ନୀତିଶ୍‌ଙ୍କୁ ବଡ ଝଟ୍‌କା : ଜେଡିୟୁର 6 ବିଧାୟକ ବିଜେପିରେ ହେଲେ ସାମିଲ୍‌

Published: Dec 25, 2020, 5:09 pm IST

ଇଟାନଗର : ବିହାରର ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାରଙ୍କୁ ବଡ ଝଟ୍‌କା ମିଳିଛି । ନୀତିଶଙ୍କ ଦଳ ଜନତା ଦଳ ୟୁନାଇଟେଡର 6 ଜଣ ସଦସ୍ୟ ଆଜି ବିଜେପିରେ ସାମିଲ୍‌ ହୋଇଛନ୍ତି । ଅରୁଣାଚଳ ପ୍ରଦେଶରେ ଜେଡିୟୁର 7ଜଣ ବିଧାୟକଙ୍କ ମଧ୍ୟରୁ 6ଜଣ ଦଳ ଛାଡି ବିଜେପିରେ ମିଶିଛନ୍ତି । ବିଜେପିରେ ସାମିଲ ହୋଇଥିବା ବିଧାୟକ ମାନେ ହେଲେ, ରାମଗାଙ୍ଗ ବିଧାନସଭା ଆସନରୁ ତାଳିମ ତବୋହ, ଚାୟୋଙ୍ଗତାଜରୁ ହେୟେଙ୍ଗ ମଙ୍ଗଫି, ତାଳିରୁ ଜିକ୍‌କେ ତକୋ, କଲାକ୍ତଙ୍ଗରୁ ଦୋରଜୀ ବଙ୍ଗ୍‌ଦି ଖର୍ମା, ବୋମିଡିଳାରୁ ଡୋଙ୍ଗେରୁ ସିୟନ୍‌ଙ୍ଗୁଜ୍‌ ଏବଂ ମାରିୟାଙ୍ଗ-ଗେକୁରୁ ନିର୍ବାଚିତ ହୋଇଥିବା କାଙ୍ଗଙ୍ଗୋଗ ଟାକୁ ବିଜେପିରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶରେ ନୀତୀଶ କୁମାରଙ୍କ ଜେଡିୟୁ ମୋଟ 7 ଟି ଆସନରେ ବିଜୟଲାଭ କରିଥିଲା । ଏହା ସହ ସେଠାରେ ଚାଲିଥିବା ସରକାରକୁ ବି ସମର୍ଥନ ଦେଇଥିଲା ଜେଡିୟୁ । ବିହାରରେ ବିଜେପି ଓ ଜେଡିୟୁ ସରକାର ଚାଲିଥିବାବେଳେ ଚଳିତ ବିହାର ବିଧାନସଭା ନିର୍ବାଚନରେ ବିଜେପି ଓ ଜେଡିୟୁର ସମ୍ପର୍କରେ ପରିବର୍ତ୍ତନ ଦେଖାଦେଇଛି ।

Related posts