍ୟ ନିଜର ରାଜନୈତିକ ଫାଇଦା ପାଇଁ ଯାଉଛନ୍ତି। କୃଷକମାନେ ତାଙ୍କ ଆନ୍ଦୋଳନରେ ଏପରି ଲୋକଙ୍କୁ ସ୍ଥାନ ଦେବା ଉଚିତ୍ ନୁହେଁ ବୋଲି ତୋମାର କହିଛନ୍ତି।

ସେହିପରି ଗୃହମନ୍ତ୍ରୀ ଅମିତ ସାହା ମଧ୍ୟ ଚାଷୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପଂଜାବ ଏବଂ ହରିୟାନା ବିଜେପି ନେତାଙ୍କୁ ଦାୟିତ୍ବ ଦେଇଛନ୍ତି। ସେମାନଙ୍କ ନିକଟକୁ ଯାଇ ଏହି ଆନ୍ଦୋଳନ କିପରି ପ୍ରତ୍ୟାହାର ତାହାର ବ୍ୟବସ୍ଥା କର ବୋଲି କୁହାଯାଇଛି। ଫଳରେ ସ୍ଥାନୀୟ ନେତାମାନେ ସ୍ଥାନୀୟ ଚାଷୀଙ୍କୁ ଆନ୍ଦୋଳନରୁ ନିବୃତ ରହିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

ବିଜେପି ପକ୍ଷରୁ ଚାଷି ଆନ୍ଦୋଳନ ନେଇ ଯେତିକି ବୟାନବାଜି ଚାଲିଛି ତାହା ସେତିକି ତେଜିବାରେ ଲାଗିଛି। ବିଭିନ୍ନ ସମୟରେ ଭାରତ ବନ୍ଦ, ଉପବାସ ରହିବା ପ୍ରଭୃତି ନୂଆନୂଆ ତରିକା ଆନ୍ଦୋଳନକାରୀଙ୍କ ମନୋବଳକୁ ସୁଦୃଢ କରିବାରେ ଲାଗିଛି।

ଚାଷୀ ଆନ୍ଦୋଳନ
Share. Facebook Twitter LinkedIn Email WhatsApp Copy Link

Related Posts

ଝାଡ଼ଖଣ୍ଡରେ ନୂଆ ରାଜନୈତିକ ସମୀକରଣ! କଂଗ୍ରେସ-ବିଜେପି ବିନା ସରକାର ଗଠନ ପାଇଁ ହେମନ୍ତଙ୍କୁ ସରୟୁ ରାୟଙ୍କ ଫର୍ମୁଲା

June 19, 2026

ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

June 18, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ଛାଡ଼ିଲା ୪୦ ଟି ଏଲପିଜି ଟ୍ୟାଙ୍କର

June 18, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ, ୧୨୮ ଜଣ ଡାକ୍ତରଙ୍କ ଉପରେ ନେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

June 18, 2026
Latest News

ଝାଡ଼ଖଣ୍ଡରେ ନୂଆ ରାଜନୈତିକ ସମୀକରଣ! କଂଗ୍ରେସ-ବିଜେପି ବିନା ସରକାର ଗଠନ ପାଇଁ ହେମନ୍ତଙ୍କୁ ସରୟୁ ରାୟଙ୍କ ଫର୍ମୁଲା

June 19, 2026

ଦୁଇ ବରିଷ୍ଠ ଆଇଏଏସଙ୍କୁ ନୂଆ ଦାୟିତ୍ଵ

June 19, 2026

ଭୁବନେଶ୍ୱରରେ ଅଭାବନୀୟ ଘଟଣା: ସ୍ତ୍ରୀଙ୍କ ସହ ବଚସା ପରେ ଆତ୍ମହତ୍ୟା ଉଦ୍ୟମ

June 18, 2026

ଦୁଷ୍କର୍ମ ଅଭିଯୋଗ ପରେ ହଟିଲେ ଆଇଆଇସି

June 18, 2026

ଘୁଞ୍ଚିଲା ଆରଆଇ ପରୀକ୍ଷା

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.