Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଶ୍ଚିମବଂଗ ରାଜନୀତିରେ ଆସୁଛି ଏକ ବଡ କଂପନ, ମୋଦୀଶାହାଙ୍କୁ ଟକ୍କର ଦେବା ପାଇଁ ମମତାଙ୍କ ନୂଆ ରଣନୀତି
ଜାତୀୟ ଖବର

ପଶ୍ଚିମବଂଗ ରାଜନୀତିରେ ଆସୁଛି ଏକ ବଡ କଂପନ, ମୋଦୀଶାହାଙ୍କୁ ଟକ୍କର ଦେବା ପାଇଁ ମମତାଙ୍କ ନୂଆ ରଣନୀତି

December 24, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପଶ୍ଚିମବଂଗ ରାଜନୀତିରେ ଆସୁଛି ଏକ ବଡ କଂପନ, ମୋଦୀଶାହାଙ୍କୁ ଟକ୍କର ଦେବା ପାଇଁ ମମତାଙ୍କ ନୂଆ ରଣନୀତି

ନୂଆଦିଲ୍ଲୀ, ପଶ୍ଚିମବଂଗ ଆସନକୁ ପୁଣି ଥରେ ହାତେଇବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ହେଲେ ତାଙ୍କ ରାସ୍ତାରେ ଏକ ବଡ କଣ୍ଟା ହୋଇ ଛିଡା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। କୁହାଯାଉଛି ଯେ ଅମିତ ଶାହାଙ୍କ ପ୍ରରୋଚନାରେ ମମତାଙ୍କର ଟିଏମସିର ନେତାମାନେ ଇସ୍ତଫା ଦେବାରେ ଲାଗିଛନ୍ତି। ଯାହାକୁ ନେଇ ମମତା ବ୍ୟତିବ୍ୟସ୍ତ ହୋଇପଡିଲେଣି। ମମତା ଯେତେ ସବୁ ନୂଆରାସ୍ତା ଆପଣେଇ ନିର୍ବାଚନ ଜିତିବାକୁ ରଣକୌଶଳ କରୁଛନ୍ତି, ତାହାକୁ ଅମିତ ସାହା ଭାଙ୍ଗି ଦେବାରେ ଲାଗିଛନ୍ତି। ଗତକିଛି ଦିନର ପରିସ୍ଥିତିକୁ ଅନୁଧ୍ୟାନ କଲେ ପଶ୍ଚିମବଂଗରେ ବର୍ତ୍ତମାନ ରକ୍ତାତ ସଂଘର୍ଷ ଜାରୀ ରହିଛି।

ତେବେ ପଶ୍ଚିମ ବଂଗ ରାଜନୀତିରେ ଏକ ନୂଆ ରଣନୀତି ପ୍ରସ୍ତୁତି ଚାଲିଛି, ଯାହା ରାଜ୍ୟ ରାଜନୀତିରେ ଏକ ବଡ କଂପନ ସୃଷ୍ଟି କରିବ। ଖବର ଅନୁସାରେ ମମତା ବାନାର୍ଜି ବର୍ତ୍ତମାନ ଦେଶର ପ୍ରମୁଖ ନେତା ଶରଦ ପାୱାରଙ୍କ ଶରଣ ପଶିଛନ୍ତି। ମହାରାଷ୍ଟ୍ରରେ ଯେପରି ଉଦ୍ଧବ ଠାକରେ ଏବଂ ଶରଦ ପାୱାରଙ୍କ ଯୋଡି ମୋଦୀସାହା ଯୋଡିଙ୍କୁ ଯବାବ ଦେଲେ ସେହି ରଣନୀତି ପଶ୍ଚିମ ବଂଗରେ ଲାଗୁ କରିବା ପାଇଁ ଯୋଜନା ଚାଲିଛି। ଏଥିରେ ମଧ୍ୟ ଶରଦ ପାୱାର ରାଜି ଅଛନ୍ତି।

ଯାହା ଜଣାପଡିଛି ଆସନ୍ତା ନୂଆବର୍ଷରେ ଶରଦ ପାୱାର କୋଲକତା ଗସ୍ତ କରୁଛନ୍ତି। ଉଭୟ ମିଳିତ ଭାବେ ଏକ ରାଲି କରିବେ। ଏକଦା ଶରଦ ପାୱାର କଂଗ୍ରେସ ପ୍ରତି ଅସନ୍ତୁଷ୍ଠ ହୋଇ ଆଞ୍ଚଳିକ ଦଳ ଗଠନ କରିଥିଲେ। ସେହିପରି ମମତା ବାନାର୍ଜି ମଧ୍ୟ କଂଗ୍ରେସ ଛାଡି ଆଞ୍ଚଳିକ ଦଳ ଗଠନ କରିଥିଲେ। ଆଉ ଉଭୟ ବର୍ତ୍ତମାନ ମୋଦୀଶାହା ଯୋଡିର ତୀବ୍ର ବିରୋଧୀ।

ଶରଦ ପାୱାରଙ୍କୁ ଭାରତୀୟ ରାଜନୀତିରେ ରାଜନୈତିକ ଗୁରୁ ବୋଲି ଅନେକ ବିବେଚନା କରନ୍ତି। ଏପରିକି ଦେଶର ଅନେକ ନେତା ଖୋଲାଖୋଲି ଭାବେ ଶରଦ ପାୱାରଙ୍କୁ ଗୁରୁ ବୋଲି ସ୍ବୀକାର ମଧ୍ୟ କରିଛନ୍ତି। ନିକଟରେ ମହାରାଷ୍ଟ୍ର ରାଜନୀତିରେ ଯେପରି ଘଟଣା ଘଟିଲା ତାହା କେବଳ ଶରଦ ପାୱାରଙ୍କ ପାଇଁ ସମ୍ଭବ ହୋଇପାରିଥିଲା। ଫଳରେ ବିଜେପିକୁ ଟକ୍କର ଦେବା ପାଇଁ ବର୍ତ୍ତମାନ ଶଦର ପାୱାରଙ୍କୁ ମମତା ତାଙ୍କର ଗୁରୁ ତଥା ପରାମର୍ଶଦାତା ଭାବେ ଗ୍ରହଣ କରିବେ।

କୁହାଯାଉଛି ଯେ, ବିଭିନ୍ନ ରାଜନୈତିକ ସଂକଟ ବେଳେ ପାୱାରଙ୍କ ରଣନୀତି ବେଶ ଭଲ କାମ କରିଥାଏ। ସେଥିପାଇଁ ଦଳମତ ନିର୍ବିଶେଷରେ ଆଜି ପର୍ଯ୍ୟନ୍ତ ଅନେକ ନେତା ତଥା ମୁଖ୍ୟମନ୍ତ୍ରୀମାନେ ତାଙ୍କର ପରାମର୍ଶ ନେଉଛନ୍ତି। ସେମାନଙ୍କ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ, ଛତିଶଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, କମଳନାଥ ଏବଂ ଅମରେନ୍ଦ୍ର ସିଂ ଅଛନ୍ତି।

ଶରଦ ପାୱାର ଗାନ୍ଧୀ ପରିବାରଙ୍କୁ ଛାଡି ଅନ୍ୟ ନେତାମାନଙ୍କୁ ଯାହାର ଆବଶ୍ୟକ ପଡେ ତାଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି। ଏସବୁକୁ ପାଥେୟ କରି ଅଣ ନିଃଶ୍ବାସୀ ହୋଇପଡିଥିବା ମମତା ବାନାର୍ଜି ବର୍ତ୍ତମାନ ଶରଦ ପାୱାରଙ୍କ ସାହାର୍ଯ୍ୟ ନେବେ ବୋଲି ଜଣାପଡିଛି।

ରାଜନୈତିକ ମହଲରେ ଯାହା ଆଲୋଚନା ଚାଲିଛି ତାହା ହେଲା ଯେ, ଶରଦ ପାୱାରଙ୍କ ଜାନୁୟାରୀ ଦ୍ବିତୀୟ ସପ୍ତାହରେ କୋଲକାତା ଆସୁଛନ୍ତି। ତେବେ ତା ପୂର୍ବରୁ ପାୱାର ମମତାଙ୍କୁ ଚୁପ ରହିବା ପାଇଁ କହିଥିବାର ଜଣାପଡିଛି।  ସାଧାରଣ ସଭାରେ ମୋଦୀଶାହାଙ୍କ ଉପରେ ଅତ୍ୟଧିକ ଉତ୍ୟେକ୍ତ ହୁଅନ୍ତୁ ନାହିଁ ବୋଲି ଉପେଦଶ ଦେଇଛ୍ତି। ସେହି ଅନୁସାରେ ଦିଦି ବେଶ କିଛି ଦିନ ଧରି ଚୁପ ରହିଛନ୍ତି ବୋଲି ତାଙ୍କର ନିକତମ ମହଲରୁ ଜଣାପଡିଛି।

ପଶ୍ଚିମବଂଗ ରାଜନୀତିରେ ଯଦି ପାୱାର ପ୍ଲେ ଆରମ୍ଭ ହେବ ତେବେ ନିଶ୍ଚିତ ଭାବେ ତାହା ଏକ କଂପନ ସୃଷ୍ଟି କରିବ। କାରଣ ଭାରତ ରାଜନୀତିରେ ଗୁରୁ ବୋଲି କୁହାଯାଉଥିବା ଶରଦ ପାୱାର କିଛି ନା କିଛି ମ୍ୟାଜିକ କରି ଦେଖାଇବେ ଏଥିରେ ସନ୍ଦେହ ନାହିଁ।

ସେତିକି ନୁହେଁ ମମତା ମଧ୍ୟ ତେଯଶ୍ବୀ ଯାଦବ, ଅଖିଲେଶ ଯାଦବ, ଚନ୍ଦ୍ରବାବୁ ନାଇଡୁ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ,  ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପରି ନେତାଙ୍କୁ ଟିଏମସି ପ୍ରଚାରରେ ସାମିଲ କରିବା ପାଇଁ ଯୋଜନା କରୁଛନ୍ତି। ଏହା ଯଦି ସମ୍ଭବ ହୁଏ ତେବେ ପଶ୍ଚିମବଂଗ ନିର୍ବାଚନ ଏକ ମିନି ଭାରତ ନିର୍ବାଚନ ଭାବେ ପରିଗଣିତ ହେବ।

ଅମିତ ଶାହା ନରେନ୍ଦ୍ର ମୋଦୀ ପଶ୍ଚିମବଂଗ ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମମତା ବାନାର୍ଜୀ ଶରଦ ପାୱାର
Share. Facebook Twitter LinkedIn Email WhatsApp Copy Link

Related Posts

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026

କଂଗ୍ରେସକୁ ବଡ଼ ଝଟକା: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ

June 9, 2026

ଦ୍ରୁତ ଗତିରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ: ଓଡିଶାରେ କେବେ ପହଞ୍ଚିବ?

June 9, 2026
Latest News

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.