Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶେଷରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, କାରଣ କଣ ଜାଣିଛନ୍ତି କି ?
ଜାତୀୟ ଖବର

ଶେଷରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, କାରଣ କଣ ଜାଣିଛନ୍ତି କି ?

January 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅରାଜିତା ଷଡଙ୍ଗୀ, କାରଣ କଣ ଜାଣିଛନ୍ତି କି ?

ଭୁବନେଶ୍ବର, ଶେଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ଗତାକାଲି ଧର୍ମେନ୍ଦ୍ରଙ୍କ ଭୁବନେଶ୍ବରର ବାସଭବନରେ ତାଙ୍କୁ ସାକ୍ଷାତ କରିଛନ୍ତି। ତେବେ ସେ ଏକା ନୁହଁନ୍ତି ତାଙ୍କର କିଛି ସମର୍ଥକ ସହ ଏହି ସାକ୍ଷାତ କରିଛନ୍ତି। ଉଭୟଙ୍କ ଭେଟାଭେଟି ସମୟର ଫଟୋ ମଧ୍ୟ ଉଠାଯାଇଛି। କାରଣ ହେଲା ନୂଆ ବର୍ଷର ଅଭିନନ୍ଦନ କରିବା । ଧର୍ମେନ୍ଦ୍ରଙ୍କୁ ଏକ ସୁନ୍ଦର ଫୁଲତୋଡା ମଧ୍ୟ ଅପରାଜି ଭେଟି ଦେଇଛନ୍ତି।

ତେବେ ନୂଆବର୍ଷ ଅଭିନନ୍ଦନ ଜଣାଇବା କିଛି ନୂଆ କଥା ନୁହେଁ। ହେଲେ ଅପରାଜିତା ପରି ନେତ୍ରୀ ଧର୍ମେନ୍ଦ୍ରଙ୍କ ଘରକୁ ଯାଇ ଅଭିନନ୍ଦନ କରିବା ଘଟଣା ଟିକିଏ ଖାପଛଡା ଲାଗୁଛି। କାରଣ ବିଗତ କିଛି ମାସ ଧରି ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ମଧ୍ୟରେ ଯେପରି ଶୀତଳ ଯୁଦ୍ଧ ଚାଲିଛି ତାହା ସମସ୍ତଙ୍କୁ ଜଣା। ଉଭୟ ଗୋଟିଏ ଦଳର ହେଲେ ମଧ୍ୟ ଦୁଇଜଣଙ୍କ ମଧ୍ୟରେ ରହିଛି ମତଭେଦ। ଏହି ମତଭେଦ ଦାଣ୍ଡରେ ପଡି ହାଟରେ ଗଡୁଛି।

କିଛି ମାସ ତଳେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତିଙ୍କୁ ନେଇ ଉଭୟଙ୍କ ମଧ୍ୟରେ ଯେପରି ଶୀତଳ ଯୁଦ୍ଧ ଚାଲିଲା ତାହା ଦାଣ୍ଡରେ ଗଡିଲା। ଅପରାଜିତାଙ୍କ ସମର୍ଥିତ ନେତା ରଶ୍ମୀରଂଜନ ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ଥିଲେ। ହେଲେ ହଠାତ୍ ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କୁ ସଭାପତି ପଦରୁ ହଟାଇ ଯତୀନ ମହାନ୍ତିଙ୍କୁ ନିଯୁକ୍ତି ଦେଲେ। କାରଣ ଯତୀନ ହେଉଛନ୍ତି ଧର୍ମେନ୍ଦ୍ରଙ୍କ ଲୋକ। ହେଲା କଣ ହେଲା କେଜାଣି ପୁଣି ଥରେ ସେହି ସମୀର ମହାନ୍ତି ଯତୀନଙ୍କୁ ହଟାଇ ରଶ୍ମୀରଂଜନଙ୍କୁ ସଭାପତି ଭାବେ ନିଯୁକ୍ତି ଦେଲେ। ଏହା ହିଁ ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧର ପରିଣାମ ବୋଲି କୁହାଯାଇପାରିବ।

ସେତିକି ନୁହେଁ ବାଲେଶ୍ବର ଉପନିର୍ବାଚନ ହେଉ କିମ୍ବା ପରୀ ଘଟଣା। ଏଥିରେ ଧର୍ମେନ୍ଦ୍ର ବନାମ ଅପରାଜିତା ଅଘୋଷିତ ଯୁଦ୍ଧ ରିତିମତ ଚାଲିଥିଲା। ପରୀ ଘଟଣାରେ ବିଜେପି ତୁମ୍ବି ତୋଫାନ କରିଥିବା ବେଳେ ଅପରାଜିତା ଚୁପ ବସି ରହିଥିଲେ। ଖୋଦ ତାଙ୍କ ଭୁବନେଶ୍ବର ନିର୍ବାଚନ ମଣ୍ଡଳିରେ ବିଜେପି ବଡ ଶୋଭାଯାତ୍ରା କରିଥିଲେ ମଧ୍ୟ ଅପରାଜିତା ଯୋଗ ଦେଇ ନ ଥିଲେ।

ତେବେ ବର୍ତ୍ତମାନ ପରିସ୍ଥିତି କଣ ହେଲା ଯେ, ଅପରାଜିତା ଧର୍ମେନ୍ଦ୍ରଙ୍କ ଘରକୁ ଯାଇ ଅଭିନନ୍ଦନ ଜଣାଇଛନ୍ତି। ଏକ ବିଶେଷ ସୁତ୍ରର ଖବର ଅନୁସାରେ ଧର୍ମେନ୍ଦ୍ର ବନାମ ଅପରାଜିତା ଘଟଣାକୁ ନେଇ କୁଆଡେ କେନ୍ଦ୍ର ନେତୃବୃନ୍ଦ ଖପ୍ପା।  ଅପରାଜିତା ସମାନ୍ତରଳରେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ବୋଲି ସେମାନଙ୍କ ପାଖରେ ପ୍ରମାଣ ରହିଛି। ସେ କୌଣସି ଆଗଧାଡିର ଦଳୀୟ ନେତାଙ୍କୁ ନେଉ ନାହାଁନ୍ତି ବୋଲି ଅଭିଯୋଗ ହୋଇଛି। ଏହା ଦ୍ବାରା ଦଳର ଭାବମୂର୍ତ୍ତି ନଷ୍ଟ ହେଉଥିବାରୁ କେନ୍ଦ୍ରୀୟ ନେତା କୁଆଡେ ଅପରାଜିତାଙ୍କୁ ତାଗିଦ କରିଛନ୍ତି। 2021 ମସିହାରୁ ଯେପରି ସମସ୍ତଙ୍କୁ ନେଇ ସେ କାର୍ଯ୍ୟ କରିବେ ସେଥିପାଇଁ ଉଦ୍ୟମ କରିବାକୁ କୁହାଯାଇଛି।

ଫଳରେ ଅପରାଜିତା ସେହି ସବ୍ କା ସାଥ୍ ଧାରାକୁ  ନୂଆ ବର୍ଷରେ ଆରମ୍ଭ କରିଛନ୍ତି। ଏହାକୁ ମାଧ୍ୟମ କରି ଅପରାଜିତା ଧର୍ମେନ୍ଦ୍ରଙ୍କୁ ଫୁଲ ତୋଡାରେ ସେ ତାଙ୍କ ସହିତ ଅଛନ୍ତି ବୋଲି ପ୍ରମାଣିତ କରିଛନ୍ତି। ସମସ୍ତଙ୍କୁ ଜଣାଇ ଦେଇଛନ୍ତି ଯେ, ଆମେ ସମସ୍ତେ ଏକ। ହେଲେ ସମୟ କହିବ ଯେ, ସେମାନେ ପ୍ରକୃତରେ ଏକ ନା ଦୁଇ।

Aparajita Sarangi dharmendra dharmendra pradhan
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.