Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦଳ ବଦଳକାରୀଙ୍କୁ ନେଇ କାହାର ଲାଭ ହେବାର ନାହିଁ ; ସେମାନେ ନା ଏ କୁଳର ନା ସେ କୁଳର !
ବିଶେଷ ଖବର

ଦଳ ବଦଳକାରୀଙ୍କୁ ନେଇ କାହାର ଲାଭ ହେବାର ନାହିଁ ; ସେମାନେ ନା ଏ କୁଳର ନା ସେ କୁଳର !

March 31, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମୋହନ ଜେନା ବିଜେପିର ଲୋକସଭା ପ୍ରାର୍ଥୀ ହେଲେ କେତେ ଭୋଟ ପାଇବେ ?

ଆଜି ଏ ପ୍ରଶ୍ନ ମୋହନ ଜେନାଙ୍କର ଜଣେ ବନ୍ଧୁ ତାଙ୍କର ଆଉ ଜଣେ ବନ୍ଧୁଙ୍କୁ ପଚାରିଥିଲେ। ବନ୍ଧୁ ଜଣକ ବିଦ୍ରୂପମିଶା ହସ ହସି ଉତ୍ତର ଦେଇଥିଲେ, ସେ ତ କାହାର ନୁହନ୍ତି, ତାଙ୍କୁ ଭୋଟ ଦେବ କିଏ !

ନିର୍ବାଚନ ସମୟରେ ଏମିତି ବିଚିତ୍ର ପ୍ରଶ୍ନ ଓ ଉତ୍ତର ସବୁ ମିଳିଥାଏ। ନିର୍ବାଚନର ଧାରା ଓ ତାର ଗତି ବିଷୟରେ ଜାଣିବାକୁ ଏ ପ୍ରଶ୍ନ ଓ ଉତ୍ତର ସବୁ ବେଶ ଗୁରୁତ୍ୱପୂର୍ଣ୍ଣ। ଯାଜପୁରର ପୂର୍ବତନ ଲୋକସଭା ସଦସ୍ୟ ମୋହନ ଜେନା ଆଜି ଯେତେବେଳେ ଭାରତୀୟ ଜନତା ପାର୍ଟିର ଗେରୁଆ ଟୋପି ପିନ୍ଧିଲେ, ସେ ସମୟରେ ତାଙ୍କର ବନ୍ଧୁମାନେ ତାଙ୍କ ଭବିଷ୍ୟତର ଆକଳନ ଯେ କ୍ରୂର ଭାଷାରେ କେରିବେ ସେକଥା ଆମେ ଭାବି ପାରୁନାହୁଁ। ସତ କହିବାକୁ ଗଲେ ମୋହନ ଜେନା ଏବେ ଆଉ ଯାଜପୁର ଜିଲ୍ଲାର ଟାଣୁଆ ନେତା ହୋଇ ରହିନାହାନ୍ତି।୨୦୧୪ ରେ  ବିଜୁ ଜନତା ଦଳର ଟିକଟ ନ ପାଇବା ପରଠୁ ସେ ଏକ ପ୍ରକାର କୋଣଠେସା ହୋଇ ପଡି ରହିଥିଲେ। ଗତକାଲି ସେ ବିଜେପିରେ ଯୋଗଦେବାକୁ ଆସିନଥିଲେ, ସେ ଯେ ରାଜନୀତିରେ ଅଛନ୍ତି ଏକଥା ଲୋକ ଜାଣି ବି ନଥାନ୍ତେ। ଲୋକସ୍ମୃତିରେ ନଥିବା ନେତାମାନେ ନିର୍ବାଚନ ସମୟରେ ହଠାତ ଆସି ଆବିର୍ଭାବ ହୁଅନ୍ତି ଓ ନିର୍ବାଚନ ପରେ ପୁଣି ମିଳେଇ ଯାଆନ୍ତି।  ମୋହନ ଜେନା ଏବେ ଆପାତତଃ ସେଇ ପରିଚୟରେ ରହିବେ।

ଇତିମଧ୍ୟରେ ଓଡିଶା ରାଜନୀତିରେ ଦଳବଦଳ ପ୍ରକ୍ରିୟା ଅବ୍ୟାହତ ରହିଛି। ବିଜେଡ଼ିରୁ ବିଜେପିକୁ ଓ ବିଜେପିରୁ ବିଜେଡ଼ିକୁ ପ୍ରତିଦିନ ନେତାଙ୍କର ଯିବା ଆସିବା ଚାଲିଛି। ଯିଏ ଏଠୁ ଟିକଟ ପାଉନି ସେଠିକି ଯାଉଛି ଓ ଯେ ସେଠୁ ନିରାଶ ହେଉଛି, ଏଠି ତାକୁ ଆଶାର କିରଣ ଦେଖାଯାଉଛି। ସେଇ କ୍ରମରେ ଆଜି ଭଦ୍ରଖରୁ ଲୋକସଭାକୁ ଆଠ ଥର ନିର୍ବାଚିତ ହୋଇଥିବା ପୂର୍ବତନ ଲୋକସଭା ସଦସ୍ୟ ଅର୍ଜୁନ ଚରଣ ସେଠି ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ। ଅବଶ୍ୟ ଅର୍ଜୁନ ବାବୁଙ୍କ ଦୀର୍ଘ ରାଜନୈତିକ ଯାତ୍ରାରେ ସେ କଂଗ୍ରେସ, ଜନତା ଦଳ ଓ ବିଜୁ ଜନତା ଦଳ ଦେଇ ଆସି ସାରିଥିଲେ। ୧୯୭୧ ଓ ୧୯୮୦ ରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ଲୋକସଭାକୁ ଯାଇଥିଲେ। ତେବେ ସର୍ବାଧିକ ପାଞ୍ଚ ଥର ସେ ବିଜେଡି ଟିକଟରେ  ଲୋକସଭାକୁ ଯାଇଛନ୍ତି। ବିଜେଡି କୋଟାରେ ଏନଡିଏ ସରକାରରେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ହେଲେ ରାଜନୀତିରେ ସଦାକାଳେ ସେ ଚିରକାଳ ବାମନ ହୋଇ ରହିଯାଇଛନ୍ତି। ୫୦ ବର୍ଷର ଦୀର୍ଘ ରାଜନୈତିକ ଯାତ୍ରା, ୮ ଥର ଲୋକସଭା ସଦସ୍ୟ, ଦୁଇ ଥର ବିଧାନସଭା ସଦସ୍ୟ, କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ, ତା ପରେ ବି ଓଡିଶା ରାଜନୀତିରେ ଅର୍ଜୁନ ଚରଣ ସେଠି ସେମିତି ଏକ ପ୍ରଭାବଶାଳୀ ଚରିତ୍ର ନୁହନ୍ତି।

ସେ ଯାହା ବି ହେଉ, ତାଙ୍କର ବିଜେଡି ଛାଡିବା କିନ୍ତୁ ବ୍ୟକ୍ତିଗତ ଭାବ ପ୍ରବଣତାର କଥା। ସେ ବିଜେଡି ଛାଡିଲେ ନିଜ ପୁଅ ପାଇଁ ଟିକଟ ଖଣ୍ଡେ ଯୋଗାଡ କରି ନପାରି। ସେ ଟିକଟ ଖଣ୍ଡକ ବିଜେପିରୁ ହୁଏତ ତାଙ୍କୁ ମିଳିପାରେ। ତେଣୁ ଅର୍ଜୁନ ବାବୁଙ୍କୁ ଜଣେ ପୁତ୍ର ବତ୍ସଳ ପିତା ଭାବରେ ଆମେ ଦେଖିପାରିବା। ବିଜେପିରେ ତାଙ୍କ ପୁଅର ଥଇଥାନ କରିବାକୁ ସେ ଯାଇଛନ୍ତି। ହେଲେ ମୋହନ ଜେନା ବିଜେପିକୁ ଯିବାର କାରଣ ଆଦୌ ସମ୍ମାନଜନକ ନୁହେଁ।

ମୋହନ ଜେନା ନିଜକୁ ଜଣେ କମ୍ୟୁନିଷ୍ଟ ନେତା ବୋଲି ଦୀର୍ଘଦିନ ଧରି ଦାବି କରି ଆସିଛନ୍ତି। ଅଶି ଦଶକରେ ଏସୟୁସିଆଇ ର ଛାତ୍ର ସଂଗଠନ ଡିଏସଓ ର ଜଣେ ଅଗ୍ନୀବର୍ଷୀ ନେତା ଭାବରେ ତାଙ୍କର ଆବିର୍ଭାବ ହୋଇଥିଲା। ପରେ ସେ ନିଜକୁ ଆମ୍ବେଦକରପନ୍ଥୀ ବୋଲି କହିଲେ। ବିଜେଡିରେ ଯୋଗଦେଇ ଦୁଇଥର ଲୋକସଭାକୁ ଗଲେ। ପରିଶେଷରେ ଯେତେବେଳେ ସେ ଏଯାଏ ସମାଲୋଚନା କରିଆସୁଥିବା ଏକ ଫାସିଷ୍ଟ ଦଳର ଟୋପି ପିନ୍ଧିଲେ ତାପରେ ମଧ୍ୟ ସେ ନିଜକୁ ଆମ୍ବେଦକରପନ୍ଥୀ ବୋଲି କହିଲେ। ତାଙ୍କ ଗେରୁଆ ଗାମୁଛାକୁ ଆମ୍ବେଦକରଙ୍କ ପାଠ, ବୋଧେ ଆମ ସମୟର ସବୁଠୁ ବଡ ଛଳନା। ନିଜ ରାଜନୈତିକ ଅଭିଳାଷ ଲାଗି ଆପଣ କିଛି ବି ଟୋପି ପିନ୍ଧନ୍ତୁ, କିନ୍ତୁ ସେଥିରେ ବିଚାର ଓ ଆଦର୍ଶକୁ ଲଜ୍ଜିତ କରନ୍ତୁ ନାଇଁ।

ଅର୍ଜୁନ ଚରଣ ସେଠି ସେ ଦୃଷ୍ଟିରୁ ସଚ୍ଚୋଟ। ସେ ଖୋଲାଖୋଲି କହିଲେ ପୁଅ ଟିକଟ ଲାଗି ସେ ବିଜେପିକୁ ଆସିଛନ୍ତି। ଅନ୍ତତଃ ମୋହନ ଜେନାଙ୍କ ପରି ଛଳନା କରି ନାହାନ୍ତି। ମିଛରେ ଦଳିତ କାର୍ଡ ଖେଳିବାକୁ ଚାହିଁ ନାହାନ୍ତି। କ୍ଷମତାରେ ଥିଲାବେଳେ ମୋହନ ଜେନାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଯେତେବେଳେ କଳିଙ୍ଗ ନଗର ଗୁଳିକାଣ୍ଡ ଘଟିଲା ସେତେବେଳେ ସେ ଏହାର ନିନ୍ଦା କରିବାକୁ ମଧ୍ୟ ସାହସ ପାଇନଥିଲେ। ଅଥଚ ସେ ଆଜି ଦଳିତ ପ୍ରସଙ୍ଗ ଉଠାଇ ବିଜେପିରେ ମିଶୁଛନ୍ତି। ଛଳନା ର ବି ଗୋଟେ ସୀମା ଥାଏ।

ତେବେ ଅନ୍ତିମ ପ୍ରଶ୍ନ ଟି ହେଉଛି ଦଳ ଛାଡୁଥିବା ଲୋକେ ଅନ୍ତିମ ମୁହୂର୍ତ୍ତରେ ନୂଆ ଦଳକୁ ଗଲେ କିଛି ଲାଭ ପାଇବେ କି ? ଏହାର ସିଧା ଉତ୍ତର ହେଉଛି ଏମାନେ ଏ କୂଳର ହେବେନି କି ସେ କୂଳର ମଧ୍ୟ ହେବେନି !

 

( ଫଟାଫଟ ଖବର ପଢିବା ପାଇଁ ମୋବାଇଲ  ପ୍ଲେ-ଷ୍ଟୋରକୁ ଯାଇ ଡାଉନଲୋଡ୍ କରନ୍ତୁ  Sankhipta ଆପ୍ । ଡାଉନଲୋଡ ପରେ ମୋବାଇଲ ସ୍କ୍ରିନକୁ ଆଙ୍ଗୁଠିରେ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର… )

 

assembly BJD BJP candidate election leader politics
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇସ୍ରାଏଲରେ ଭବ୍ୟ ସ୍ୱାଗତ: ବିମାନବନ୍ଦରରେ ମିଳିଲା ଗାର୍ଡ ଅଫ୍ ଅନର

February 25, 2026

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026
Latest News

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.